ହିନ୍ଦୁ ନବବର୍ଷ

ଝାରସୁଗୁଡା ଆଜି ହିନ୍ଦୁ ନବବର୍ଷ । ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ରେ ମଧ୍ୟ ହିନ୍ଦୁ ନବବର୍ଷ ଧୂମଧାମ ରେ ପାଳନ କରାଯାଇଛି । ଏହି ନବବର୍ଷ ପାଳନ ଅବସରରର ଗୁରୁବାର ଅପରାହ୍ନରେ ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ବାଇକ ରାଲି ବାହାରିଥିଲା । ଯାହା ସହରର ବେହେରାମାଲ, ବଢ଼େଇମୁଣ୍ଡା, ପୁରୁଣା ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଦେଇ ସ୍ଥାନୀୟ ସତସଙ୍ଗ ଭବନ ଯାଏ ଯାଇଥିଲା । ବାଇକ ରାଲି ପହଂଚିବା ପରେ ସେଠାରୁ ହଜାର ହଜାର ସଂଖ୍ୟା ରେ ବିଜେପି, ବଜରଙ୍ଗ ଦଳ, ଆର ଏସ ଏସ, ଅଖିଳ ବିଦ୍ୟାର୍ଥୀ ପରିଷଦ ସହିତ ବିଭିନ୍ନ ହିନ୍ଦୁ ଯୁବକ ଓ କର୍ମୀ ଯୋଗ ଦେଇ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ଆତସବାଜି ସହ ସନାତନୀ ଯୁବକ ମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଆଖଡ଼ା ଖେଳ, ସଂକୀର୍ତନ୍ୟ, ନାଚ, ଗୀତ ପ୍ରଦର୍ଶନ କରାଯାଇଥିଲା । ଏହି ଶୋଭାଯାତ୍ରା ସତସଙ୍ଗ ଭବନ ରୁ ବାହାରି ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପହଂଚି ଥିଲା । ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସହର ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଲ, ଅରବିନ୍ଦ ପାଠକ,ରବି ଗିଦ୍ୱାନୀ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାୟ, ପୁରୁଷୋତ୍ତମ ଥିରାଣୀ, ବିବେକ ଶ୍ରୀବାସ, ତରଙ୍ଗ ଗିଦ୍ୱାନୀ , ବବଲୁ ସିଂ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ଥିଲେ ।