ଦୁଇ ଦିନିଆ ଋଷ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଋଷିଆ ଫେଡେରେସନର ଉପ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ତୈଳ ଗ୍ୟାସ ଓ ଇସ୍ପାତ କ୍ଷେତ୍ରର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳିର ନେତୃତ୍ୱ କରି ମସ୍କୋ ଗସ୍ତରେ ଯାଇଛନ୍ତି ।

ଅଗଷ୍ଟ ୨୯ ଓ ୩୦ ତାରିଖ ଏହି ଦୁଇ ଦିନିଆ ଗସ୍ତ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଶ୍ରୀ ପ୍ରଧାନଙ୍କର ଏହା ପ୍ରଥମ ବିଦେଶ ଗସ୍ତ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଚମ ବାର୍ଷିକ ପୂର୍ବାଂଚଳ ଆର୍ଥିକ ଫୋରମରେ ଯୋଗ ଦେବା ପୂର୍ବରୁ ଶ୍ରୀ ପ୍ରଧାନ ଋଷର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡର୍ ନୋଭାକ୍  ଙ୍କ ସହିତ ଉର୍ଜା କ୍ଷେତ୍ରରେ ସହଯୋଗର ସମୀକ୍ଷା କରିବେ ।

ଏହି ବୈଠକ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଋଷ ସହ ବିଂଶତମ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀ ପ୍ରଧାନଙ୍କ ଏହି ଗସ୍ତ କାଳରେ ଭାରତ ଋଷ ମଧ୍ୟରେ ତୈଳ ଓ ଗ୍ୟାସ ସମେତ ଶକ୍ତି କ୍ଷେତ୍ର, ଇସ୍ପାତ ତଥା କୋଇଲା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯିବ ।

ଭାରତର ଇସ୍ପାତ କ୍ଷେତ୍ରରେ କଞ୍ଚାମାଲ ଯୋଗାଣକୁ ସୁରକ୍ଷିତ କରିବା ପାଇଁ ସବୁ ଅଂଶାଦାରଙ୍କ ସହ ସଂଯୋଗ ସ୍ଥାପନ ଉପରେ ଭାରତ ଗୁରୁତ୍ୱ ଦେଉଛି ।

ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ଋଷିଆ ଫେଡେରେସନର ଉପ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।

ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ଋଷିଆର ଶକ୍ତି ମନ୍ତ୍ରୀଙ୍କ ସହ ଭାରତୀୟ ତୈଳ, ଗ୍ୟାସ ଓ ଇସ୍ପାତ କମ୍ପାନୀ ମାନଙ୍କର ବାର୍ତାଳାପ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ଶିଳ୍ପ ଓ ବାଣିଜ୍ୟ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିବେ ।

Categories
INTERNATIONAL
Newsroll

RELATED BY

  • ଭାରତର ଗ୍ୟାସ ଭିତିଭୂମି କାମରେ କତାରର ପୁଞ୍ଜିନିବେଶ ନେଇ ଆଲୋଚନା

    ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ର ବିଶେଷ ଭାବରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍ କରିବା ପାଇଁ କତାରର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇବା ଫଳରେ ଏବେ ଭାରତ ଓ କତାର ମଧ୍ୟରେ ହାଇଡ୍ରୋକାର୍ବନ ସମ୍ପର୍କ ଆହୁରି...
  • ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତର ଚତୁର୍ଥ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆବୁଧାବି/ଭୁବନେଶ୍ୱର : ପାଞ୍ଚ ଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆବୁଧାବି ସ୍ଥିତ ଭାରତୀୟ ତୈଳ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ (ଇଆଇଏଲ୍)କୁ ପରିଦର୍ଶନ କରିବା ସହ ବିଭିନ୍ନ ବୈଦେଶିକ...
  • ଭାରତ ଉର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

    ଆବୁଧାବୀ/ଭୁବନେଶ୍ୱର : ଭାରତରେ ଉର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି ବୋଲି ସୋମବାର ଆବୁଧାବୀରେ ଅନ୍ତର୍ଜାତୀୟ ଶକ୍ତି ଫୋରମର ୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
  • ୟୁଏଇର ପ୍ରମୁଖ ତୈଳ, ଗ୍ୟାସ ଓ ପେଟ୍ରୋଲିୟମ ଏବଂ ଇସ୍ପାତ୍ କମ୍ପାନୀଙ୍କ ସହ ବୈଠକ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଏଚ୍ଇ ଶିଖ୍ ଖଲିଫା ବିନ୍ ଜାୟଦ୍ ଅଲ୍ ନାହ୍ୟାନଙ୍କ ନେତୃତ୍ୱରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଣ୍ଟକୁ ପୂରଣ କରିଛନ୍ତି ।...