ରାଜ୍ୟବାସୀଙ୍କୁ ସର୍ବଦଳୀୟ ନିଷ୍ପତି ଆଧାରରେ ପିସିସି ସଭାପତିଙ୍କ ଅନୁରୋଧ

୨୨ ଅକ୍ଟୋବର ଗୁରୁବାର ଦିନ ସନ୍ଧ୍ୟ ୬ଘଟିକାରୁ ୬.୧୫ ମି. ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ବନ୍ଦ କରିବା ପାଇଁ ନେଇଥିବା ନିଷ୍ପତିକୁ

Share this:

ଭୁବନେଶ୍ୱର : ବିଦ୍ୟୁତ୍ ଉତ୍ପାଦନ ପାଇଁ ଆବଶ୍ୟକ ଥିବା ଜଳ, କୋଇଲା ଯଥେଷ୍ଟ ପରିମାଣରେ ସୂର୍ଯ୍ୟକିରଣ ଓ କୁଣ୍ଡା ଉପଲବ୍ଧ ଅଛି । ତେଣୁ ଆମ ରାଜ୍ୟରେ ସବୁଠାରୁ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ କମ୍ ହେବା କଥା । କିନ୍ତୁ ଯାହା ଉତ୍ପାଦନ ହେଉଛି ୩୫ ପ୍ରତିଶତ ବ୍ୟବସାୟିକ ଏବଂ ବୈଷିୟକ କ୍ଷତି ହେଉଛି । ଏହା ଅନ୍ୟାନ୍ୟ କେତେକ ରାଜ୍ୟରେ ବହୁତ କମ୍ କ୍ଷତି । ଏପରିକି ଦିଲ୍ଲୀରେ ଶତକଡ଼ା ୮ ପ୍ରତିଶତ କ୍ଷତି ହେଉଛି । ଓଡ଼ିଶାରେ ବେଶି କ୍ଷତିର କାରଣ ଆମ ସରକାର ଓ ବୈଦ୍ୟୁତିକ ବିତରଣ ସଂସ୍ଥାର ଅପାରଗତା । ସଂସ୍କାର ଆଣିବା ପାଇଁ ବିଶ୍ୱବ୍ୟାଙ୍କ ଠାରୁ ସହାୟତା ଆଣି ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୦୦ ମସିହାରେ ଏହାକୁ ବନ୍ଦ କରିଦିଆଗଲା । ଅପରାଗତା ପାଇଁ ୩୫ ପ୍ରତିଶତ କ୍ଷତି ହୋଇଛି । ବିଦ୍ୟୁତ ବିତରଣକାରୀ କମ୍ପାନୀ ଗୁଡ଼ିକୁ ଲାଭ ହେବା ପାଇଁ ବିଦ୍ୟୁତ ଦର ବଢ଼ାଇ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି । ଯେଉଁଥିପାଇଁ ୨୦ ପଇସା ବିଦ୍ୟୁତ ଦର ବଢ଼ାଇ ଦିଆଯାଇଛି । ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ ପାଇଁ ସବୁ ରାଜନୈତିକ ଦଳ ମିଶି ଆସନ୍ତା ୨୨ ଅକ୍ଟୋବର ଗୁରୁବାର ଦିନ ସନ୍ଧ୍ୟ ୬ଘଟିକାରୁ ୬.୧୫ ମି. ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ବନ୍ଦ କରିବା ପାଇଁ ନେଇଥିବା ନିଷ୍ପତିକୁ କଂଗ୍ରେସ ଦଳ ସମର୍ଥନ କରିଛି । ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦର ସ୍ୱର ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ୧୫ ମିନିଟ୍ ସ୍ୱଇଚ୍ଛାରେ ବିଦ୍ୟୁତ କାଟ କରିବାକୁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...
  • Share this:ଭୁବନେଶ୍ଵର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ...

RELATED BY