ଭୁବନେଶ୍ୱର : ଓଡ଼ିଶାର ବର୍ତ୍ତମାନ ସରକାରର ଏକ ବର୍ଷ ପୂର୍ତ୍ତି ଅବସରକୁ ପାଳନ କରିବା ପାଇଁ ରୋଡମ୍ୟାପ ତିଆରି କରିବା ଉଦ୍ଦେଶ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ଗୃହ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଶ୍ରୀମତୀ ପାଢ଼ୀ ଏହି ଉତ୍ସବକୁ ଅର୍ଥପୂର୍ଣ୍ଣ, ଅର୍ନ୍ତଭୁକ୍ତି ଓ ପ୍ରଭାବଶାଳୀ ଭାବେ ଆୟୋଜନ କରିବା ଆବଶ୍ୟକତା ଉପରେ ଜୋର ଦେଇଥିଲେ । ସରକାରଙ୍କ ଏକ ବର୍ଷର ସଫଳତା ବିବରଣୀ ଏହି ଅବସରରେ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ ।
ଜନସାଧାରଣ ସମ୍ପର୍କ କାର୍ଯ୍ୟକ୍ରମରେ ସମସ୍ତ ୧୧୫ ଅର୍ବନ୍ ଲୋକାଲ ବଡି (ULB), RTO ଅଞ୍ଚଳ ଓ ବନ୍ଦର କ୍ଷେତ୍ରରେ ଉନ୍ନତି ଉପଲବ୍ଧି ବିଷୟରେ ଅବଗତ କରିବା ।
ପ୍ରଦର୍ଶନୀ ଓ ମଲ୍ଟିମିଡିଆ ଅଭିଯାନ ମାଧ୍ୟମରେ ସଫଳ କାହାଣୀ ଓ ନବଚେତନାତ୍ମକ ପ୍ରୟାସଗୁଡିକୁ ଦେଖାଇବା ।
କାର୍ଯ୍ୟକାରୀ କରାଯାଇଥିବା ପ୍ରକଳ୍ପଗୁଡିକ ଗୁଡିକର ଲୋକାର୍ପଣ ଓ ଶିଳାନ୍ୟାସ ,ଭିଜୁଆଲ୍ ଓ ଡକ୍ୟୁମେଣ୍ଟେସନ୍ ପ୍ରସ୍ତୁତି: ବିଭାଗୀୟ ସଫଳତା ବିବରଣୀ ଉପସ୍ଥାପନ ।
ନାଗରିକ ଭାଗୀଦାରୀ: ଘର, ସ୍ୱଚ୍ଛତା, ପରିବହନ ଓ ସହରାଞ୍ଚଳ ବିକାଶ ଉପରେ ଅଧିକ ଗୁରୁତ୍ୱ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ମାନିତ କରୁଥିବା ଅନୁଷ୍ଠାନ: ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିବା ଆଦି ଅନ୍ତର୍ଭୁକ୍ତ ।
ଶ୍ରୀମତୀ ପାଢ଼ୀ ବିଭାଗ ଅନୁଯାୟୀ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ ସମସ୍ତ କାର୍ଯ୍ୟକ୍ରମରେ ସର୍ବାଧିକ ଜନସାଧାରଣ ଭାଗୀଦାରୀ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉତ୍ସବ ଏକ ନାଗରିକ କୈନ୍ଦ୍ରିକ ଏବଂ ଗଣତାନ୍ତ୍ରିକ ଶାସନର ପ୍ରତିବିମ୍ବ ଭାବେ ଆୟୋଜିତ କରାଯିବ ।
ବୈଠକରେ ଏକ ସଂପୂର୍ଣ୍ଣ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ତିଆରି କରିବା ଏବଂ ଏହି ଉତ୍ସବର ସଫଳତା ପାଇଁ ସମସ୍ତ ବିଭାଗ ଓ ସହଯୋଗୀଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।