ଶିକ୍ଷା ମାଫିଆ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ରଞ୍ଜିତ ପାତ୍ରଙ୍କ ଆବାହକତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କିଟ୍‌ରେ ଘଟିଥିବା ଲଜ୍ଜ୍ୟାଜନକ ଘଟଣା ପାଇଁ କିଟ୍‌ର ସର୍ବେସର୍ବା ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରାଯାଉ । କିଟ୍ ପରିସରରେ ପ୍ରତିବର୍ଷ ଛାତ୍ର/ଛାତ୍ରୀଙ୍କର ମୃତ୍ୟୁ ଘଟୁଥିବାବେଳେ ଅଚ୍ୟୁତ ସାମନ୍ତଙ୍କର ପ୍ରଶାସନିକ କ୍ଷେତ୍ରରେ ଏବଂ ରାଜନୈତିକ କ୍ଷେତ୍ରରେ ନିବିଡ଼ ସଂପର୍କ ପାଇଁ ସେ ଖସି ଯାଉଛନ୍ତି ବୋଲି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଉଛି । ଓଡ଼ିଶାର ପ୍ରଶାସନ, ରାଜନେତା ଓ ପୁଲିସ ବିଭାଗ ସାମନ୍ତଙ୍କର ପକେଟ ଭିତରେ ରହିଛି ବୋଲି ସ୍ପଷ୍ଟବାରି ହୋଇପଡ଼ୁଛି । କିଟ୍‌ର ନେପାଳୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ନେପାଳର ଛାତ୍ର ଛାତ୍ରୀମାନେ ଆନ୍ଦୋଳନ କରୁଥିବାବେଳେ ଅଚ୍ୟୁତଙ୍କ ନିର୍ଦ୍ଦେଶରେ ସେହି ନେପାଳୀ ଛାତ୍ର ଛାତ୍ରୀମାନଙ୍କୁ ଅମାନବୀୟ ବ୍ୟବହାର କରାଯାଇଥିଲା । ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛି ବା ମାରି ଦିଆଯାଇଛି, ଏ ଘଟଣା ଏବେ ସନ୍ଦେହ ଘେରରେ । କାରଣ କିଟ୍ ପରିସରରେ କୌଣସି ମୃତ୍ୟୁ ଘଟଣାର ସଠିକ୍ ତଦନ୍ତ ହୋଇପାରିନାହିଁ । କାରଣ ଏହି ତଦନ୍ତ ପ୍ରକ୍ର୍ରିୟାକୁ ଚାପି ଦେବା ପାଇଁ ଅଚ୍ୟୁତ ସାମନ୍ତ ସବୁବେଳେ ସଫଳ ହୋଇଛନ୍ତି । ଆନ୍ଦୋଳନରତ ଛାତ୍ର ଛାତ୍ରୀଙ୍କୁ ଯେଉଁଭଳି ଭାବରେ ମାଡ଼ମାରି ବ୍ୟବହାର କରି ହଷ୍ଟେଲରୁ ବାହାର କରିଦିଆଗଲା ଏହା ଏକ ଦୁର୍ଭାଗ୍ୟଜନକ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଟ୍‌ରେ ପ୍ରାୟ ୯ ଶହ ନେପାଳ ଛାତ୍ର ଛାତ୍ରୀ ପାଠପଢ଼ୁଛନ୍ତି । ସେମାନଙ୍କୁ ହଷ୍ଟେଲରୁ ବାହାର କରିଦେବା ଫଳରେ ସେମାନେ ଭୋକ ଉପାସରେ ରହି ଏବେ ନେପାଳ ଫେରିଯାଉଛନ୍ତି । ଅଚ୍ୟୁତ ସାମନ୍ତଙ୍କର ସାମାନ୍ୟତମ ମାନବିକତା ନାହିଁ । ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶରେ କିଟ୍ ନେପାଳ ଦେଶପ୍ରତି ଯେଉଁ ଅପମାନ ସୂଚକ ବକ୍ତବ୍ୟ ଦେଇଛନ୍ତି ତାହା ଏବେ ବିଶ୍ୱରେ ଭାରତକୁ ନିନ୍ଦିତ କରିଛି । ଏହା ନେପାଳ ଓ ଭାରତର ସଂପର୍କକୁ ପ୍ରଭାବିତ କରିବାର ସମ୍ଭବନା ରହିଛି । ଖଳନାୟକ ଅଚ୍ୟୁତ ସାମନ୍ତ ଖସିଯାଉଛି । ମୋହନ ସରକାର ମଧ୍ୟ ଅଚ୍ୟୁତ ସାମନ୍ତଙ୍କୁ ସୁରକ୍ଷା ଦେବା ପାଇଁ ଅଂଟା ଭିଡ଼ିଛନ୍ତି । ଅଚ୍ୟୁତ ସାମନ୍ତଙ୍କ ଅସଲରୂପକୁ ସାଧାରଣ ଲୋକ ଜାଣିପାରନ୍ତି ନାହିଁ । ସେ ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କୁ ଶୋଷଣ କରନ୍ତି । କିଟ୍ ପରିସରରେ ମହିଳା ଅସୁରକ୍ଷିତ । ବହୁବର୍ଷ ଧରି ଏ କଥା ପ୍ରଶାସନ ଜାଣି ମଧ୍ୟ ନିରବ । ଅଚ୍ୟୁତ ସାମନ୍ତ ଜଣେ ହତ୍ୟାକାରୀ । ଅଚ୍ୟୁତ ସାମନ୍ତଙ୍କୁ ଏହି ଘଟଣାରେ ତୁରନ୍ତ ଗିରଫରି କରି ତାଙ୍କ ଉପରେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରିବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି । କିଟ୍ ଭିତରେ ଯେଭଳି ମର୍ମାନ୍ତୁଦ ଘଟଣା ଘଟୁଛି ଏଥିରୁ ସ୍ପଷ୍ଟ ହୋଇପଡ଼ୁଛି ଯେ କିଟ୍ ପରିସରରେ ଶୈକ୍ଷିକ ବାତାବରଣ ନାହିଁ । ଅନ୍ୟପକ୍ଷରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଠାରୁ ତଂଟି ଚିପି ଅଚ୍ୟୁତ ସାମନ୍ତ ଅର୍ଥ ଆଦାୟ କରନ୍ତି । ମୋହନ ସରକାର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ତାଙ୍କ ଉପରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଯୁବ କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ୟାସିର ନୱାଜ, ସୁଦିପ ସାମଲ, ନିହାର ରଞ୍ଜନ ବେହେରା, ସ୍ୱାଗତ କର, ଅଜୟ ସାହୁ, ମହମ୍ମଦ ଗୁଲଫାମ, ଗୋପନ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ ।