ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆତ୍ମନିର୍ଭର ଭାରତ ଅଭିଯାନରେ ସହଯୋଗୀ ହେବାକୁ

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେରିକା – ଭାରତ ସାମରିକ ଭାଗିଦାରୀ ଫୋରମ (ୟୁଏସଆଇଏସପିଏଫ୍‌)ର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମନିର୍ଭର ଭାରତ ଅଭିଯାନରେ ସହଯୋଗୀ ହେବାକୁ ଆମେରିକୀୟ କମ୍ପାନୀ ଗୁଡ଼ିକୁ ନିମନ୍ତ୍ରଣ କରିଛନ୍ତି । ‘ନୂଆ ଆହ୍ୱାନକୁ ସାମ୍ନା କରିବା’ ଥିମ ଉପରେ ଆୟୋଜିତ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନ କୋଭିଡ୍‌୧୯ର ଆହ୍ୱାନକୁ ସୁଯୋଗରେ ପରିଣତ କରିବ । ଘରୋଇ ଉତ୍ପାଦନ ଓ ବ୍ୟବହାରକୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ସହ ଯୋଡ଼ିବା ଏବଂ ଏକବିଂଶ ଶତାବ୍ଦୀରେ ଭାରତକୁ ଉତ୍ପାଦନ କ୍ଷେତ୍ରରେ ପେଣ୍ଠସ୍ଥଳି କରିବାର ଲକ୍ଷ୍ୟ ରଖାଯାଇଛି । ଦେଶର ବିକାଶ କ୍ଷେତ୍ରରେ ଉର୍ଜା ଭିତ୍ତିଭୂମିର ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ପ୍ରଧାନ ଆମେରିକୀୟ ଶିଳ୍ପପତି ମାନଙ୍କୁ ଭାରତରେ ଉର୍ଜା କ୍ଷେତ୍ରରେ ସୁଯୋଗର ଲାଭ ନେବା ପାଇଁ ନିମନ୍ତ୍ରଣ କରିଛନ୍ତି । କୋଭିଡ-୧୯ର ବୈଶ୍ୱିକ ଅର୍ଥନୀତି ଓ ଉର୍ଜା ଚାହିଦା ଉପରେ ପ୍ରଭାବ ସମ୍ପର୍କରେ ସେ କହିଛନ୍ତି ଭାରତର ଅର୍ଥନୈତିକ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି ଏବଂ ଖୁବ ଶୀଘ୍ର ଉର୍ଜାର ବ୍ୟବହାର କୋଭିଡର ପୂର୍ବ ସ୍ଥିତିରେ ପହଞ୍ଚିବ । ଶ୍ରୀ ପ୍ରଧାନ କହିଛନ୍ତି ଭାରତ ଏବଂ ଆମେରିକା ପରସ୍ପର ସହଯୋଗୀ ଭାବେ କାମ କରୁଛନ୍ତି । ବିଶ୍ୱ ଉର୍ଜା ବଜାରିକରଣ ଏବଂ ଏ ସମ୍ପନ୍ଧୀୟ କାର୍ଯ୍ୟରେ ଆମେରିକା ଭାରତ କାମ କରୁଛନ୍ତି । ଅପରପକ୍ଷରେ ଗୋଟିଏ ଦେଶ, ଗୋଟିଏ ଗ୍ୟାସ ଗ୍ରୀଡ ଦେଶରେ ଗ୍ୟାସ କ୍ଷେତ୍ରକୁ ବୃଦ୍ଧି କରିବାରେ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY