୨୨ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ତଥା ଲକ୍ଷ୍ମୀ ପୁରାଣର ରଚୟିତା ଭକ୍ତ ବଳରାମ ଦାସଙ୍କ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ୨୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପକୁ ପର୍ଯ୍ୟଟନ ବିଭାଗ ଅନୁମୋଦନ କରିଛନ୍ତି । ପବିତ୍ର ସୁଦଶା ବ୍ରତ ଅବସରରେ ଏହି ନିଷ୍ପତ୍ତି ସୁଭଦ୍ରା ଭଉଣୀମାନଙ୍କ ପ୍ରତି ପର୍ଯ୍ୟଟନ ବିଭାଗର ସମ୍ମାନ ପ୍ରଦର୍ଶନର ଏକ ଅନନ୍ୟ ଉଦାହରଣ ।