ଆତଙ୍କବାଦୀ ଘୋଷଣା

୪ ଜଣଙ୍କୁ

ନିକଟରେ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ, ୧୯୬୭ରେ ଆଣିଥିବା ସଂଶୋଧନ ଆଧାରରେ ନିମ୍ନଲିଖିତ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି ।

ଏଥିସହିତ ଏମାନଙ୍କ ନାମ ଆଇନର ଅନୁସୂଚୀ-୪ରେ ସାମିଲ କରାଯିବା ଲାଗି ନିଷ୍ପତି ନିଆଯାଇଛି ।

ଏମାନେ ହେଲେ :୧. ମୌଲାନା ମାସୁଦ ଆଝାର , ଜୈଶ ଇ ମହମ୍ମଦର ମୁଖ୍ୟ ପ୍ରତିଷ୍ଠାତା ଓ ପ୍ରମୁଖ ନେତା

୨. ହଫିଜ ମହମ୍ମଦ : ଲସ୍କର-ଇ-ତୟବା ଓ ଜମାତ-ଉଦ-ଦାୱାର ମୁଖ୍ୟ, ପ୍ରତିଷ୍ଠାତା ଓ ମୁଖ୍ୟ ନେତା

୩. ଜାକି-ଉର-ରେହମାନ ଲଖଭି : ଲସ୍କର-ଇ-ତୟବାର ମୁଖ୍ୟ ଅପରେସନ କମାଣ୍ଡର ତଥା ଏହାର ଜଣେ ପ୍ରତିଷ୍ଠାତା ସଦସ୍ୟ

୪. ଦାଉଦ ଇବ୍ରାହିମ କାସକର : ଅନ୍ତର୍ଜାତୀୟ ଅଣ୍ଡରୱାର୍ଲ୍ଡ ଅପରାଧୀ ସଂଗଠନର ପରିଚାଳକ ତଥା ଆତଙ୍କବାଦୀ କାର୍ଯ୍ୟକଳାପର ଷଡ଼ଯନ୍ତ୍ରକାରୀ ।

ଉପରୋକ୍ତ ସମସ୍ତ ବ୍ୟକ୍ତିବିଶେଷ ଭାରତରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି ଏବଂ ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀର ମାନ୍ୟତା ପାଇଛନ୍ତି ।ପୂର୍ବରୁ କେବଳ ଆତଙ୍କବାଦୀ ସଂଗଠନଗୁଡ଼ିକୁ ନିଷିଦ୍ଧ କରାଯାଉଥିବାରୁ ବ୍ୟକ୍ତିବିଶେଷମାନେ ସଂଗଠନର ନାମ ପରିବର୍ତନ କରି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖୁଥିଲେ । ଏବେ ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାନରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବା ଲାଗି ଆଇନରେ ସଂଶୋଧନ ଅଣାଯାଇଛି ।

Categories
NATIONAL
Newsroll

RELATED BY

  • ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଞ୍ଚିଠାରେ ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ବାର୍ଷିକ ୧.୫ କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀ (ଦୋକାନୀ, ଖୁଚୁରା...
  • ସମ୍ବଲପୁର ମାଟିର ପୁଅ ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

    ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ନିଯୁକ୍ତ ହୋଇଛନ୍ତି । ସେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଶାସନ କ୍ଷେତ୍ରରେ ତାଙ୍କର ଅଗାଧ ଅନୁଭୂତି ରହିଛି । ବିଶେଷକରି କୃଷି, ବିପର୍ଯ୍ୟୟ...
  • ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ ୩୦୦୦ ଟଙ୍କା ପେନସନ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚିଠାରେ ସେପ୍ଟେମ୍ବର ୧୨, ୨୦୧୯ରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଅନ୍ତର୍ଗତ ୬୦ ବର୍ଷରୁ ଅଧିକ ବୟସର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ...
  • ଓଡିଶା ତଥା ଗଣମାଧ୍ୟମ ଜଗତକୁ କ୍ଷତି ହୋଇଛି

    ଭୁବନେଶ୍ୱର: ଦିଲ୍ଲୀପ ଭାଇ ଓଡିଶା ଗଣମାଧ୍ୟମ ଜଗତରେ ଆର୍ଥିକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଳେଷଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ବୋଲି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମରେ ଶୋକପ୍ରକାଶ...