
ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ଭବନରେ ଆମ ଓଡ଼ିଶା ମାଟିର ଗୌରବ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଓଡ଼ିଶାର ବିକାଶ ଯାତ୍ରା, ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ରୋଡ଼ମ୍ୟାପ୍ ଓ କେନ୍ଦ୍ର ରାଜ୍ୟ ସୁସମନ୍ଵୟରେ ଓଡ଼ିଶାର ବିକାଶକୁ କେମିତି ଆହୁରି ତ୍ୱରାନ୍ୱିତ କରିହେବ ଇତ୍ୟାଦି ବିଷୟରେ ଆଲୋଚନା କରିବା ସହିତ ମହାମହିମ ରାଷ୍ଟ୍ରପତିଙ୍କୁ “ଓଡ଼ିଶା ଭିଜନ ୨୦୩୬ | ୨୦୪୭” ପ୍ରଦାନ କରିଛନ୍ତି ।