ଭୁବନେଶ୍ୱର : ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ, ଗାଳ୍ପିକ,କବି ତଥା ଅବସରପ୍ରାପ୍ତ ସରକାରୀ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ଦାଶ ଇତିମଧ୍ୟରେ ଶ୍ରେଷ୍ଠ ଗାଳ୍ପିକ ଭାବେ ସମ୍ମାନିତ ହୋଇଛନ୍ତି । ଶନିବାର ଦିନ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ଏକ ଉତ୍ସବରେ ତାଙ୍କୁ ମାନପତ୍ର , ଅଙ୍ଗ ବସ୍ତ୍ର ଏବଂ ମେଡାଲ ଦେଇ ଅତିଥିମାନେ ସମ୍ମାନିତ କରିଥିଲେ । ଏହି ଅବସରରେ ଓଡ଼ିଶା ନ୍ୟୁଜ୍ ତାଙ୍କ ଅଭିନନ୍ଦନ ଏବଂ ଶୁଭେଛା ଜଣାଉଛି । ସୂଚନା ଯୋଗ୍ୟ ଯେ ଶ୍ରୀ ଦାଶ ଓଡ଼ିଶା ନ୍ୟୁଜ୍ ର ଜଣେ ପ୍ରତିଷ୍ଠାତା ସଦସ୍ୟ ଏବଂ ଓଡ଼ିଶାର ପ୍ରସିଦ୍ଧ ଆଇନଜୀବି ସ୍ଵର୍ଗତ ରଘୁନାଥ ଦାଶଙ୍କ ସୁପୁତ୍ର ଅଟନ୍ତି ।


ଏହି ଅବସରରେ ଶ୍ରୀ ଦାଶଙ୍କ ପ୍ରତିଭା ଜାଣି ସମ୍ମାନିତ କରିଥିବାରୁ ଏହି ସଂସ୍ଥାର ସଂପାଦିକା ଡ. ଉଷାରାଣୀ ଆଚାର୍ଯ୍ୟଙ୍କୁ ଓଡ଼ିଶା ନ୍ୟୁଜ୍ ପରିବାର ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।