ଝାରସୁଗୁଡା : ଚଳିତ ବିଧାନସଭାରେ ପାରିତ ହୋଇଯାଇଥିବା ବଜେଟ ବିକଶିତ ଓଡିଶା ର ସ୍ବପ୍ନ କୁ ସତ ରେ ପରିଣତ କରିବ ଏବଂ ଏହା ଏକ ଐତିହାସିକ ବଜେଟ ବୋଲି ଝାରସୁଗୁଡାର ଏକ ଘରୋଇ ହୋଟେଲରେ ଶନିବାର ଦିନ ହୋଇଥିବା ଏକ ପ୍ରେସ ମିଟ ରେ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଝାରସୁଗୁଡା ବିଧାୟକ ସୂଚନା ଦେଇଛନ୍ତି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ପ୍ରେସ ମିଟ ରେ କହିଛନ୍ତି ଯେ ଚଳିତ ୨୦୨୫-୨୬ବଜେଟ ଟି ୩. ୧୦ ଲକ୍ଷ କୋଟି ର ହୋଇଥିବା ବେଳେ ଏହା ବିକଶିତ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଭିଜନ କୁ ନେଇ ପାରିତ ହୋଇଛି । ଏଥିରେ ରାଜ୍ୟ ରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି କୁ ଗୁରୁତ୍ୱ ଦିଆଯାଇଛି । ୧୬ କୋଟି ଟଙ୍କା କେବଳ ଶିକ୍ଷାଗତ ସଂସ୍ଥା ର ଉନ୍ନତି ପାଇଁ ବଜେଟ ରେ ସ୍ଥାନ ଦିଆଯାଇଥିବା ବେଳେ ୪ ଟି ନୂତନ ବିଶ୍ୱ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ଓଡିଶା ସରକାର ନିଷ୍ପତି ନେଇଛନ୍ତି । ଯେଉଁଥିରେ ଝାରସୁଗୁଡା ରେ ମଧ୍ୟ ଏକ ବିଶ୍ୱବିଦ୍ୟାଳୟ ଖୋଲାଯିବ । ୪ ଟି ଆୟୁର୍ବେଦିକ କଲେଜ , ୬ ଟି ମେଡିକାଲ କଲେଜ, ୨ ଟା ଇଞ୍ଜିନିଅରିଂ କଲେଜ, ୨ ଟା ହୋମିଓପ୍ୟାଥିକ କଲେଜ, ଏକ କୃଷି ବିଶ୍ୱ ବିଦ୍ୟାଳୟ ଏବଂ ଏକ ମତ୍ସ୍ୟ ମହାବିଦ୍ୟାଳୟ ଖୋଲିବା ପାଇଁ ବଜେଟ ରେ ନିଷ୍ପତି ନିଆଯାଇଛି । ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା ରେ ଗମନାଗମନ ପାଇଁ ଗାଁ ରୁ ଗାଁ କୁ ସଂଯୋଗ କରିବା ପାଇଁ ପି ଡବ୍ଲୁ ଡି ବିଭାଗ କୁ ମଧ୍ୟ ଟଙ୍କା ପ୍ରଦାନ କରାଯାଇଛି । ଏଥର ନୂତନ ଯୋଜନା ମଧ୍ୟରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ,ଅଟଳ ରକ୍ତଦାନ ଯୋଜନା, ୧ ହଜାର ଆଇ ସି ୟୁ ବେଡ଼, ୫ ହଜାର ବେଡ ନୂତନ ଭାବେ ସୃଷ୍ଟି କରାଯାଇ ଲୋକଙ୍କ ସେବା ରେ ଲଗାଯିବ । ସାମାଜିକ କଲ୍ୟାଣ ଯୋଜନା ରେ ୬ ଲକ୍ଷ ୫୦ ହଜାର ଲୋକଙ୍କୁ ମଧୁବାବୁ ପେନସନ ଯୋଜନା ରେ ଭତ୍ତା ପ୍ରଦାନ କରାଯିବ ଏବଂ ରାସନ କାର୍ଡ ରେ ୫ କେଜି ସ୍ଥାନ ରେ ୧୦ କେଜି ଚାଉଳ ଦିଆଯିବ ବୋଲି କହିଛନ୍ତି । ଏହି ବଜେଟ ଉତ୍କର୍ଷ ଓଡିଶା ଗଠନ କରିବା ରେ ସହାୟକ ହେବ ସହ ଏହା ସବୁ ସ୍ତର ର ଲୋକ ମାନେ ସୁବିଧା ପାଇବେ ଏବଂ ଏହା ଏକ ଜନ କଲ୍ୟାଣକାରୀ ବଜେଟ ବୋଲି ମନ୍ତ୍ରୀ କହିଥିଲେ । ବିଧାୟକ ତ୍ରିପାଠୀ ମଧ୍ୟ ପ୍ରେସ ମିଟ ରେ ଉପସ୍ଥିତ ରହି ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନେତୃତ୍ୱ ରେ ଓଡିଶା ବହୁ ଆଗକୁ ଯିବା ସହିତ ଝାରସୁଗୁଡା ମଧ୍ୟ ବିଗତ ଦଶନ୍ଧି ମାନଙ୍କ ଠାରୁ ଗତ ୨୦ ମାସ ର ନୂତନ ସରକାର ରେ ବହୁତ ଆଗକୁ ଯାଇଛି ବୋଲି ମତ ପ୍ରକାଶ କରିଛନ୍ତି ।