ଅବିନାଶ ଠାକୁର ଛାତ୍ର ବିଜେଡିର ନୂତନ ରାଜ୍ୟ କାର୍ଯ୍ୟକାରୀ ସଭାପତି

ଓଡ଼ିଶା ନିଉଜ୍‌ ପକ୍ଷରୁ ଅନେକ ଅନେକ ଶୁଭେଛା

Share this:

ଭବାନୀପାଟଣା:  ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିନ ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ପ୍ରତି ଗୁରୁତ୍ୱ ଦିଆଯାଇଛି । କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କୁ ଏଥର ପଦୋନ୍ନତି କରି ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି । ସହିପରି ବୈଶାଖୀ ନନ୍ଦଙ୍କୁ ଉପ-ସଭାପତି, ଅଭିଷେକ ମହାପାତ୍ର ସାଧାରଣ ସମ୍ପାଦକ, ସମ୍ପାଦକ ଭାବେ ଆଶିଷ ମହାପାତ୍ର, ସହ ସମ୍ପାଦକ ଭାବେ ଅମରଦୀପ ସିଂହ, ଜୋନ ସଭାପତି ଭାବେ ଚିରାଗ ସିଂହ ଦେଓ ପ୍ରମୁଖଙ୍କୁ ଦାୟିତ୍ୱ ମିଳିଛିକାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ବହୁ ବର୍ଷ ଧରି ଜିଲ୍ଲା ଛାତ୍ର ରାଜନୀତିରେ ସକ୍ରିୟ ରହି ଛାତ୍ର ମାନଙ୍କୁ କ୍ରିୟାଶୀଳ କରିବାରେ ପ୍ରମୁଖ ଭୁମିକା ନେଇଛନ୍ତି । ସେ ୨୦୦୯ ମସିହାରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୧୦ ଠାରୁ ଜିଲ୍ଲା ଛାତ୍ର ବିଜେଡି ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିଲେ । ତାଙ୍କର ଦଳ ପ୍ରତି ଆନୁଗତ୍ୟ, ଦକ୍ଷତା, ପାରଦର୍ଶିତା ଓ କଠିନ ପରିଶ୍ରମ ଯୋଗୁଁ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ପଦ ମିଳି ପାରିଛି । ଏଥିପାଇଁ ସେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, ଛାତ୍ର ବ୍ୟାପାର ଦାୟିତ୍ୱ ରେ ଥିବା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାଙ୍କ ନିଯୁକ୍ତି ଖବର ଜାଣିବା ପରେ ଵିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଓଡ଼ିଶା ନିଉଜ୍‌ ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଛା ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY