ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଗୁଣାତ୍ମକ ଶିକ୍ଷାର ମାନ ହ୍ରାସ କରିବ

ପ୍ରଫେସନାଲ କଂଗ୍ରେସ

Share this:

ଭୁବନେଶ୍ୱର : ରାଜ୍ୟ ସରକାର ଗତ ବିଧାନସଭା ଅଧିବେଶନରେ ପାରିତ କରିଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ପରିପନ୍ଥୀ । ଆଗାମୀ ଦିନରେ ଏହି ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନ ବୃଦ୍ଧି ନୁହେଁ, ବରଂ ହ୍ରାସ କରିବାର ମୁଖ୍ୟ କାରଣ ପାଲଟିବ ବୋଲି ଅଲ ଇଣ୍ଡିଆ ପ୍ରଫେସ୍‌ନାଲ କଂଗ୍ରେସ ପକ୍ଷରୁ ଆୟୋଜିତ ୱୋବିନାରରେ ମତ ପ୍ରକାଶ ପାଇଛି । ଶନିବାର କଂଗ୍ରେସ ନେତ୍ରୀ ତଥା ରାଜ୍ୟ ପ୍ରଫେସନାଲ୍ କଂଗ୍ରେସର ଅଧ୍ୟକ୍ଷା ସୁଚରିତା ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ୱେବିନାରରେ ବକ୍ତା ଭାବେ ସାମିଲ ହୋଇ ରାଜ୍ୟର ଜଣାସୁଣା ବୁଦ୍ଧଜୀବୀ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଶାସନ କଳ ଓ ରାଜନେତାଙ୍କ ଅଯଥା ହସ୍ତକ୍ଷେପକୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ବିଶ୍ୱବିଦ୍ୟାଳୟସ୍ତରରେ ଶିକ୍ଷାର ମାନ ହ୍ରାସ ପାଇବ ଏବଂ ଅରାଜକତା ଓ ଦୁର୍ନୀତି ବଢ଼ିବ । କଲେଜରେ ବିଭିନ୍ନ ପଦ ପଦବୀ ପୂରଣ କରିବାରେ ବିଫଳ ହୋଇଥିବା ଓପିଏସ୍‌ସି ବିଶ୍ୱବିଦ୍ୟାଳୟର ପ୍ରଧ୍ୟପକ ନିଯୁକ୍ତିରେ ମଧ୍ୟ ସଫଳତା ପାଇବାର ଆଶା କମ ବୋଲି ଶ୍ରୀ ବିଶ୍ୱରଞ୍ଜନ ଆଶଙ୍କା ପ୍ରକାଶ କରିଥିଲେ । ଏହା ଦ୍ୱାରା ନିଯୁକ୍ତିରେ ସ୍ୱଚ୍ଛତା ହ୍ରାସ ପାଇବ ଏବଂ ଭୟଶୂନ୍ୟ ମତବ୍ୟକ୍ତ କରିବାର ଅଧିକାରକୁ ଏହା ଲଗାମ ମଧ୍ୟ ଦେବ । ଏପରିକି ବିଶ୍ୱବିଦ୍ୟାଳୟର ସିଲାବସ୍ ରାଜ୍ୟ ସରକାର ନିୟନ୍ତ୍ରଣ କରିବାର ପ୍ରୟାସ ଏକ ଖରାପ ପରମ୍ପରା ସୃଷ୍ଟି କରିବ ବୋଲି ଅଧ୍ୟାପକ ବିଶ୍ୱରଞ୍ଜନ କହିଥିଲେ । ୱେବିନାରରେ ଅନ୍ୟତମ ବକ୍ତାଭାବେ ଯୋଗଦେଇ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ଏକ କଳା ବିଲ୍ ବୋଲି କହିଥିଲେ । ରାଜ୍ୟ ସରକାର ତାଙ୍କ ସଂଖ୍ୟାବହୁଳତାର ଅପପ୍ରୟୋଗ କରି ଏହି ବିଲ୍‌କୁ ପାରିତ କରିଛନ୍ତି ଏବଂ ଏହି ବିଲ୍‌ଷର ଛାତ୍ର ଓ ଅଧ୍ୟାପକମାନଙ୍କ ମତାମତକୁ ଗୁରୁତ୍ୱ ଦେବାର କୌଣସି ବ୍ୟବସ୍ଥା ନାହିଁ । ଏହି ବିଲ୍ ବିରୋଧରେ ରାଜ୍ୟବ୍ୟାପୀ ଜନମତ ସୃଷ୍ଟି କରିବାକୁ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସକୁ ଆହ୍ୱାନ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାକୁ ତୀବ୍ର ବିରୋଧ କରାଗଲେ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହେବେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସୋଶିଆଲ ମିଡ଼ିଆ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ସମେତ ଇଂ. ଶାଶ୍ୱତ ମହାନ୍ତି, ଇଂ. ମନୀଷା ନନ୍ଦ, ଇଂ. ରମାକାନ୍ତ, ଇଂ. ସୋମ୍ୟଜିତ୍ ଦାସ ଓ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତାମାନଙ୍କ ସଂଗେ ଆଲୋଚନା କରିଥିଲେ । ୱେବିନାର ସଂପର୍କରେ ଅଲଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ରିଜିଓନାଲ କୋର୍ଡିନେଟର୍ ସରିତା ଲୈତଫଲଙ୍ଗ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ରାଜ୍ୟ ଉପସଭାପତି ସୌରଭ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...
  • Share this:ଭୁବନେଶ୍ଵର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ...

RELATED BY