ସ୍ୱର୍ଗତଃ ଶତପଥୀ ଜଣେ ଦକ୍ଷ ସାମ୍ବାଦିକ ଓ ସ୍ତମ୍ଭକାର

ଭାବେ ଜଣାଶୁଣା ଥିଲେ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ମୁଖପାତ୍ର ଗୋଲକ ମହାପାତ୍ର ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ୱର୍ଗତଃ ଶତପଥୀ ଜଣେ ଦକ୍ଷ ସାମ୍ବାଦିକ ଓ ସ୍ତମ୍ଭକାର ଭାବେ ଜଣାଶୁଣା ଥିଲେ ।

ରାଜନୈତିକ ଓ ଅର୍ଥନୈତିକ ବିଶ୍ଲେଷଣ କ୍ଷେତ୍ରରେ ସେ ପୂରା ପାରଙ୍ଗମ ଥିଲେ ।

ସେ ବିଜନେସ ଷ୍ଟାଣ୍ଡାର୍ଡ ଖବର କାଗଜର ରେସିଡେନସିଆଲ ଏଡିଟର ଭାବେ କାର୍ଯ୍ୟ କରୁଥିଲେ ।

ଟିଭି ନିଉଜ ଚ୍ୟାନେଲ ଗୁଡିକରେ ବିଶେଷଜ୍ଞ ଭାବେ ସେ ବିଭିନ୍ନ ତଥ୍ୟକୁ ବିଶ୍ଲେଷଣ କରୁଥିଲେ ।

ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା  ତାଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ବିଜେପି ନେତୃବୃନ୍ଦ କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Categories
STATE
Newsroll

RELATED BY

  • “କାଳିଆ” ସହାୟତା ରାଶି ଫେରସ୍ତ ପାଇଁ ଆକାଉଣ୍ଟ ନମ୍ବର,୯୦୦୦ ନାବାଳକ/ନାବାଳିକା ସହାୟତା ପାଇଛନ୍ତି

    ଭୁବନେଶ୍ଵର: ୨୦୧୮ ମସିହା ଡିସେମ୍ବର ମାସରେ ‘କାଳିଆ’ ଯୋଜନା ଆରମ୍ଭ ହେବା ପରେ ୨୦୧୯ ମେ ମାସ ସୁଦ୍ଧା ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର ନାମମାତ୍ର/ ପ୍ରକୃତ ଚାଷୀ (ଭାଗଚାଷୀ)ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ...
  • ବିଜେଡିର କର୍ମୀମାନଙ୍କୁ କ୍ଷତିପୁରଣ, ପକ୍କା ଘର, ବୋଟ, ମାଛ ଧରା ଡଙ୍ଗା ମିଳୁଛି

    ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଚିଲିକାର ବୋଟ ମାଲିକ, ପୁରୀ ଓ ଚିଲିକା ଅଂଚଳର ମସ୍ତ୍ର‌୍ୟଜିବି ମାନଙ୍କୁ ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଦିଆଗଲା । ଏଥିରେ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର...
  • ଅନୁଭବ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କଲେ

    ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଭାବେ ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଉପଦେଷ୍ଟା ଶ୍ରୀ ପଟ୍ଟନାୟକଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ...
  • ରାଜ୍ୟ ଗୃହନିର୍ମାଣ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲାସ୍ଥାନ, ଜନସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ

    ଭୁବନେଶ୍ୱର : ରାଜ୍ୟ ଗୃହନିର୍ମାଣ ସଂସ୍ଥା ଅଧିନରେ ରାଜ୍ୟରେ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲା ଜାଗା, ଅବ୍ୟବହୃତ ସ୍ଥାନ ତଥା ପ୍ରକଳ୍ପ ଗୁଡ଼ିକ ତରଫରୁ ପ୍ରଦାନ କରାଯାଇଥିବା ସର୍ବସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ...