“ଓଭା” ର ୫୧ତମ ଜନ୍ମ ଦିବସ ପାଳନ

ଭୁବନେଶ୍ଵର: ଓଡ଼ିଶା ଭଲ୍ୟୁଣ୍ଟାରୀ ହେଲେଥ୍ ଆସୋସିଏସନ୍ (ଓଭା) ର ଜନ୍ମ ବାର୍ଷିକ ଉତ୍ସବ ଲକ୍ଷ୍ମୀସାଗର ସ୍ଥିତ ଲୋକସ୍ୱାସ୍ଥ୍ୟ ଭବନ ପରିସରରେ ଶୁକ୍ରବାର ଦିନ ପାଳନ ହୋଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ନିର୍ମଳ ବେହେରା (ପାଟ୍ରୋନ) ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଦଘାଟନ କରିଥିଲେ । ସମ୍ମାନୀୟ ଅତିଥିଭାବେ ପ୍ରଫୁଲ କୁମାର ଦାଶ, ବିଷ୍ଣୁ ଚକ୍ରବର୍ତ୍ତୀ (ସିଡିଏମୟୁ), ପୁରୀର ପୂର୍ବତନ ଜିଲ୍ଲାପାଳ ଡ. ଧିରେନ କୁମାର ପଟ୍ଟନାୟକ, ପୂର୍ବତନ ସ୍ୱତନ୍ତ୍ର ଗୃହ ସଚିବ ଉଦ୍ଧବ ଚରଣ କର, ଓଭା ଅନୁଷ୍ଠାନର ସଂପାଦକ କ୍ଷମାକର ସ୍ଵାଇଁ ପ୍ରମୁଖ ଯୋଗଦେଇ ରାଜ୍ୟର ସ୍ଵାସ୍ଥ୍ୟ ସେବାର ସ୍ଥିତି ଏବଂ ମ୍ୟାଲେରିଆ ନିରାକରଣ ଉପରେ ଆଲୋଚନା କରିଥିଲେ । ଶୀତ ଓ ଗ୍ରୀଷ୍ମ ଦିନର ମଶାଧରା ମଶାରୀ ର ଡେମୋ ଦେଖାଇ ତାର ଉପକାରିତା ଉପରେ ଆଲୋକପାତ କରିଥିଲେ । ପରିଚାଳନା କମିଟିର ସଦସ୍ୟ ସୀତାକାନ୍ତ ଦାଶ ମ୍ୟାଲେରିଆ ନିରାକରଣ ବ୍ୟବସ୍ଥା କିପରି ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଓଭା ର ଉପ-ସଭାପତି କୁମାରୀ କବିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।