ବିଜେପିର ଜନସଂର୍ପକ ଅଭିଯାନ କାର୍ଯ୍ୟକ୍ରମ

ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟିି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ

ଭୁବନେଶ୍ୱର : ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ମୋଦି ସରକାରଙ୍କ ଏକ ଐତିହାସିକ ନିଷ୍ପତି ।

ଏହା ଦ୍ୱାରା ଦେଶର ସମସ୍ତ ରାଜ୍ୟ ଭଳି ଜାମ୍ମୁକାଶ୍ମିର ବାସିନ୍ଦା କେନ୍ଦ୍ରସରକାରଙ୍କ ସମସ୍ତ ଯୋଜନାର ଲାଭ ଏବଂ ସୁବିଧା ନେଇପାରିବେ ।

ଏହି ଧାରା ହଟିବା ପରେ ଏହାର ଉବଲବ୍ଧୀ ଜନମାନସରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜନସଂର୍ପକ କାର୍ଯ୍ୟକ୍ରମ କରାଯାଉଛି ।

ଏଥି ସହ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଭେଟି ଏ ସଂର୍ପକରେ ଅବଗତ କରାଯାଉଛି ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ ଏବଂ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଭେଟିି ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂର୍ପକରେ ଅବଗତ କରାଇଛନ୍ତି ।

ଶ୍ରୀ ସିଂଦଦେଓ ଏବଂ ଶ୍ରୀ ମହାନ୍ତି, ଅବସରପ୍ରାପ୍ତ ମେଜର ଜେନେରାଲ କେ.ପି ଧଳସାମନ୍ତଙ୍କୁ ଭେଟି ଏହି ଦୁଇ ଧାରା ଉଚ୍ଛେଦ ନେଇ ଆଲୋଚନା କରିବା ସହ ସେ ସମ୍ବନ୍ଧୀୟ ଏକ ପୁସ୍ତିକା ପ୍ରଦାନ କରିଥଲେ ।

ସେହିପରି ଓଡିଶା ବାର କାଉନସିଲର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସଭାପତି ସତପାଳ ସିଂହ, ସି.ଭି ରମଣ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଇଂ ସଂଜୀବ ରାଉତଙ୍କୁ ଉଭୟ ନେତୃବୃନ୍ଦ ଭେଟି ଧାରା ଉଚ୍ଛେଦ ପରେ ଜାମ୍ମୁକାଶ୍ମିର ସାଂପ୍ରତିକ ସ୍ଥିତି ସଂର୍ପକରେ ଆଲୋଚନା କରିଥିଲେ । 

  • ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...
  • ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା...

RELATED BY