ଭାରତକୁ ପେଟ୍ରୋକେମିକାଲ୍ ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଶିଳ୍ପସଂସ୍ଥା ଗୁଡିକୁ ଆହ୍ୱାନ

ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବଡ ପଦକ୍ଷେପ

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ୍ ଖଟ୍ଟରଙ୍କ ସହ ଫରିଦାବାଦ ଠାରେ ଇଣ୍ଡିଆନ ଅଏଲ ଟେକ୍ନୋଲୋଜି ଡେଭଲପମେଣ୍ଟ ଆଣ୍ଡ୍ ଡିପ୍ଲୋଏମେଟ୍ ସେଣ୍ଟର ଦ୍ୱିତୀୟ ଆର୍ ଏବଂ ଡି କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଉଦଘାଟିତ ହୋଇଥିବା ଦ୍ୱିତୀୟ ଆର ଏବଂ ଡି ସେଣ୍ଟର ଆଗାମୀ ଦିନରେ ସ୍ୱଚ୍ଛ, ବିକଳ୍ପ ଓ ସ୍ୱଦେଶୀ ଉର୍ଜା ସମାଧାନର ମାର୍ଗ ଖୋଜବାର ଲାବରୋଟୋରି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଇଣ୍ଡିଆନ ଅଏଲର ଆର୍ ଆଣ୍ଡ୍ ଡି ସେଣ୍ଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତରେ ଯୋଗଦାନ ଦେଉଅଛି । ଆର ଆଣ୍ଡ ଡି ସେଣ୍ଟର ଆତ୍ମନିର୍ଭର ଭାରତର ଚାବିକାଠି । ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କୃଷି ବର୍ଜ୍ୟ ବସ୍ତୁରୁ ବିକଳ୍ପ ଇନ୍ଧନ ପ୍ରସ୍ତୁତ କରିବାରେ ହରିୟାଣା ବଡ ଭୂମିକା ନେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ସାମାଜିକ-ଅର୍ଥନୈତିକ ଏବଂ ବିକାଶ ମ୍ୟାପରେ ହରିୟାଣା ଅତୁଳନୀୟ ପ୍ରଦର୍ଶନ କରିଛି । ରାଜ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର କାର୍ଯ୍ୟ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେଉଥିବାରୁ ଏବଂ ହରିୟାଣା ଭଳି ରାଜ୍ୟ କିରୋସିନି ମୁକ୍ତ ହୋଇଥିବାରୁ ଶ୍ରୀ ପ୍ରଧାନ ହରିୟାଣା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ହରିୟାଣାକୁ ଦେଶର ଗବେଷଣା ଏବଂ ବିକାଶର ପେଣ୍ଠସ୍ଥଳି ଭାବେ ନେତୃତ୍ୱ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  ବୈଶ୍ୱିକ ମାହମାରୀ କରୋନା ଭଳି ସଂକଟ ସମୟରେ ଦେଶ ୧୫୦ଟି ଦେଶକୁ ହାଇଡ୍ରୋକ୍ଲୋରୋକଇନ ଔଷଧ ପଠାଇ ବଡ ଭୂମିକା ଗ୍ରହଣ କରିଛି । ଦେଶରେ ପେଟ୍ରୋକେମିକାଲର ଆବଶ୍ୟକତା ବୃଦ୍ଧି ପାଉଛି ଏବଂ ପେଟ୍ରୋଲିୟମ ଉତ୍ପାଦ କ୍ଷେତ୍ରରେ ଆମଦାନୀ ହ୍ରାସ କରିବାକୁ ଯୋଜନା କରାଯାଉଛି । ଏହି ଅବସରରେ ଶ୍ରୀ ପ୍ରଧାନ ଭାରତକୁ ପେଟ୍ରୋକେମିକାଲ୍ ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ଶିଳ୍ପସଂସ୍ଥା ଗୁଡିକୁ ଆହ୍ୱାନ କରିଛନ୍ତି । ଏହାସହ ଶ୍ରୀ ପ୍ରଧାନ ବର୍ଜ୍ୟରୁ ଉର୍ଜା ପ୍ରସ୍ତୁତ କରିବା ପାଇଁ ଗୋଷ୍ଠୀ ଆଧାରିତ ମଡେଲ୍ ଉପରେ ଅଧିକ ଗୁରୁତ୍ୱଦେବାକୁ ଇଣ୍ଡିଆନ ଅଏଲକୁ ଆହ୍ୱାନ କରିଥିଲେ । 

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY