ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୋର ଆଉ ଚୋରିକୁ ସମର୍ଥନ ଦେଉଛନ୍ତି

ସ୍ୱଛତାର ଡିଣ୍ଡିମ ପିଟୁଥିବା ନବୀନ ପଟ୍ଟନାୟକ

Share this:

ଭୁବନେଶ୍ୱର:ଦେଶରେ ଜିଏସଟିକୁ ନେଇ ଏକ ଲଜ୍ଜ୍ୟାଜନକ ସ୍ଥିତି ଦେଖାଦେଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ଏକ ପ୍ରେସବାର୍ତାରେ କହିଛନ୍ତି । ସେ କହିଛନ୍ତି ଜିଏସଟିର କ୍ଷତିଭରଣା କରିବା ପାଇଁ ରାଜ୍ୟମାନଙ୍କୁ କେବଳ ପ୍ରତିଶୃତି ଦିଆଯାଇନଥିଲା ସାମ୍ବିଧାନିକ ବ୍ୟବସ୍ଥା କରାଯାଇ ୨୦୨୨ ମସିହା ପର୍ଯ୍ୟନ୍ତ ୧୪%ରୁ କମ ଆଦାୟ ହେଲେ ତାର କ୍ଷତିପୂରଣ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦେବେ । କେବଳ ଏତିକି କୁହାଯାଇ ନଥିଲା ସେଥିପାଇଁ ଗୋଟିଏ ଅଧିନିୟମ ପ୍ରସ୍ତୁତ କରାଯାଇଥିଲା । ସେସ୍ ଆଦାୟ ହେବ, ସେସ୍ ଫଣ୍ଡ ତିଆରି ହେବ ଏବଂ ସେହି ଫଣ୍ଡରୁ ସମସ୍ତଙ୍କୁ ଟଙ୍କା ବଣ୍ଟା ଯିବ । ଯେଉଁ ରାଜ୍ୟ ମାନଙ୍କରେ କମ ଆଦାୟ ହୋଇଥିବ ସେହି ରାଜ୍ୟମାନଙ୍କୁ ଟଙ୍କା ବଣ୍ଟା ଯିବ । ଏବଂ ସେଥିରେ ଏକଥା ମଧ୍ୟ କୁହାଯାଇଥିଲା ଯଦି ସବା ଶେଷରେ ଟଙ୍କା ବଳିଲା ତାହାଲେ କିପରି ରାଜ୍ୟମାନଙ୍କ ଭତିରେ ଓ କେନ୍ଦ୍ର ଭିତରେ ବଣ୍ଟନ ହେବ ସେ ବ୍ୟବସ୍ଥା ଏଥିରେ ମଧ୍ୟ କରାଯାଇଥିଲା । ସେହି ଫଣ୍ଡ କ୍ରିଏଟ କରିବା ପାଇଁ ଯେଉଁ ସେସ୍ ଆଦାୟ ହେଉଥିଲା ଆଜି ସିଏଜି ରିପୋର୍ଟରେ ଆସିଲାଣି ଯେ ଏହାକୁ ସରକାର ନେଇଯାଇଛନ୍ତି ତାଙ୍କର କନ୍‌ସୋଲେଡେଟେଡ ଫଣ୍ଡକୁ । ଜିଏସ୍‌ଟି ଚୋରି ଧରାଯିବ ବୋଲି ସାରା ଭାରତବର୍ଷରେ ଡିଣ୍ଡିମ ପିଟାଯାଉଥିଲା କିନ୍ତୁ ଲଜ୍ଜ୍ୟାଜନକ ସ୍ଥିତି ହେଉଛି କି ସରକାର ସିଏଜି ରିପୋର୍ଟ ଅନୁସାରେ ସବୁଠାରୁ ବଡ଼ ଜିଏସଟି ଚୋର ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି । ଏକଥାଟି ଆମ କଂଗ୍ରେସ ଦଳ କହୁନାହିଁ ଏକଥାଟି ନିଜେ ସିଏଜି କହିଛନ୍ତି ଏବଂ ଗତବର୍ଷ ୧୮-୧୯, ୧୭-୧୮ ଏବଂ ୧୬-୧୭ ମସିହାରେ ପାଖାପାଖି ୫୦ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଜିଏସ୍‌ଟି ସେସ୍ ଟଙ୍କାକୁ ଡାଇର୍ଭଟ କରିନେଇଛନ୍ତି । ତାହା ଯଦି ଥାଆନ୍ତା ତାହାଲେ ରାଜ୍ୟମାନେ ଆଜି ଯେଉଁ ବିକିଳିଆ ଅବସ୍ଥାରେ ଋଣ କରିବାକୁ ଯାଉଛନ୍ତି ହୁଏତ ସେଥିରୁ ଲାଘବ ହୋଇଥାନ୍ତା । ଏହି ଅବିଶ୍ୱାସନୀୟ ଅବସ୍ଥା ସାମ୍ବିଧାନିକ ବ୍ୟବସ୍ଥାକୁ ଲଂଘନ କରିବା, ଜିଏସଟି ଟଙ୍କାକୁ ବାଟବାରଣା କରିବା ବା ଅନ୍ୟତ୍ର ନେଇଯିବା ଏହାକୁ ଅନ୍ୟଭାବରେ ଚୋରି ବୋଲି କୁହାଯାଇପାରେ ଏବଂ ସବୁଠାରୁ ବଡ଼ ବିଶ୍ୱାସଘାତକତା ସୃଷ୍ଟି କରି କେନ୍ଦ୍ର ସରକାର ଯାହାକି ମୋଦି ସାହାଙ୍କର ସରକାର ବା ସୀତାରମଣଙ୍କ ସରକାର ରାଜ୍ୟବାସୀଙ୍କୁ ସଂକଟକୁ ଠେଲି ଦେଇଛନ୍ତି । ଏ ସମ୍ପର୍କରେ ପ୍ରତ୍ୟେକ୍ଷ ଭାବରେ ଏକ ସ୍ପଷ୍ଟିକରଣ କେନ୍ଦ୍ରସରକାର ବା ତାଙ୍କ ଯେଉଁ ପ୍ରତିନିଧି ମାନେ ଭାରତୀୟ ଜନତାପାର୍ଟିରେ ଅଛନ୍ତି ରାଜ୍ୟମାନଙ୍କରେ ତାଙ୍କ ମନ୍ତ୍ରୀ ବା ତାଙ୍କ ଲୋକମାନେ ତାକୁ ସାଧାରଣରେ ଉପସ୍ଥାପନ କରିବା ଉଚିତ୍ ବୋଲି ଶ୍ରୀ କାନୁନଗୋ କହିଛନ୍ତି । ଜିଏସଟିକୁ ନେଇ ସେମାନେ ଆଉ କିଛି ଅଲଗା କହିପାରିବେନି କାରଣ ତାକୁ ନେଇକରି ୨୦୧୪ ମସିହାରେ ସରକାରକୁ ଆସିଥିଲେ । କେବଳ ସିଏଜି ହିଁ ତାଙ୍କର ସାହରା ଥିଲା ସାରା ଭାରତବର୍ଷରେ ସେହି ରିପୋର୍ଟକୁ ନେଇ ସେମାନେ ସରକାରକୁ ଆସିଥିଲେ । ସମସ୍ତେ ଏହା ଜାଣିଛନ୍ତି ଟେଲିକମୁନିକେସନ ହେଉ ବା କୋଇଲା ବାବଦରେ ହେଉ ସିଏଜିଙ୍କ ରିପୋର୍ଟକୁ ଆଧାର କରି ଏମାନେ ବହୁ ନାଟକବାଜି କରିଥିଲେ । ବହୁ ଅପପ୍ରଚାର କରି ସରକାରକୁ ଆସିଲେ । ଆଜି ଦିନରେ ଏହି ଚୋରୀକୁ ଓଡ଼ିଶା ସରକାର ସହାୟତ ଦେଇଛନ୍ତି ତାହା ଏକ ବିଶ୍ୱାସ ଘାତକତା । କାରଣ ଓଡ଼ିଶା ସରକାର ଏହାର ପ୍ରତିବାଦ କଲେ ନାହିଁ । କିନ୍ତୁ ଅନ୍ୟ ଯେଉଁମାନେ କେନ୍ଦ୍ର ବିଜେପି ସରକାରଙ୍କ ବିରୋଧି ସହ ଅଛନ୍ତି ସେମାନେ ତାଙ୍କ ରାଜ୍ୟର ଓ ଲୋକଙ୍କ ସ୍ୱାର୍ଥପାଇଁ ଜିଏସିଟି ବାବଦରେ ପାଟିକରି ନିଜର ହକ୍‌ପାଇଁ ଦାବିକରୁଥିବା ବେଳେ ରାଜ୍ୟ ସରକାର ତାହା କଲେ ନାହିଁ । ସ୍ୱଛତାର ଡିଣ୍ଡିମ ପିଟୁଥିବା ନବୀନ ପଟ୍ଟନାୟକ ଚୋର ଆଉ ଚୋରିକୁ ସମର୍ଥନ ଦେଇ ନିଜେ ନିଜର ମୁଖା ଖୋଲିଦେଇଛନ୍ତି । ଜନସାଧାରଣଙ୍କୁ ଏ ସମ୍ପର୍କରେ ସ୍ପଷ୍ଟଭାବେ ଜଣାଇବା ପାଇଁ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଦାବି କରିଛନ୍ତି ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY