ଭୁବନେଶ୍ଵର : କଟକ ସ୍ଥିତ ୱାର୍ଲ୍ସ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ବିଶ୍ବ ସ୍ବେଚ୍ଛାସେବୀ ଅନୁଷ୍ଠାନର ପୁରସ୍କାର ବିତରଣ ଉତ୍ସବରେ ପୁରୀ ଜିଲା ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ସବ୍ୟସାଚୀ ସେନାପତିଙ୍କୁ ଜାତୀୟ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ସମ୍ମାନ ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ତାମିଲନାଡୁ ବୈଦିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରିହର କାନୁନଗୋଙ୍କ, କଳାକାର ସୁମନ ଖିଲ୍ଲୋ ସମେତ ମଞ୍ଚାସୀନ ଅତିଥିମାନେ ସବ୍ୟସାଚୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । ଜଣେ ଯୁବ ପ୍ରତିଭା, ରାଜ୍ୟର ଶ୍ରେଷ୍ଠ ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ ୨୦୨୨-୨୩, ବହୁମୁଖୀ ପ୍ରତିଭା ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ସବ୍ୟସାଚୀଙ୍କ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଜାତୀୟ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଭାବେ ଗତ ୨୯ ତାରିଖରେ କଟକର ଶତାବ୍ଦୀ ଭବନରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ଏଥି ସହ ସମାଜସେବା ଓ କ୍ଷେତ୍ରରେ ଅନେକ କାର୍ଯ୍ୟକରି ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କାର ଲାଭ କରି ଜିଲ୍ଲା ତଥା ରାଜ୍ୟ ପାଇଁ ସେ ଗୌରବ ଆଣିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।