ଆଞ୍ଜୁଳାଏ ସିନ୍ଦୁର ଫିଙ୍ଗିଦେଇ ସୂର୍ଯ୍ୟ ଗଲେଣି
ବିଶ୍ରାମ ସମୟ ଏବେ ଛାଇ ଆସେ ନଇଁ
ଆଶ୍ରୟ ଖୋଜୁଖୋଜୁ ଅନ୍ଧାରୀ ଇଲାକାରେ
ବାଟବଣା ହୋଇଯାଏ ଏକଲା ମଣିଷଟିଏ
ଘରଚଟିଆର ବସାପରି ଥାନ୍ତା କି ତାର ବସାଟିଏ
କୁଟାକାଠି ଯୋଡ଼ି ଯୋଡ଼ି ନିପୁଣ ବିନ୍ଧାଣୀରି
ନୀଡ଼, ବୁଣିଥାଏ
ଆସୁ ଝଡ଼ଝଞ୍ଜା ଯାତେ ଆତଙ୍କର ନାହିଁ ଏଠି ସ୍ଥାନ
ସୁରକ୍ଷାର ନାହିଁ ଏଠି ବୀମା
ଝଲକାଏ ପବନରେ ଭାଙ୍ଗିଯାଏ ସ୍ୱପ୍ନର ଗାରିମା
ଏକଲା ମଣିଷଟା ଫେରିଆସେ ଅନ୍ଧାର ଭିତରୁ
ସକାଳତ ବେଶୀ ନାହିଁ ଦୂର
ସ୍ୱପ୍ନ ଦେଖେ ନୂଆ ସକାଳର
ଘରଟିଏ ଥିବ ତାର
ଲିପା ପୋଛା ଗୋବର ମାଟିର
ମହମହ ବାସୁଥିବ ଭିଜାମାଟି ପ୍ରଥମ ବର୍ଷାର
କବାଟ ଫାଙ୍କରୁ କିଏ ଡାକିଦେବ
ଆସଆସ ଏବେ ଯେ, ଫେରିବାର ବେଳ ।
ଡଃ. ସୁଷମା ବାରିକ
୯୪୩୭୯୭୭୪୧୬