କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ରକ୍ତଦାନ ଶିବିର

ଝାରସୁଗୁଡା : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ 57 ତମ ଜନ୍ମଦିନ ଅବସରରେ ଝାରସୁଗୁଡା ବିଜେପି ପକ୍ଷରୁ ଆଜି ଝାରସୁଗୁଡ଼ାରେ ଏକ ଘରୋଇ ହୋଟେଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ମୁଖ୍ୟଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଥିବା ବେଳେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଆଜି ର ଏହି ଶିବିରରେ ବିଜେପି କର୍ମୀ ମାନେ ରକ୍ତଦାନ କରିଥିଲେ । ଏଥିରେ 58 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହାସହ ଏହି ଶିବିରରେ କର୍ମୀମାନଙ୍କ ପକ୍ଷରୁ କେକ କାଟି ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ କରାଯିବ ସହ ପୂଜାର୍ଚନା କରାଯାଇ ଦୀର୍ଘ କାମନା କରାଯାଇଥିଲା ।ରକ୍ତଦାନ ମହାଦାନ”ର ମହାନ ବାର୍ତ୍ତାକୁ ସମାଜରେ ପହଞ୍ଚାଇବା ସହ ଆବଶ୍ୟକ ସମୟରେ ରୋଗୀ ମାନଙ୍କୁ ରକ୍ତ ଯୋଗାଣରେ ସହାୟକ ହେବା ଉଦ୍ଦେଶ୍ୟରେ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଛି ବୋଲି ବିଧାୟକ ତ୍ରିପାଠୀ ମତପ୍ରକାଶ କରିଥିଲେ । ଏହି ଶିବିରରେ ଝାରସୁଗୁଡା ଟାଉନ ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଲ, ଅରବିନ୍ଦ ପାଠକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାୟ, ବିବେକ ଶ୍ରୀବାସ, ନେତାଜୀ ପଟ୍ଟନାୟକ ପ୍ରମୁଖଙ୍କ ସହ ବହୁସଂଖ୍ୟ ରେ ବିଜେପି କର୍ମୀ ଯୋଗଦେଇଥିଲେ ।