Share this:
ଜୟ ମା ମଙ୍ଗଳା ଜୟ ଶନି ଦେବ
ସୂର୍ଯ୍ୟଉଦୟ- ପ୍ରାଘ୦୫/୩୨/୩୧, ସୂର୍ଯ୍ୟଅସ୍ତ – ସଂଘ ୦୫/୫୯/୧୫
ଅଦ୍ୟ କର୍କଟରାଶିର ଘାତବାର୍ ରାହୁକାଳ – ଦିବା ଘ ୧୧/୪୬ ରୁ ଦିବା ଘ ୦୧/୧୯ ମଧ୍ଯରେ ।
ଆଜି ପାଣିକଖାରୁ ଖାଇବା ମନା ।
ଅମୃତବେଳା : ରାତ୍ର ୦୮/୩୬ ଗତେ ଦି ଘ ୧୧/୩୧ ମଧ୍ଯରେ ସଂଧ୍ଯ ଘ ୦୬/୧୪ ଗତେ ରାତ୍ର ଘ ୧୦/୩୫ ମଧ୍ୟରେ ।
ସତର୍କତା – ସନ୍ଧ୍ୟା ଘ ୦୬/୩୬ ଗତେ ୧/୩/୫/୭/୧୦/୧୨/୧୪/୧୬/ ୧୯/୨୧/୨୩/୨୫ ନକ୍ଷତ୍ରଙ୍କ ପାଇଁ ଅଶୁଭ ।
ମେଷ :ବିଭିନ୍ନ ପ୍ରକାର ସମସ୍ୟା ସାଙ୍ଗକୁ ଅଯଥା ଅର୍ଥବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେବେ । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି ।
ବୃଷ : ଦୂରଯାତ୍ରା ପାଇଁ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ,ବିଶେଷତଃ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ, କର୍ମକ୍ଷେତ୍ର କିମ୍ବା ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ ।
ମିଥୁନ : ରଚନାତ୍ମକ କାମ ଆନୁଷ୍ଠାନିକ କ୍ଷେତ୍ର ତଥା ସଭାସମିତିରେ ବନ୍ଧୁମାନଙ୍କ ସହ ଆଲୋଚନାରେ ଏକ ପ୍ରକାର ଆଶ୍ୱସ୍ତ ଲାଭ କରିବେ । ମହିଳାମାନେ ଯେ କୌଣସି କାମରେ ହାତ ଦେଲେ ମଧ୍ୟ ନିଶ୍ଚିତ ସଫଳତା ପାଇବେ ।
କର୍କଟ :ଶାରୀରିକ ସୁସ୍ଥତା ସାଙ୍ଗକୁ ପାରିବାରିକ ଶାନ୍ତି ମିଳିବ, ଅର୍ଥାଭାବର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ । ବନ୍ଧୁମାନେ ସାମୟିକ ସୁଯୋଗକୁ ନିଜର ସ୍ୱାର୍ଥସାଧନ ଦିଗରେ ଲଗାଇପାରନ୍ତି, କିଛି ଦ୍ରବ୍ୟ ଲାଭ ହେବ ।
ସିଂହ : ଭୁଲ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାନ୍ତ୍ରିକ ଜିନିଷ, ଯାନବାହନ କିମ୍ବା ଗୃହୋପକରଣ ରେ କିଛି ତୃଟି ଉପୁଜି ପାରେ । ଆଜିର ଯାତ୍ରା ସଫଳ ହେବ ନାହିଁ ।
କନ୍ୟା : ତରବରିଆ ଭାବେ କିଛି ନ କରି ପ୍ରତ୍ୟେକ ସ୍ତରରେ ବୁଝିବିଚାରି ଓ ଭାବିଚିନ୍ତି କାମ କରିବା ଭଲ ହେବ । କର୍ମକ୍ଷେତ୍ରରେ ଟିକିଏ କଥାରେ କଳହ ଲାଗିପାରେ ।ମହିଳାମାନଙ୍କ ମାନସିକ ସ୍ଥିତି ଭଲ ରହିବ ।
ତୁଳା : ଅର୍ଥ ସମ୍ବନ୍ଧୀୟ କଥା, ଚୁକ୍ତିପତ୍ର, ଜମିଜମା କାରବାର ଓ ଆନୁଷ୍ଠାନିକ କାମରେ ସଫଳତା ପାଇବେ । ଯେ କୌଣସି ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ଭଲ ସମ୍ପର୍କ ଥିବା ବନ୍ଧୁମାନେ ସାହାଯ୍ୟ କରିବେ ।
ବିଛା :ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭର ସୁବିଧା କରାଇଲେ ମଧ୍ୟ ପାରିବାରିକ କ୍ଷେତ୍ର ରେ କିଛି ସମସ୍ୟା ଉପୁଜି ପାରେ । ଶାରିରୀକ ଓ ମାନସିକ ସ୍ତରରେ କିଛି ସମସ୍ୟା ସୃଷ୍ଟି ହେବ ।
ଧନୁ : ବାଣିଜ୍ୟ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । କିଛି ନୂତନ ଆଭୂଷଣ ପ୍ରାପ୍ତ ହେବ । ସଭାସମିତି କିମ୍ବା ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।
ମକର : ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ପାଣିଫୋଟକା ପରି ଅଳ୍ପ ସମୟ ଭିତରେ ମିଳାଇଯିବ । ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିବ ।
କୁମ୍ଭ : ବ୍ୟବସାୟିକ କ୍ଷେତ୍ର ଓ ପ୍ରଶାସନିକ ପରିସ୍ଥିତି ସେତେଟା ଭଲ ରହି ନପାରେ । ଯେଉଁଥି ପାଇଁ ଚିନ୍ତାରେ ଥିଲେ ଆଜି ଅପରାହ୍ନରେ ତାହା ଟିକିଏ ବିଳମ୍ବିରେ ପାଇପାରିବେ । ନୂଆ ବନ୍ଧୁଙ୍କ ପାଇଁ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ ।
ମୀନ :କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଓ ସହଯୋଗ ଲାଭ କରି କାର୍ଯ୍ୟ ହାସଲ କରିବେ । ଗଠନମୂଳକ କିମ୍ବା ସାମୁହିକ କାମରେ ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ସ୍ତ୍ରୀସମ୍ପର୍କ ପ୍ରତିଦ୍ୱନ୍ଦ୍ୱୀ, ବାଣିଜ୍ୟ ଓ ଯାତ୍ରା ସମ୍ପର୍କିତ ଘଟଣାରେ ଆପଣ ସଫଳ ପାଇବେ ।
ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର, କାକଟପୁର
ଫୋନ :୯୪୩୮୬୪୪୪୭୫