
ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠସ୍ଥ ବରିମୁଣ୍ଡର ବିବେକ ବିହାର ୱେଲଫେୟାର ସୋସାଇଟିରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବରିମୁଣ୍ଡ ସରପଞ୍ଚ ସୁପ୍ରିୟା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସୋସାଇଟିର ପରାମର୍ଶଦାତା ବିବେକାନନ୍ଦ ପରିଡ଼ା ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ସମସ୍ତ ବ୍ୟକ୍ତି ବିଶେଷ ଯେତେବେଳେ ଦେଶର ସମ୍ବିଧାନ ଓ ଏହାର ନିୟମକୁ ସମ୍ମାନ ଓ ଏହାର ପରିପାଳନ କରିବେ ସେତେବେଳେ ଦେଶ ଭ୍ରଷ୍ଟାଚାର ମୁକ୍ତ ହୋଇପାରିବ । ଦେଶର ଯୁବଗୋଷ୍ଠୀ ବିଶେଷକରି ଏହିପଥକୁ ଅନୁସରଣ କରିବା ଉଚିତ୍ । ସୋସାଇଟିର ସଭାପତି ବିଷ୍ଣୁଚରଣ ଦାସ ଏବଂ ସମ୍ପାଦକ ଜନ୍ମେଞ୍ଜୟ ଷଡ଼ଙ୍ଗୀ ସଭା ପରିଚାଳନା କରିଥିବାବେଳେ ସୋସାଇଟିର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ପବିତ୍ର ଉତ୍ସବରେ ସାମିଲ ହୋଇଥିଲେ ।