ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ ବିଭାଗର ନୂତନ ରାଜ୍ୟ କମିଟି ଗଠନ ହେଲା

ଭୁବନେଶ୍ୱର:ସୋସିଆଲ ମିଡିଆ ଚେୟାରମ୍ୟାନ୍ ଅଭିଷେକ ମହାନନ୍ଦ ରାଜ୍ୟ କମିଟିର କିଛି ନିଷ୍କ୍ରିୟ ଓ ବିଶୃଙ୍ଖଳିତ ସଦସ୍ୟମାନଙ୍କୁ ବାହାର କରି ନୂତନ ସଦସ୍ୟମାନଙ୍କୁ ସୁଯୋଗ ଦେଇଛନ୍ତି । ଆଗାମୀ ନିର୍ବାଚନରେ ସୋସିଆଲ ମିଡିଆ ବିଭାଗ ପ୍ରଚାର, ପ୍ରସାର ଏବଂ ଅନଲାଇନ୍ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିବ, ଏଥିପାଇଁ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିଛି । ନୂଆ ସୋସିଆଲ ମିଡ଼ିଆ ଟିମ୍ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ମେସେଜ୍ ଓ ଭିଜନକୁ ଲୋକଙ୍କ ପାଖରେ ପହଞ୍ଚାଇବ ଏବଂ କଂଗ୍ରେସର ବିକାଶମୂଳକ କାର୍ଯ୍ୟ ଓ ନୀତି ଆଦର୍ଶକୁ ଘରେ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । AICCର ନିର୍ଦ୍ଦେଶ ଅନୁଯାୟୀ ସୋସିଆଲ ମିଡିଆ ବିଭାଗ ଆଗାମୀ ଦିନରେ ଜିଲ୍ଲା, ବିଧାନସଭା, ବ୍ଲକ, ପଞ୍ଚାୟତ ଏବଂ ଗ୍ରାମସ୍ତରୀୟ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତା ନିଯୁକ୍ତ ହେବେ। ଓଡ଼ିଶା କଂଗ୍ରେସ ସୋସିଆଲ ମିଡିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ଏ ବିଷୟରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *