ଭୁବନେଶ୍ୱର: ଓଡ଼ିଶା ଟାଇମ୍ସର ବରିଷ୍ଠ ସାମ୍ବାଦିକ ସୋମନାଥ ଶାସ୍ତ୍ରୀଙ୍କର ଗତ ୧୮-୦୫-୨୦୨୫ ତାରିଖ ସନ୍ଧ୍ୟା ୫ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କର ପୁତ୍ର ଓ ସହଧର୍ମିଣୀ ଉପସ୍ଥିତ ଥିଲେ । ସେ ଦୀର୍ଘଦିନ ଧରି କିଡିନ୍ ଜନିତ ରୋଗରେ ପିଡ଼ିତ ଥିଲେ । ସେ ଜଣେ ନିର୍ଭିକ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିବା ସହିତ ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କର ପାର୍ଥୀବ ଶରୀର ଦର୍ଶନ କରିଥିଲେ । ସତ୍ୟ ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ପୁତ୍ର ସତ୍ୟମ୍ ଶାସ୍ତ୍ରୀ ମୁଖାଗ୍ନି ଦେଇଥିଲେ ।