କାହା ସ୍ୱାର୍ଥରେ କଟକ ଆଗ୍ରାଭେଟ କମ୍ପାନୀଙ୍କୁ ରାଜ୍ୟ ସରକାର ୨୫ ଏକର ଜମି ଦେଲେ

ଭୁବନେଶ୍ୱର : କଟକ ଜିଲ୍ଳା ବାଙ୍କି ତହସିଲର ବାଁରା ଗ୍ରାମ ନିକଟବର୍ତୀ ଅଞ୍ଚଳରେ ୨୫.୬୦୦ ଏକର ଜମି ରାଜ୍ୟ ସରକାର ୨୦୨୧ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ପଞ୍ଜାବର ଶ୍ରୀଯୁକ୍ତ ସିଙ୍ଗଲା ନାମକ ଜୈନିକ ବ୍ୟବସାୟୀଙ୍କ କଟକ ଆଗ୍ରାଭେଟ ନାମକ କମ୍ପାନୀକୁ ୬୭ଲକ୍ଷ ୨୧ ହଜାର ୨ଶହ ୨ଟଙ୍କାରେ ୯୦ ବର୍ଷ ପାଇଁ ଇଡକୋ ଦ୍ୱାରା ଜମି ଯୋଗାଯାଇଅଛି । ଏଠାରେ କଟକ ଆଗ୍ରାଭେଟ ଏକ ଇଥାନଲ କାରଖାନା ବସାଇବ । ଏହି କାରଖାନାରୁ ୧୨୫ କେଏଲପିଡି ଇଥାନଲ ଉତ୍ପାଦିତ ହେବ ବୋଲି କୁହାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ଯୋଗାଇ ଦେଇଥିବା ଉପରୋକ୍ତ ଜମି ଡମପଡ଼ା ବାଙ୍କି ନିଶିଦ୍ଧାଞ୍ଚଳ ଜଙ୍ଗଲକୁ ଲାଗିଛି । ଏହି ଜମି ରାସ୍ତାଦେଇ ହାତିମାନେ ପ୍ରତିଦିନ ଗମନାଗମନ କରନ୍ତି । ମହାନଦୀ ମୂହାଣରୁ ପାଣି ପିଅନ୍ତି । ଏହି ଅଞ୍ଚଳକୁ ବହୁ ବିଦେଶାଗତ ସାଇବେରିଆ ଅଞ୍ଚଳରୁ ପକ୍ଷୀ ପ୍ରତିବର୍ଷ ଆସନ୍ତି । ତତ୍‌ସହିତ ଏହି ଜମି ସଂଲଗ୍ନ ଅଞ୍ଚଳଟିରେ ଭାଲୁ, ହରିଣ, ସମ୍ବର, ଠେକୁଆ, ଗୋଧି, ମୟୁର ଏବଂ ଅଜଗର ଇତ୍ୟାଦି ପଶୁ ଓ ପକ୍ଷୀମାନଙ୍କର ବାସସ୍ଥଳିତ ଅଟେ । ରାଜ୍ୟ ସରକାର ଏହି ଜମିକୁ ଶିଳ୍ପ ସ୍ଥାପନ ନିମନ୍ତେ ଦେବାବେଳେ ଇଡକୋ, କଟକ ଜିଲ୍ଲା ପ୍ରଶାସନ ବାଙ୍କି ସବ୍‌କଲେକ୍ଟର ତହସିଲଦାର ତଥା ରାଜ୍ୟ ପ୍ରଶାସନର ଜଙ୍ଗଲ ଓ ପର୍ଯ୍ୟାବରଣ ବିଭାଗ ସମସ୍ତ ଆଇନ କାନୁନକ୍ ଉଲ୍ଲଙ୍ଘନ କରି ଶିଳ୍ପପତିଙ୍କ ସ୍ୱାର୍ଥରକ୍ଷା ତଥା ଅନ୍ୟ କିଛି ନିହତ ସ୍ୱାର୍ଥ ଉଦ୍ଦେଶ୍ୟରେ ଏ ଜମିକୁ ହସ୍ତାନ୍ତର କରାଯାଇଅଛି ବୋଲି ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଙ୍କିର ପୂର୍ବତନ ବିଧାୟକ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକଙ୍କୁ ଗଣମାଧ୍ୟମ ସାମନାରେ ବିଶୋଦଗାର କରିଛନ୍ତି । ଉକ୍ତ ଜମିରେ କଟକ ଆଗ୍ରାଭେଟ କମ୍ପାନୀ ଇଥାନଲ ପ୍ଲାଣ୍ଟ ସହିତ ୪ ମେଗାୱାଟର ଏକ ତାପଜ ବିଦ୍ୟୁତକେନ୍ଦ୍ର ସ୍ଥାପନ କରିବ । ଯେଉଁଥିପାଇ ପ୍ରତିଦିନ ୧୮୦ ଟନ କୋଇଲା ଜାଲେଣିରୂପେ ଆବଶ୍ୟକ ପଡ଼ିବ ଫଳରେ କୋଇଲାରୁ ନିର୍ଗତ ଧୂଆଁ, ଧୂଳି ସେ ଅଞ୍ଚଳର ଜୈବ ବିବିଧତା ଜଙ୍ଗଲ ଓ ପରିବେଶକୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ କରିବ । ଏହି କାରଖାନା ଅଞ୍ଚଳ ପାଖାପାଖି ନୂଆପଡ଼ା, କୁଆମୋଡ଼ା, ନରାଜ, ମୁଣ୍ଡୁଳି, ଭାଗିପୁର, କଲ୍ୟାଣପୁର ଇତ୍ୟାଦି ବହୁ ଗ୍ରାମବସତି ଅଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଏହି ଶିଳ୍ପପ୍ରତିଷ୍ଠା କରାଯାଉଥିବା ଜାଗାଠାରୁ ଏକ କିଲୋମିଟର ପରିସର ଭିତରେ ନବୋଦୟ ବିଦ୍ୟାଳୟ, ମୁଣ୍ଡୁଳୀ ହାଇସ୍କୁଲ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ କେନ୍ଦ୍ର ସରକାରଙ୍କର ସିଆଇଏସଫ ସଂସ୍ଥା ତଥା ମାତ୍ର ୪ କିମି ଦୂରରେ ନନ୍ଦନକାନନ ପ୍ରାଣି ଉଦ୍ୟାନ ଅବସ୍ଥିତ । ଖାଲି ସେିତିକି ନୁହେଁ ଓଡ଼ିଶା ହାଇକୋର୍ଟ ଏହି ଜାଗାଠାରୁ ମାତ୍ର ୫ କିଲୋମିଟର ଦୂର । ତେଣୁ ଏଭଳି ଏକ ସମ୍ବେଦନଶୀଳ, ଜନବସତି ତଥା ଜଙ୍ଗଲ ଅଞ୍ଚଳରେ ଏଭଳି ଏକ ଶିଳ୍ପ ପ୍ରତିଷ୍ଠାକ ରିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏହା ତାଙ୍କର କେଉଁ ଦୁରଦୃଷ୍ଟିର ପାରଦର୍ଶିତା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କମ୍ପାନୀ ଉପରୋକ୍ତ ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପଲ୍ୟୁସନ କଂଟ୍ରୋଲ ବୋର୍ଡରୁ କ୍ଲିୟରାନ୍ସ ଆଣିନାହାନ୍ତି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟରୁ ଅନୁମତି ପାଇ ନାହାନ୍ତି ଏବଂ ରାଜ୍ୟ ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟରୁ ଅନୁମତି ପାଇ ନାହାନ୍ତି । ଏପରିକି ଆଇନ ଅନୁସାରେ ଗ୍ରାମସଭା ଡକାନଯାଇ ବିଜୁ ଜନତାଦଳ ସମର୍ଥିିତ ସରପଞ୍ଚ ମିଛ ଗ୍ରାମସଭା ହୋଇଥିବାର ପ୍ରଦାନ କରିଛନ୍ତି । ଏ ଅଞ୍ଚଳର ଲୋକମାନଙ୍କର ଦାବୀ ଏ ଅଞ୍ଚଳର ଜଳବାୟୁ ତଥା ବାୟୁମଣ୍ଡଳ ତଥା ଜୈବବିବିଧତାକୁ ପ୍ରଦ୍ୟୁଷିତ ନକରି ଅନ୍ୟ ଯେଉଁଠାରେ ଶିଳ୍ପାଞ୍ଚଳ ଗଢ଼ିଉଠିଛି ସେଠି କଲେ କିଛି କ୍ଷତି ହେବ ନାହିଁ । ଚୌଦ୍ୱାର ଶିଳ୍ପାଞ୍ଚଳରେ ହଜାର ହଜାର ଏକର ଲ୍ୟାଣ୍ଡ ଇଡ୍‌କୋ ପାଖରେ ପଡ଼ି ରହିଛି । ସେଠାରେ ଏ ଶିଳ୍ପ ପ୍ରତିଷ୍ଠା କରାଯାଉ । କଂଗ୍ରେସ ଶିଳ୍ପାୟନରେ ବିରୋଧି ନୁହେଁ କିନ୍ତୁ ପରିବେଶ, ଜଙ୍ଗଲ ଓ ପଶୁପକ୍ଷି ଜୈବବିବିଧତା ଓ ଜନସାଧାରଣଙ୍କ ସ୍ୱାର୍ଥକୁ ଉପେକ୍ଷା କରି ଶିଳ୍ପାୟନକୁ ବିରୋଧ କରେ । ତେଣୁ ସରକାର ଖୋଦ ମୁଖ୍ୟମନ୍ତ୍ରୀ ଏହି ନଷ୍ପତିର ପୂର୍ନବିଚାର କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ନିବଦେନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପ୍ରବକ୍ତା ମହମ୍ମଦ ହୁସେନ ଓ ରଜନୀ ମହାନ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *