କେନ୍ଦ୍ର ଓ ରାଜ୍ୟରେ କେବଳ ପ୍ରତିଶ୍ରୁତି,ପ୍ରତାରଣା ଓ ପ୍ରଚାର (ଥ୍ରୀ ପି)ର ସରକାର ଚାଲୁଛି

ନିରଞ୍ଜନ ପଟ୍ଟନାୟକ

Share this:

ଭୁବନେଶ୍ୱର: ବର୍ତ୍ତମାନ ଓଡିଶା ରାଜନୀତିରେ ଓଡିଶାବାସୀ ଏକ ନୂଆ ଚିତ୍ର ଦେଖୁଛନ୍ତି । ଏହି ଚିତ୍ରରେ କୃଷି ବିଲ୍‌କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ ପ୍ରେସ ବାର୍ତ୍ତାରେ କହିଛନ୍ତି । ଲୋକସଭାରେ ବିଜେଡି ସାଂସଦ ମାନେ କୃଷି ବିଲକୁ ସମର୍ଥନ କଲେ କିନ୍ତୁ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ଏବଂ ବିରୋଧ କଲେ । ଯେଉଁସବୁ ଆଭିମୁଖ୍ୟ ରଖି ବିଜେଡି ରାଜ୍ୟସଭାରେ ପ୍ରଶ୍ନ ଉତଥାପନ କରିଛନ୍ତି ଲୋକସଭାରେ ସେମାନେ କେଉଁଠି ଥିଲେ ଏବଂ ପ୍ରଶ୍ନ ଉତଥାପନ କରି ନଥିଲେ କାହିଁକି ? ଏଥିରୁ ଅନୁମେୟ ବିଜେଡି ଓ ବିଜେପି ଉଭୟ ‘କଭି ଖୁସ୍ କଭି ଗମ୍‌’ ଭଳି ରାଜନୀତି କରୁଛନ୍ତି । ସିବିଆଇ ଚଢାଉକୁ ଏମାନେ ଆଘାତ କରିଛନ୍ତି । ସିବିଆଇ ଚଢ଼ାଉକୁ ଯଦି ଏମାନେ ଆଘାତ କରିଛନ୍ତି ତେବେ ପ୍ରଶ୍ନ ହେଲା ୭-୮ ବର୍ଷ ହେଲାଣି ଲକ୍ଷ ଲକ୍ଷ ଲୋକ ଚିଟ୍‌ଫଣ୍ଡ୍‌କୁ ଟଙ୍କା ଦେଇ ବସିଛନ୍ତି, ତା ଉପରେ କିଛି ହେଲାନାହିଁ, ସେମାନଙ୍କର ଦୁଃଖ ସରକାର ବୁଝିଲେ ନାହିଁ । ସରକାର କମିଶନ ବସାଇଲେ ଓ କମିଶନ ଭାଙ୍ଗିଲେ । କମିଶନ ଭାଙ୍ଗିଲା ବେଳେ ପ୍ରାୟ ୭ ଲକ୍ଷ ଦରଖାସ୍ତ ପଡି ରହିଥିଲା । ଯାହାକି କମିଶନଙ୍କ ଦୃଷ୍ଟିଗୋଚରକୁ ଆସିନଥିଲା । ତାଉପରେ ମଧ୍ୟ କୌଣସି ନିଷ୍ପତି ହୋଇନଥିଲା । ଏହିଭଳି ହାସ୍ୟାସ୍ପଦ ରାଜନୀତି ଓଡିଶାରେ କେତେଦିନ ଚାଲିବ ?  ବିଜେଡି ଦଳ ସିବିଆଇକୁ ଭୟକରି ନିର୍ବାଚନ ଏବଂ ସିବିଆଇ କେଳେଙ୍କାରୀ କଥା କହୁଛନ୍ତି । ତେବେ ସିବିଆଇକୁ ବିଜେଡିର ଏତେ ଭୟ କାହିଁକି ? ସିବିଆଇ ମଧ୍ୟ ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହା ଶୀଘ୍ର ନକରି ୭-୮ ବର୍ଷ କେସ୍‌କୁ ପକାଇ ରଖିଛନ୍ତି କାହିଁକି ? ଏ କ’ଣ ବିଜେଡିଙ୍କ ଉପରେ ଏକ ଖଣ୍ଡା ଧାର କରି ରହିଛନ୍ତି ଏବଂ ବିଜେଡି ବାଲା ମଧ୍ୟ ସିବିଆଇକୁ ଭୟଭୀତ ଅବସ୍ଥାରେ ରହିଛନ୍ତି , ଯେଉଁଥିପାଇଁ କି ସବୁବେଳେ ତାଙ୍କ ସହିତ ସବୁ କ୍ଷେତ୍ରରେ ସାଲିସ୍ କରୁଛନ୍ତି । ଏହା ଗୋଟିଏ ମୁଖ୍ୟ ପ୍ରଶ୍ନ । ଦ୍ୱିତୀୟ କଥା ଯେଉଁ କୃଷି ବିଲ୍ କଥା ଆଲୋଚନା କରାଯାଉଛି କୃଷି ବିଲ୍‌ରେ ବହୁ ଗୂଢ଼ ତଥ୍ୟ ରହିଛି । ସରକାର ବହୁ ମିଠାକଥା କହିଛନ୍ତି, ଭାଷଣ ଦେଇଛନ୍ତି, ଲୋକମାନଙ୍କର ସବୁ ସୁବିଧା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ସେ ପ୍ରତିଶ୍ରୁତିଗୁଡିକ କିଭଳି ପାଳନ କରାଯିବ ଉଦାହରଣ ସ୍ୱରୂପ ଚାଷୀ ବିକିବା ମୂଲ୍ୟ ଏବଂ ଖାଉଟି ମୂଲ୍ୟ ଭିତରେ ଭାରତବର୍ଷରେ ସବୁଠାରୁ ବେଶି ପ୍ରଭେଦ । ପାଶ୍ଚାତ୍ୟ ଦେଶମାନଙ୍କରେ ବା ଅନ୍ୟାନ୍ୟ ଦେଶମାନଙ୍କରେ ୧୦ ରୁ ୩୦ ପ୍ରତିଶତ ପ୍ରଭେଦ ଥିଲାବେଳେ ଭାରତ ବର୍ଷରେ ପ୍ରାୟ ଚାଷୀ ଏବଂ ଖାଉଟିଙ୍କ ପ୍ରଭେଦ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ । ଭାରତବର୍ଷରେ ଯେଉଁ ଚାଷୀ ଅଛନ୍ତି ସେଥିମଧ୍ୟରୁ ପ୍ରାୟ ୬୦-୭୦ ପ୍ରତିଶତ ଲୋକ ହେଉଛନ୍ତି ଛୋଟ ଚାଷୀ ବା ଖୁଦ୍ର ଚାଷୀ । ଏହି ଯେଉଁ ଫାଇଦା ଚାଷୀମାନଙ୍କୁ ଖୁଦ୍ର ଚାଷୀଙ୍କୁ ଉପଗତ ହେବକି ? ଯଦି ହେବ କିଭଳି ଭାବରେ ହେବ । ସେହିଭଳି ଭୂତିଭୂମି କାହିଁ  ? ଯାହା ଜଣାପଡୁଛି ଏହାଦ୍ୱାରା ସେହି ବଡ ବଡ ବ୍ୟବସାୟୀମାନଙ୍କୁ ଫାଇଦା ହେବ । ତେଣୁ ଏଥିପାଇଁ ସୁଚିନ୍ତିତ ଯୋଜନା ଓ କାର୍ଯ୍ୟକ୍ରମ ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ନହେଲେ ଯେପରି ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ଦ୍ୱାରା ଭାରତର ଅର୍ଥନୀତି ଅଗ୍ରସର ହେବ ବୋଲି କୁହାଗଲା କିନ୍ତୁ ସାଧାରଣ ଲୋକ ଚାଷୀମାନେ ହଇରାଣ ହେଲେ । ଯାହା କୁହାଯାଇଛି ତାହା ଶୁଣିବାକୁ ଭଲ ଲାଗୁଛି, ପଢିବାକୁ ଭଲ ଲାଗୁଛି । କିନ୍ତୁ କାର୍ଯ୍ୟକାରିତା ଉପରେ ସବୁ ନିର୍ଭର କରୁଛି । ଭାଷଣ ଦେଇ କେତେଦିନ ଭାରତୀୟଙ୍କୁ ସେ ପ୍ରତାରିତ କରିବେ ବୋଲି କ୍ଷୋଭ ପ୍ରକାଶ କରି ପ୍ରଶ୍ନ କରିଛନ୍ତି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟରେ କେବଳ ପ୍ରତିଶ୍ରୁତି,ପ୍ରତାରଣା ଓ ପ୍ରଚାର (ଥ୍ରୀ ପି) ର ସରକାର ଚାଲୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି  ।

RELATED BY