ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ

ଚନ୍ଦ୍ରଯାନ-୨ ଚନ୍ଦ୍ରର ନିର୍ଦ୍ଧାରିତ କକ୍ଷରେ ପ୍ରବେଶ କରିଛି

ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି ।

ଆଜି ପୂର୍ବାହ୍ଣ ୯ଟା.୨ମିନିଟ ସମୟରେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା ।

ଏ ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. କେ ଶିବନ ଏହି ସୂଚନା ଦେଇଛନ୍ତି ।

ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷରେ ପହଁଚିବା ପରେ ସେ ଏହି ସୂଚନା ଦେଇଥିଲେ ।

ସେ କହିଥିଲେ ଯେ ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷରେ ପ୍ରବେଶ କରିବା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି ।

ଡ. ଶିବନ କହିଥିଲେ ଯେ ଇସ୍ରୋର ପରବର୍ତୀ ଲକ୍ଷ୍ୟ ହେଉଛି ଚନ୍ଦ୍ରଯାନ-୨କୁ ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ଗୋଲାର୍ଦ୍ଧରେ ଚନ୍ଦ୍ରଯାନ-୨ର ସହଜ ଅବତରଣ ହେବ ।

ଡ. ଶିବନ ଆହୁରି କହିଥିଲେ ଯେ ଚନ୍ଦ୍ରଯାନ-୨ର ପରବର୍ତୀ ପ୍ରମୁଖ ଗତିବିଧି ସେପ୍ଟେମ୍ବର ୨ ତାରିଖରେ ସମ୍ପନ୍ନ ହେବ ।

ଏହି ସମୟରେ ଚନ୍ଦ୍ରର କକ୍ଷରେ ପରିକ୍ରମା କରୁଥିବା ଅର୍ବିଟର ଠାରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିବା ଲ୍ୟାଣ୍ଡର ପୃଥକ ହେବ ।

ଇସ୍ରୋ ଅଧ୍ୟକ୍ଷ କହିଥିଲେ ଯେ ଇସ୍ରୋ ଏହି ଅବତରଣ ଅଭିଯାନକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ରହିଛି ।

ଇସ୍ରୋ ପକ୍ଷରୁ ସହଜ ଲ୍ୟାଣ୍ଡିଂ ପାଇଁ ଯଥେଷ୍ଟ ଅଭ୍ୟାସ କରାଯାଇଛି ।

ଚନ୍ଦ୍ରଯାନ-୨ ୪ଟି ଅନ୍ୟ ସ୍ଥିତି ପରିବର୍ତନ କରିବ ।

ପ୍ରଥମ ସ୍ଥିତି ପରିବର୍ତନ ଆସନ୍ତାକାଲି ହେବ ।

ଏହାପରେ ଅନ୍ୟ ସ୍ଥିତି ପରିବର୍ତନ ୨୮ ଅଗଷ୍ଟ, ୩୦ ଅଗଷ୍ଟ ଏବଂ ସେପ୍ଟେମ୍ବର ୧ ତାରିଖରେ ହେବ ।

ଉଲ୍ଲେଖଯୋଗ୍ୟ ଯେ ୨୦୦୮ରେ ଚନ୍ଦ୍ରଯାନ-୧ ପରେ ଇସ୍ରୋର ଏହା ହେଉଛି ଦ୍ୱିତୀୟ ଚନ୍ଦ୍ର ଅଭିଯାନ ।

ଚନ୍ଦ୍ରଯାନ-୨କୁ ଗତ ଜୁଲାଇ ୨୨ ତାରିଖରେ ଶ୍ରୀହରିକୋଟା ଠାରୁ ଉତକ୍ଷେପଣ କରାଯାଇଥିଲା ।

ଏହି ଯାନ ସହିତ ଗୋଟିଏ ଅର୍ବିଟର (ପରିକ୍ରମା ଯାନ) ‘ବିକ୍ରମ’ ଲ୍ୟାଣ୍ଡର (ଅବତରଣ ଯାନ) ଏବଂ ‘ପ୍ରଜ୍ଞାନ’ ରୋଭର (ମାନବବିହୀନ ମହାକାଶଯାନ) ଚନ୍ଦ୍ର ଅଭିମୁଖେ ଯାଇଥିଲା ।

Categories
KNOWLEDGE
Newsroll

RELATED BY

  • ଜେ.ଏନ୍.ୟୁ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡ଼ି ପାଇଲେ ଓଡ଼ିଆ ଝିଅ

    ନୂଆଦିଲ୍ଲୀ, (ଓ.ଏନ୍‍.ବ୍ୟୁରୋ) : ଓଡ଼ିଆ ଝିଅ ସୌମ୍ୟା ଶର୍ମିଷ୍ଠା ମଲ୍ଲିକ ଇତିମଧ୍ୟରେ ବିଶ୍ୱ ବିଖ୍ୟାତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରୁ ସମାଜ ବିଜ୍ଞାନରେ ଡ଼କ୍ଟର ଅଫ ପିଲୋସଫି ଡ଼ିଗ୍ରୀ ହାସଲ କରିଛନ୍ତି । ପି.ଏଚ୍.ଡ଼ି ରେ ତାଙ୍କର ସନ୍ଦର୍ଭଟି ହେଉଛି...
  • ଟଙ୍କାକୁ ଯେମିତି ସମସ୍ତେ ଭଲ ପାଅ,ସେହିପରି ଗାନ୍ଧୀଙ୍କ ବାଣୀ ଓ ଉପଦେଶକୁ ପାଳନ କର

    ମହାତ୍ମା ଗାନ୍ଧୀ ଆମର ଶକ୍ତି । ଗାନ୍ଧୀ ବିନା ଆମ ଦୈନନ୍ଦିନ ଜୀବନରେ ବଞ୍ଚିବା, ଚଳିବା କଷ୍ଟକର କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାନ୍ଧୀ ଏହି ପରି ଜଣେ ମହାପୁରୁଷ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଚିତ୍ର...
  • ଆରକେଏସ ଭଦୌରିଆ ପରବର୍ତୀ ବାୟୁ ସେନା ମୁଖ୍ୟ ହେବେ

    ଭାରତ ସରକାର ପରବର୍ତୀ ବାୟୁ ସେନା ମୁଖ୍ୟ ଭାବେ ବର୍ତମାନର ବାୟୁସେନା ଉପ ମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭଦୌରିଆ, ପିଭିଏସଏମ, ଏଭିଏସଏମ, ଭିଏମ, ଏଡିସିଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ବର୍ତମାନର ବାୟୁ ସେନା ମୁଖ୍ୟ ଚିଫ ଏୟାର...
  • ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁନୀଲ ଆରୋରା

    ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଏଥି ସହିତ ରୋମାନିଆ ନିକଟରୁ...