ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ଅନୁରୋଧ

ଭୁବନେଶ୍ୱର : ନବପ୍ରଣୀତ MMDR ସଂଶୋଧନ ଆଇନ–୨୦୨୬ ଓଡ଼ିଶାର ଖଣିଜ ସମ୍ପଦ, ରାଜ୍ୟର ଅଧିକାର, ଆଦିବାସୀଙ୍କ ସାମ୍ବିଧାନିକ ସୁରକ୍ଷା ଏବଂ DMF ପାଣ୍ଠି ଉପରେ ଗୁରୁତର ପ୍ରଭାବ ପକାଇବାର ଆଶଙ୍କା ରହିଛି । ଏହି ପ୍ରସଙ୍ଗରେ ବିଧାନସଭାରେ ବିସ୍ତୃତ ଆଲୋଚନା ଓ ଏକତ୍ରିତ ରାଜ୍ୟ ପ୍ରସ୍ତାବ ପାଇଁ କଂଗ୍ରେସ ବିଧାୟକ ଦଳ ପକ୍ଷରୁ ମହାମହିମ ରାଜ୍ୟପାଳ ଏବଂ ବିଧାନସଭା ବାଚସ୍ପତି ମୋହଦୟାଙ୍କୁ ତୁରନ୍ତ ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାର ଖଣିଜ ସମ୍ପଦ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଆମର ଲଢ଼େଇ ଜାରି ରହିବ ବୋଲି କଂଗ୍ରେସ କହିଛି । ରାଜ୍ୟପାଳ ଓ ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ତାରାପ୍ରସାଦ ବାହିନୀପତି, ଅପାଲା ସ୍ୱାମୀ କାଡରକା, ପ୍ରଫୁଲ୍ଲ କୁମାର ପ୍ରଧାନ, ଡ ରାଜନ ଏକ୍କା, ନୀଳମାଧବ ହିକକା, ସତ୍ୟଜିତ ଗୋମାଙ୍ଗ, ମଙ୍ଗୁ ଖିଲ, ପବିତ୍ର ସାଉଁତା ପ୍ରମୁଖ ବିଧାୟକଗଣ ସାକ୍ଷାତ କରିଥିଲେ ।