୨୦୨୫-୨୬ ଆର୍ଥିକ ବର୍ଷ ର ପଞ୍ଚମ ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଓ ଟାସ୍କ ଫୋର୍ସ କମିଟି ବୈଠକ
ସମ୍ବଲପୁର : ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଏବଂ ଟାସ୍କ ଫୋର୍ସ କମିଟି ବୈଠକ ଆଜି ଅପରାହ୍ନ ରେ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ସମ୍ବଲପୁର ଶ୍ରୀ ସୁଧାଂଶୁ କୁମାର ଭୋଇ (ଓ.ପ୍ର.ସେ), ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲିଙ୍ଗ ନିରୂପଣ କୁ କିଭଳି କଡ଼ାକଡ଼ି ଭାବରେ ରୋକାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ୪ଟି ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ଗୁଡ଼ିକର ସମୀକ୍ଷା କରାଯାଇଥିଲା ଏବଂ କମିଟି ର ନିର୍ଦ୍ଦେଶ କ୍ରମେ ଏହାର ପଞ୍ଜୀକରଣ ପାଇଁ ଆବେଦନ କରାଯାଇଛି । ସୂଚନା ଜିଲ୍ଲାରେ ରାଜସ୍ୱ ପାଣ୍ଠି ରୁ ପ୍ରଶାସନିକ, ଡାକ୍ତରଖାନା ଏବଂ ବିଭିନ୍ନ ଅଞ୍ଚଳରେ ଜନ ସଚେତନ କରାଇବା ପାଇଁ ନିଷ୍ପତି ନିଆଗଲା । ସ୍ବାସ୍ଥ୍ୟ ବିଭାଗ ତରଫରୁ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକୁ ନିୟମିତ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ବ୍ଲକ୍ ସ୍ତରରେ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୁଣ ହତ୍ୟା ସମ୍ବନ୍ଧିତ ଜନ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥିର କରାଗଲା ।
ସଭା ରେ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରଦୀପ କୁମାର ହୋତା, District Coordinator Action Aid NGO, ଶକ୍ତି ସଦନର ସଦସ୍ଯା, ସରକାରୀ ଓକିଲ,DPM NHM ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ତଥ୍ୟ କୁ ଶ୍ରୀ ବୁଧ ରଞ୍ଜନ ଭୋଇ, ସହକାରୀ ପରିଚାଳକ(ଆଇନ ବ୍ୟାପାର) ଉପସ୍ଥାପନ କରିଥିଲେ ।