କବି କୃଷ୍ଣ ସିଂହଙ୍କୁ ଭୂମିରତ୍ନ ସମ୍ମାନ ଓ ନାଗରିକ ସମ୍ବର୍ଦ୍ଧନା

ବର୍ଷିୟାନ୍ ଭୂଦାନ ଓ ସର୍ବୋଦୟ ନେତା, ବିଶିଷ୍ଟ ଶିକ୍ଷାବିତ୍‌, କୋରାପୁଟର ଗାନ୍ଧୀ

Share this:

କେନ୍ଦ୍ରାପଡ଼ା : କୋରାପୁଟର ଗରୀବ, ଦଳିତ, ନିସ୍ପେସିତ ଓ ଆଦିବାସୀମାନଙ୍କ ସେବାରେ ସାରା ଜୀବନ ଉତ୍ସର୍ଗ କରିଥିବା ଏବଂ ପଛୁଆ ସେମିଳିଗୁଡ଼ାକୁ ଶିକ୍ଷାକ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଥିବା ବର୍ଷିଆନ୍ ଭୂଦାନ ଓ ସର୍ବୋଦୟ ନେତା, ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ ଓ କବି ଶ୍ରୀଯୁକ୍ତ କୃଷ୍ଣ ସିଂହଙ୍କୁ ତାଙ୍କ ଜନ୍ମଭୂମି ଆଳିରେ ଭୂମିରତ୍ନ ସମ୍ମାନରେ ସମ୍ମାନିତ କରାଯିବା ସହ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମ୍ବାଦ ସାହିତ୍ୟ ଘରର ମକରମିଳନ ଓ ବାର୍ଷିକୋତ୍ସବ ଅବସରରେ ଆଳି ମେଣ୍ଢପୁର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏହି ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ସ୍ୱନାମଧନ୍ୟ କଥାକାର ଓ ଔପନ୍ୟାସିକ କୃପାସାଗର ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଥିବାବେଳେ ବିଶିଷ୍ଟ କବି ଓ ପ୍ରାବନ୍ଧିକ କ୍ଷୀରୋଦ ପରିଡ଼ା, ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ତଥା ବିଶିଷ୍ଟ କବି ଡଃ ଶୁଭଶ୍ରୀ ଲେଙ୍କା, ପୂର୍ବତଟ ରେଳପଥର ବରିଷ୍ଟ ଜନ ସଂପର୍କ ଅଧିକାରୀ ତଥା ବିଶିଷ୍ଟ କବି ନିରାକାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଶ୍ରୀଯୁକ୍ତ କୃଷ୍ଣ ସିଂହଙ୍କ ଓଡ଼ିଶାରେ ଭୂଦାନ ଆନ୍ଦୋଳନ ଓ ଶିକ୍ଷାର ପ୍ରସାର ଉପରେ ଆଲୋକପାତ କରିଥିଲେ । କେବଳ କୋରାପୁଟର ଆଦିବାସୀମାନଙ୍କ ଅଧିକାର ଓ ସୁରକ୍ଷା ନେଇ ସେ ସଂଗ୍ରାମ କରି ନାହାନ୍ତି, ଏହି ଅଞ୍ଚଳରେ ଶିକ୍ଷା, ସଂସ୍କାର ଓ ସାହିତ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ବୋଲି କୃଷ୍ଣ ସିଂହଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରି ମୁଖ୍ୟଅତିଥି କୃପାସାଗର ସାହୁ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ କବି କ୍ଷୀରୋଦ ପରିଡ଼ାଙ୍କୁ “ରାଜୁ ପଢ଼ିହାରୀ ସ୍ମୃତି ସମ୍ମାନ” ଏବଂ କବି ନିରାକାର ଦାସଙ୍କୁ “କୁଳମଣି ନାଥଶର୍ମା ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ସାହିତ୍ୟ ଘରର ସଭାପତି ନୀଳାଦ୍ରୀ ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ୩୦ରୁ ଉର୍ଦ୍ଧ୍ୱ କଳା, ସାହିତ୍ୟ, ଶିକ୍ଷା, ସମାଜସେବା ଇତ୍ୟାଦି ଅନୁଷ୍ଠାନ ପକ୍ଷରୁ ଆଜନ୍ମ ଗାନ୍ଧୀବାଦୀ ଓ ବିନୋବା ଭାବେଙ୍କ ଆଦର୍ଶରେ ଦୀକ୍ଷିତ କୃଷ୍ଣ ସିଂହଙ୍କୁ ଉତ୍ସ୍ୱସିତ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ ମହାନ୍ତିଙ୍କ ସଂପାଦିତ ଆଳିର ଇତିହାସ, ପରମ୍ପରା ଓ ସଂସ୍କୃତି ଉପରେ ଆଧାରିତ ମୁଖପତ୍ର “ଆଳି”, କଥାକାର କାଳିନ୍ଦୀ ଚରଣ ଜେନାଙ୍କ ଗଳ୍ପ ସଂକଳନ “ଈଶ୍ୱର ହସୁଛନ୍ତି”ର ଉନ୍ମୋଚନ ହୋଇଥିଲା । ସଂପାଦକ ସୁଶାନ୍ତ କୁମାର ନାୟକ ବାର୍ଷିକ ବୀବରଣୀ ପାଠ କରିଥିବାବେଳେ ସଂଯୋଜକ ତଥା ସାମ୍ବାଦିକ ପ୍ରମୋଦ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଂସ୍କୃତିକ ସଂପାଦିକା ରଶ୍ମିତା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ସଂଧ୍ୟାରେ ଜିଲ୍ଲା ଜନ ଅଧିକାର ଅଭିଯାନ ପକ୍ଷରୁ କେନ୍ଦ୍ରାପଡ଼ା ଗାଇଡ଼୍ ମହାବିଦ୍ୟାଳୟ ପରିସରରେ ଏହି ବର୍ଷିୟାନ୍ ଜନନେତା କୃଷ୍ଣ ସିଂହଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆଦର୍ଶବାଦୀ ସମାଜ ଓ ସମର୍ପିତ ଗାନ୍ଧୀ ବିଚାରର ଜନସେବକ କେନ୍ଦ୍ରାପଡ଼ାର ଆଳି ଚଣ୍ଡିଆଗଡ଼ି ଗାଁରେ ଜନ୍ମ ଗ୍ରହଣ କରି ସୁଦୂର କୋରାପୁଟ୍‌ରେ ଦଳିତ ଓ ଜନଜାତିଙ୍କ ଉଦ୍‌ଥାନ ପାଇଁ ଆଜୀବନ ସଂଗ୍ରାମ କରି କୋରାପୁଟ୍‌ର ଗାନ୍ଧୀଭାବେ ଏବେ ସେ ପରିଚିତ ବୋଲି ବକ୍ତାମାନେ ତାଙ୍କ ଆଦର୍ଶ ଓ ସଂଗ୍ରାମ ଉପରେ ଆଲୋକପାତ କରି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାରଳା ସମ୍ମାନପ୍ରାପ୍ତ କଥାକାର ଡଃ ରାମଚନ୍ଦ୍ର ବେହେରା, ପ୍ରଫେସର ନନ୍ଦ କିଶୋର ପରିଡ଼ା, ବିଶିଷ୍ଟ କବୀ ଅପର୍ଣ୍ଣା ମହାନ୍ତି, କବୀ ନବଜ୍ୟୋତି ରାୟ, କବି ନିରାକାର ଦାସ, କବି ମାତୃଦତ୍ତ ମହାନ୍ତି, ଆଡ଼ଭୋକେଟ୍ ସରୋଜ ରଂଜନ ସିଂହ, ଅଧ୍ୟାପକ ଅଜୟ ସାମଲ, ଅଧ୍ୟାପକ ତପନ ପତି, ଅଧ୍ୟାପକ ଅମୀୟ ଜେନା, ଅମୂଲ୍ୟ ମଲ୍ଲ ଓ ହୃଷିକେଶ ରଥ, କବି ଓ ପ୍ରାବନ୍ଧିକ ଡଃ ବାସୁଦେବ ଦାସ, ଗାଳ୍ପିକା ଅବନ୍ତୀ ବେହେରା, ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ ମହାନ୍ତି, ପୂର୍ବତନ ବିଧାୟକ ଅଲେଖ ଜେନା, କବି ଆଦିକନ୍ଦ ରାଉଳ, ସମାଜ ସଂସ୍କାରକ ରଣଧୀର ଜେନା, କରୁଣାକର ସାହୁ, ଅମୃତ ମହାନ୍ତି, ପ୍ରସନ୍ନ ପରିଡ଼ା, ଦୂର୍ଯ୍ୟୋଧନ ସାହୁ, ଗଗନ ସାହୁ ଇତ୍ୟାଦି ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ତାଙ୍କୁ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

  • Share this:ପୁରୀ: ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ...
  • Share this:ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୭,୧୯୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୩,୩୪, ୫୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।  ୧୯୧୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା...
  • Share this:ଭୁବନେଶ୍ୱର: ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ । କ୍ରନ୍ଦନକୁ ବନ୍ଦନରେ ରୂପାନ୍ତରିତ କରେ ସାହିତ୍ୟ । ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ । କୌଣସି ପ୍ରତ୍ୟାଶା ନରଖି ସେ ସମାଜର ହିତସାଧନ କରୁଥାଏ ବୋଲି...
  • Share this:ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଥିବା ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶା ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୁଷ୍ପଗୁଚ୍ଛ ଦେଇ...
  • Share this:ପୁରୀ: ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ପୁରୀ ଠାରେ ଗେଲ ଗ୍ୟାସ ଲିମିଟେଡ୍...

RELATED BY