´ସୁଚିତ୍ରା´ର ରାଜ୍ୟ ସ୍ତରୀୟ କବି ସମ୍ମିଳନୀ

ରେଢାଖୋଲ/ନାକଟିଦେଉଳ: ସ୍ରୁଜନ ର ସ୍ପନ୍ଦନ ସାହିତ୍ୟ ପତ୍ରିକା ସୁଚିତ୍ରା ର ଷଷ୍ଠ ସ୍ବନକ୍ଷତ୍ର ଉସ୍ଚବ ଓ ରାଜ୍ୟସ୍ତରୀୟ କବି ସମ୍ମିଳନୀ ନାକଟିଦେଉଳ ସ୍ନାତକ ମହାବିଦ୍ୟଳୟ ପ୍ରାଙ୍ଗଣ ରେ ତା ୧୬.୨.୨୫ ରିଖ ରବିବାର ଦିନ ମହାସମାରୋହ ରେ ଅନୁଷ୍ଠିତ ହୋଇଛି । ଡ. ଦୀପେନ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବ ଓ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀଙ୍କ ସଂଯୋଜନା ରେ ଆୟୋଜିତ ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବରେ ନାକଟିଦେଉଳ ବିଡିଓ ବିଶିଷ୍ଠ କବି କ୍ଷମାନିଧି ଭୋଇ , ମୁଖ୍ୟ ବକ୍ତା ଭାବେସୁରଜମଲ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡା ଓ ସମ୍ମାନୀତ ଅତିଥି ଭାବେ ଡ.ସୁଶୀଳ କୁମାର ବାଗ, କବି ଲକ୍ଷ୍ମୀ ନାରାୟଣ ହୋତା ଓ ସୁଚିତ୍ରା ର ଉପଦ୍ଦେଷ୍ଟା ସନ୍ତୋଷ କୁମାର ରଥ ଯୋଗ ଦେଇ ସାହିତ୍ୟ ର ସ୍ବରୁପ, ପରିଭାଷା ଓ ସମସ୍ୟା ସମ୍ପର୍କ ରେ ଆଲୋକପାତ କରିଥିଲେ । ସୁଚିତ୍ରା ର ପ୍ରତିଷ୍ଠା ସମ୍ପାଦକ କବି କନ୍ଦର୍ପ ବେହେରା ଉସ୍ଚବ ବିଷୟ ରେ ବକ୍ତବ୍ୟ ରଖିଥିବାବେଳେ କବିୟତ୍ରୀ ଗୀତାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଅତିଥିମାନଙ୍କ ଦ୍ବାରା ସୁଚିତ୍ରା ର ବାର୍ଷିକ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ଏହି ସମାବେଶରେ ରଘୁନାଥ ପ୍ରଧାନଙ୍କୁ କବି ପିତାମ୍ବର ବିଶ୍ବାଳ ସ୍ମୁତି ସମ୍ମାନ,ଡ.ମନୋଜ କୁମାର ପଣ୍ଡା ଙ୍କୁ ସୁଚିତ୍ରା କବି ସମ୍ମାନ, ଡ.ସୁଶୀଳ ବାଗ୍ ଙ୍କୁ ସୁଚିତ୍ରା ପ୍ରବନ୍ଧ ସମ୍ମାନ, ନିରଞ୍ଜନ ପତିଙ୍କୁ ଶିଶୁ ସାହିତ୍ୟ ସମ୍ମାନ, କ୍ଷୀରୋଦ ବିହାରୀ ବିଶ୍ବାଳ ଙ୍କୁ ଗଳ୍ପ ସମ୍ମାନ,ସୁଦୀପା ସାହୁଙ୍କୁ ନବ ପ୍ରତିଭା ସମ୍ମାନ ଓ ରାଜୀବ ପ୍ରସାଦ ଭୋଇଙ୍କୁ ଯୁବ କବି ସମ୍ମାନ ପ୍ରଦାନ କରାଯାଇଛି ।