ଭୁବନେଶ୍ୱର : ବାଲେଶ୍ଵର ଏଫ୍ ଏମ ମହାବିଦ୍ୟାଳୟ ନିର୍ଯାତିତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବିୟୋଗ ଖବର ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହତ କରିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଶେଷରେ ସେ ନ୍ୟାୟ ପାଇଁ ସଙ୍ଘର୍ଷ କରି ଜୀବନ ଯୁଦ୍ଧରେ ହାରିଗଲା ସରକାର ତାକୁ ନ୍ୟାୟ ଦେଇପାରିଲେ ନାହିଁ । ସେ ନ୍ୟାୟ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଠୁଁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ , କେନ୍ଦ୍ର ଶିକ୍ଷାମନ୍ତ୍ରୀ,ରାଜ୍ୟ ଶିକ୍ଷାମନ୍ତ୍ରୀ ପୋଲିସ,ପ୍ରଶାସନ,ସାଂସଦ ସମସ୍ତଙ୍କ ପାଖରେ ପହଞ୍ଚିଥିଲେ ବି କେହି ତାକୁ ନ୍ୟାୟ ଦେଇ ପାରିଲେ ନାହିଁ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ଏବଂ କଂଗ୍ରେସ ଦଳ ତାଙ୍କ ପରିବାର ସହ ଏହି ଦୁଃଖଦ ସମୟରେ ରହିଛି ବୋଲି ସେ କହିଛନ୍ତି । ତାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଆନ୍ଦୋଳନ ଜାରି ରଖିବ ।