ଭୁବନେଶ୍ୱର : ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହ ସୁଭଦ୍ରା ଯୋଜନାର କାର୍ଯ୍ୟନ୍ୱୟନ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅଧ୍ୟକ୍ଷତା କରି ସୁଭଦ୍ରା ଯୋଜନା ଅନ୍ତର୍ଗତ କ୍ଷେତ୍ର ଅନୁଧ୍ୟାନକୁ ଶୀଘ୍ର ସାରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏହା ସହ ସମସ୍ତ ଜିଲ୍ଲାର ଇ – କେୱାସୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀମତୀ ପରିଡା ପରାମର୍ଶ ଦେଇଛନ୍ତି । ଏହି ବୈଠକ ରେ ଏନପିସୀଆଈ(NPCI) ଓ ବ୍ୟାଙ୍କର ବିଫଳ କେସ ବିଷୟରେ ମଧ୍ୟ ତର୍ଜମା କରାଯାଇଥିଲା । ସୂଚନାଯୋଗ୍ୟ କି ଏଯାବତ ଅପଟ-ଇନ ବ୍ୟବସ୍ଥା ମାଧ୍ୟମରେ 12 ହଜ଼ାର 773 ଜଣ ହିତାଧିକାରୀ ମାନେ ଯୋଡି ହୋଇଛନ୍ତି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସହ ବିଭାଗର ଅନ୍ୟ ଅଧିକାରୀବୃନ୍ଦ ଏବଂ 30ଟି ଜିଲ୍ଲାର ଜିଲ୍ଲାପାଳ ଓ 5ଟି ସହରର ମୁନିସିପାଲ କମିଶନର ଉପସ୍ଥିତ ଥିଲ ।