ଭୁବନେଶ୍ୱର : ରାଜସ୍ଥାନର ଉଦୟପୁରଠାରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଚିନ୍ତନ ଶିବିରରେ ଯୋଗଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।
ଏହି କାର୍ଯ୍ୟକ୍ରମରେ ମାନନୀୟା କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ,ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ମାନନୀୟା କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ, ରାଷ୍ଟ୍ରମନ୍ତ୍ରୀ, ଶ୍ରୀମତୀ ସାବିତ୍ରୀ ଠାକୁର,ମାନ୍ୟବର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ ଶର୍ମା, ଏବଂ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ଦିୟା କୁମାରୀ ଉପସ୍ଥିତ ଥିଲେ ।
ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସ୍ଥିତିକୁ ସମୀକ୍ଷା କରିବା ସହ ,ପରସ୍ପରର ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସଗୁଡିକୁ ଆପଣେଇବା ତଥା ସାମଗ୍ରିକ ଉନ୍ନତି ପାଇଁ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ଚିନ୍ତନ ଶିବିର ର ମୂଳ ଲକ୍ଷ୍ୟ ବୋଲି ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି ।