
ଝାରସୁଗୁଡା : ଆଜି ଝାରସୁଗୁଡା ଜିଲ୍ଲାର ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମରାକୁଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲିଲି ତନ୍ତୀ । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ସାମଲ । ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଶ୍ରୀମତୀ ସୁଜାତା ମେହେର ଓ ସମାଜସେବୀ ମହେନ୍ଦ୍ର ଗୁରୁ ଓ ସମାଜସେବୀ ଗୋଲବଦନ କାଲୋ, ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଜଗଦୀଶ ମୁଣ୍ଡା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ନଟବର ସେଠ ଓ ଅଭୟ ରଞ୍ଜନ ପଟେଲ I ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ଦୀକ୍ଷିତ ଉଦବୋଧନ ଦେଇ କହିଥିଲେ ଆଜିର ଶିଶୁ କାଲିର ଭବିଷ୍ୟତ ତେଣୁ ସମସ୍ତ ଛାତ୍ରଛାତ୍ରୀମାନେ ଭଲ ପାଠପଢି କିପରି ଭାବେ ଭବିଷ୍ୟତ ଉଜ୍ବଳ କରିପାରିବେ ସେଥିପ୍ରତି ଆଲୋକପାତ କରିଥିଲେ I ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଖେଳ ପ୍ରତିଯୋଗିତା ଯଥା ୧୦୦ ମିଟର ଦୌଡ଼, ୨୦୦ ମିଟର ଦୌଡ଼,ଲମ୍ବା ଡିଆଁ ,ଉଚ୍ଚ ଡିଆଁ, ବେଙ୍ଗ ଦୌଡ଼, ଗଣିତ ପ୍ରଶ୍ନୋତ୍ତର ଏବଂ ବାର୍ଷିକ ପରୀକ୍ଷାରେ ଯେଉଁମାନେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା I ଦ୍ୱିତୀୟ ପର୍ଯ୍ୟାୟରେ ଖୁବ ସୁନ୍ଦର ସୁନ୍ଦର ଦେଶଭକ୍ତି ଗୀତରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାଚ କରିଥିଲେ I ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସଞ୍ଜୁଲତା କିଷାନ,ନନ୍ଦିନୀ ସେଉଲ, ବିଶିକେଶନ ପଧାନ,ସନ୍ଧ୍ୟାରାଣୀ ପଧାର ଏବଂ ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ ଗୌରୀ ମେହେର ଓ ଇନ୍ଦୁ କାଲୋ I କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ଦୀପ୍ତିମୟୀ ପାଣ୍ଡେ I
