ଭୁବନେଶ୍ୱର : ଆଜି ରାଜସ୍ଥାନ ରାଜଧାନୀ ଜୟପୁରରେ ମିଟ ଇନ ଇଣ୍ଡିଆ କନକ୍ଳେଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ତରଫରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସହ ଓଡିଶା ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ଓ ବିଭାଗୀୟ ଅନ୍ୟ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ବର୍ତ୍ତମାନ ସରକାରଙ୍କ ପ୍ରୟାସକୁ ଭୁୟସୀ ପ୍ରଂଶସା କରିଥିଲେ । ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଅନ୍ୟ ସମସ୍ତ ରାଜ୍ୟ ପାଇଁ ଅନୁକରଣୀୟ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଦିବ୍ୟା କୁମାରୀ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଡିଶା ପର୍ଯ୍ୟଟନର ସମ୍ଭାବ୍ୟ ବିକାଶ ଓ ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡିଶାରେ ମାଇସ(MICE) ଟୁରିଜିମର ସମ୍ଭାବ୍ୟ ବିକାଶ ବିଷୟରେ ବିଶିଷ୍ଟ ନିବେଶକମାନଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆଲୋଚନା କରିଥିଲେ ।