ଚଣ୍ଡିଗଡରେ ବ୍ୟାଟେରି ସ୍ୱାପିଂ ସୁବିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ

ବିଦ୍ୟୁତଚାଳିତ ଗାଡିର ମେଂଟେନାନ୍ସ ଖର୍ଚ୍ଚକୁ ହ୍ରାସ କରିବ

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଚଣ୍ଡିଗଡ ଠାରେ ବିଦ୍ୟୁତ ଚାଳିତ ଗାଡି ପାଇଁ ବ୍ୟାଟେରି ସ୍ୱାପିଂ ସୁବିଧା ଏବଂ କୁଇକ୍ ଇଂଟରଚେଞ୍ଜ୍ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଉତ୍ସବ କାର୍ଯ୍ୟକ୍ରମରେ ପଞ୍ଜାବର ରାଜ୍ୟପାଳ ଭି.ପି ସିଂହ ବଦନୋର ଉପସ୍ଥିତ ଥିଲେ ।ଇଣ୍ଡିଆନ ଅଏଲ ଏବଂ ସନ୍ ମୋବିଲିଟିର ମିଳିତ ଉଦ୍ୟମରେ ଏହା ନିର୍ମାଣ ହୋଇଛି । ଏହି ଷ୍ଟେସନରେ ବିଦ୍ୟୁତଚାଳିତ ଗାଡିର ବ୍ୟାଟେରି ସରିଯାଇଥିଲେ ପୂର୍ବରୁ ଚାର୍ଜ ହୋଇଥିବା ବ୍ୟାଟେରିକୁ ବଦଳାଇ ଗ୍ରାହକମାନେ ଚାର୍ଜ ଥିବା ବ୍ୟାଟେରି ନେଇପାରିବେ । ପ୍ରଥମ ପର୍ଯ୍ୟାୟରେ ଚଣ୍ଡିଗଡ ଏବଂ ଅନ୍ୟ ୨୦ଟି ସହରରେ ଏହିଭଳି ଷ୍ଟେସନର ପ୍ରତିଷ୍ଠା କରାଯାଇଛି । ବିଦ୍ୟୁତଚାଳିତ ଗାଡିର ମେଟେଂନାନ୍ସର ଖର୍ଚ୍ଚକୁ ଏହା ଦ୍ୱାରା ହ୍ରାସ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟ ଜଳବାୟୁ ପରିବର୍ତନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ । ବ୍ୟାଟେରିଂ ସ୍ୱାପିଂ ସୁବିଧାର ଲୋକାର୍ପଣ ଏଦିଗରେ ବଡ ପଦକ୍ଷେପ ଏବଂ ଦେଶର ଅର୍ଥନୀତିକୁ ମଧ୍ୟ ବଢାଇବ । ଆଗାମୀ ଦିନରେ ଭାରତ ଉର୍ଜା କ୍ଷେତ୍ରରେ ପରିବର୍ତନର ରାସ୍ତା ନିଜ ଉପାୟରେ ବାହାର କରିବ ।ଭାରତ ସରକାରଙ୍କ ତୈଳ ଏବଂ ଗ୍ୟାସ କମ୍ପାନୀ ଟେକ୍ନୋଲୋଜି ମାଧ୍ୟମରେ ନାଗରିକ ମାନଙ୍କୁ ସ୍ଥାୟୀ, ସୁବିଧାଜନକ ଓ ସୁଲଭ ଉର୍ଜା ପ୍ରଦାନ କରି ଆତ୍ମନିର୍ଭର ଭାରତ ଅଭିଯାନକୁ ମଜବୁତ୍ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY