ସାଂସଦ ଓ ବିଧାୟକଙ୍କ ଦ୍ୱାରା ପ୍ରବେଶ ପଥର ଶୁଭ ଉଦଘାଟନ

ଝାରସୁଗୁଡା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ଅବସରରେ ଆଜି ଝାରସୁଗୁଡା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ସହରର ବଡ଼ମାଳ ଓ ତାଲପାଟିଆ ଠାରେ ଥିମେଟିକ ପ୍ରବେଶ ପଥର ଶୁଭ ଉଦଘାଟନ ହୋଇଯାଇଛି । ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ଟଙ୍କଧର ତ୍ରିପାଠୀ ଏହି ପ୍ରବେଶ ପଥ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଝାରସୁଗୁଡା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିବା ଉଦ୍ଧେଶ୍ୟ ରେ ବଡ଼ମାଳ ସ୍ଥିତ ପ୍ରବେଶ ଦ୍ୱାର କୁ ମା ଅନ୍ଧାରୀ ଦେବୀଙ୍କ ନାମରେ ଏବଂ ତାଲପାଟିଆ ସ୍ଥିତ ପ୍ରବେଶ ଦ୍ୱାର ର ନାମ ଝାରସୁଗୁଡା ର ଆରାଧ୍ୟ ପ୍ରଭୁ ଝାଡ଼େଶ୍ୱର ଙ୍କ ନାମରେ ନାମିତ କରିଯାଇଥିବା ସୂଚନା ଦେଇଥିଲେ ।ଏହାସହ ଏହି ପ୍ରବେଶ ଦ୍ୱାର ଝାରସୁଗୁଡାର ଏତିହ୍ୟ, ପରମ୍ପରା ଏବଂ ଆସ୍ଥାର ପ୍ରତୀକ ଭାବେ ପରିଚିତ ହେଵା ବୋଲି ମତ ଦେଇଥିଲେ ।ଏହାସହ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ ଜନହିତକର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଧାୟକ ତ୍ରିପାଠୀ କହିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।