ବ୍ରଜରାଜ ନଗର : (ରାଜେଶ ସଅ) ବ୍ରଜରାଜ ନଗର ମହାବିଦ୍ୟାଳୟର ଇତିହାସ ବିଭାଗ ଆନୁକୁଲ୍ୟରେ ବିଭାଗ ମୁଖ୍ୟ ଡ. ଋତୁପର୍ଣ୍ଣା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ” ଫରାସୀ ରାଷ୍ଟ୍ର ବିପ୍ଳବ ଏକ ଯୁଗାନ୍ତକାରୀ ଘାଟଣା ” ବିଷୟ ଉପରେ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି l ଉକ୍ତ ଆଲୋଚନା ଚକ୍ରରେ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଓ ସୁରଜ ମଲ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୁଜିତ୍ କୁମାର ସେନ୍ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ l ବିଭାଗ ମୁଖ୍ୟା ଡ. ଋତୁପର୍ଣ୍ଣା ମହାନ୍ତି ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଅଭିଭାଷଣ ରଖିଥିଲେ l ମୁଖ୍ୟବକ୍ତା ଫରାସୀ ରାଷ୍ଟ୍ର ବିପ୍ଳବ ଏକ କାଳଜ୍ଜୟୀ ବୈଶ୍ବିକ ଘଟଣା ଓ ଯୁଗେ ଯୁଗେ ମାନବ ଜାତିକୁ ମୁକ୍ତି, ସମାନତା ଓ ଭାତୃତ୍ବ ପ୍ରତିଷ୍ଠା ପାଇଁ ପ୍ରେରିତ କରିବ ବୋଲି ମତ ରଖିଥିଲେ l ଆଲୋଚନା ଚକ୍ରରେ ପାଞ୍ଚ ଜଣ ଛାତ୍ରୀ ଭାରତୀ ହାତୀ , ପୂଜା ଠାକୁର, ସ୍ନେହା କୁମାରୀ , ସୋନିଆ ଗିରି ଏବଂ ବନ୍ଦନା ୟାଦବ ପ୍ରବନ୍ଧ ପାଠ କରିଥିଲେ l ଉକ୍ତ ଆଲୋଚନା ଚକ୍ର କାର୍ଯକ୍ରମକୁ ଅଧ୍ୟାପିକା ଶ୍ରୀମତୀ ସଙ୍ଗୀତା ସାହୁ ସଂଯୋଜନା କରିଥିବା ବେଳେ ଅନ୍ୟତମ ଅଧ୍ୟାପକ ଶ୍ରୀ ସୁମିତ ତିର୍କି ଫରାସୀ ରାଷ୍ଟ୍ର ବିପ୍ଳବ ଭାରତର ସ୍ଵାଧୀନତା ସଂଗ୍ରାମ ପାଇଁ ପ୍ରେରଣାର ଉତ୍ସ ବୋଲି ବର୍ଣ୍ଣନା କରିଥିଲେ l ଉକ୍ତ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ବିକ୍ରମ ପ୍ରଧାନ, ଶ୍ରୀ ଶ୍ରୀକର ଭୋଇ, ଶ୍ରୀ ଶିବା ତ୍ରିବେଦୀ, ଶ୍ରୀ ସୌମ୍ୟ ରଞ୍ଜନ ସାହୁ,ଅଧ୍ୟାପିକା ସୁଶ୍ରୀ ଲଳିତା ପ୍ରଧାନ, ଶ୍ରୀମତୀ ପଦ୍ମାବତୀ ମହାପାତ୍ର, ଡ. ପୁଷ୍ପାଞ୍ଜଳି ସାହୁ, ସସ୍ମିତା ତ୍ରିପାଠୀ, କବିତା ସାହୁ , ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଆଦି ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଅଣଶୈକ୍ଷିକ କର୍ମଚାରୀ ମଞ୍ଜୁ ଦୋରା ଓ ସୁବ୍ରତ ଭୋଇ ଉକ୍ତ କାର୍ଯକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ l ଏହି ଅବସରରେ ଯୁକ୍ତ ତିନି ପ୍ରଥମ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ଉତ୍ସବ ପାଳନ କରାଯାଇଥିଲା l
