୧୪୭ ବିଧାନସଭା କ୍ଷେତ୍ରରେ ୭୫ କି.ମି. ପର୍ଯ୍ୟନ୍ତ କଂଗ୍ରେସ ପଦଯାତ୍ରା କରିବ

ଭୁବନେଶ୍ୱର : ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶାନୁକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ  ଅଗଷ୍ଟ-୯ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଏବଂ ୧୪୭ ବିଧାନସଭା କ୍ଷେତ୍ରରେ ୭୫ କି.ମି. ପର୍ଯ୍ୟନ୍ତ ପଦଯାତ୍ରା କରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସୋମବାର ଦିନ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଶ୍ରୀ ପଟ୍ଟନାୟକ ଭାରତଛାଡ଼ ଆନ୍ଦୋଳନ ଅବ୍ୟବହିତ ପୂର୍ବରୁ କହିଥିଲେଯେ ସ୍ୱାଧୀନତା ପ୍ରାପ୍ତି ପାଇଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ବମ୍ବେ ଅଧିବେଶନରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦିଆଗଲା । କର ବା ମର ନିଷ୍ପତିକୁ ଗ୍ରହଣ କରି ପଣ୍ଡିତ ଜବାହରଲାଲ ନେହେରୁ, ଶ୍ରଦ୍ଧାର ବଲ୍ଲଭ ଭାଇ ପଟେଲ, ସୁବାଷ ଚନ୍ଦ୍ର ବୋଷ, ମୌଲାନା ଅବୁଲ କାଲାମ ଆଜାଦ, ମହମ୍ମଦ ଅଲ୍ଲୀ ଜିନା, ଅଶୋକ ମେହେଟ୍ଟା, ଚକ୍ରବର୍ତି ରାଜଗୋପାଳ ଆଚାରି, ଡ. ରାଜେନ୍ଦ୍ର ପ୍ରସାଦ, ଅରୁଣ ଆସଫ ଅଲ୍ଲି, ଇତ୍ୟାଦି ବହୁ ତୃଙ୍ଗ ନେତା ତଥା ଭାରତବର୍ଷର ଆବାଳ ବୃଦ୍ଧ ବନିତା ଭାରତ ଛାଡ଼ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ । ଦୀର୍ଘ ବର୍ଷର ଅତ୍ୟାଚାରୀ ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ଭାରତ ବର୍ଷର ଛାତ୍ରଛାତ୍ରୀ, କୃଷକ ଶ୍ରମିକ, ମହିଳାଙ୍କ ବୁଦ୍ଧିଜୀବି ମାନେ ଲଢ଼େଇ କରି ଏବଂ ବହୁ ଜୀବନ ବଳିଦାନ ପରେ ଏ ଦେଶକୁ ସ୍ୱାଧୀନତା ମିଳିଥିଲା । ସ୍ୱାଧୀନତା ପରେ ପରେ ଏ ଦେଶରେ ଗୋଟିଏ ଛୁଞ୍ଚି କାରଖାନାଟିଏ ମଧ୍ୟ ନଥିଲା । କିନ୍ତୁ ଦୂରଦର୍ଶି ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଯୋଗୁଁ ଭାରତବର୍ଷର ବହୁମୁଖି ନଦୀବନ୍ଧ ଯୋଜନା କରାଯାଇଥିଲା । ୧୯୫୦ ମସିହାରେ ଆଇଆଇଟି କରାଯାଇଥିଲା, ୧୯୫୬ ମସିହାରେ ଏମ୍ସ କରାଯାଇଥିଲା ୧୯୬୧ ମସିହାରେ ଆଇଆଇଏମ ପ୍ରତିଷ୍ଟା କରାଯାଇଥିଲା, ୧୯୬୪ ମସିହାରେ ଭେଲ କରାଯାଇଥିଲା, ୧୯୭୪ ମସିହାରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା । ୧୯୬୯ ମସିହାରେ ଇସ୍ରୋ କରାଯାଇଥିଲା, ୧୯୫୮ ମସିହାରେ ଡିଆରଡିଓ, ୧୯୬୩ ମସିହାରେ ଥୁମ୍ବା ରକେର୍ଟ ଲଞ୍ଚ ପ୍ରତିଷ୍ଠା କରାଯାଇଥିଲା । ଖାଦ୍ୟ ଶସ୍ୟ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାପାଇଁ ସବୁଜ ବିଳ୍ପବର ଡାକରା ଦିଆଯାଇଥିଲା । ଦୁଗ୍ଧ କ୍ଷେତ୍ରରେ ସ୍ୱାବିଲମ୍ବି ହେବାପାଇଁ ଶ୍ୱେତ ବିଳ୍ପବର ଡାକରା ଦିଆଯାଇଥିଲା । ଆଜି ୮ ବର୍ଷ ଭିତରେ ଜାତୀୟ ସଂପତି ବିକିବା ଛଡ଼ା ଗୋଟିଏ ବି ଜାତୀୟ ସଂପଦ ସୃଷ୍ଟି କରିବାରେ ନଜିର ନାହିଁ । ଠିକ ସେହିଭଳି ଭାବରେ ଦୀର୍ଘ ୨୨ ବର୍ଷର ଶାସନ ଭିତରେ ଆଜି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏ ସବୁ କ୍ଷେତ୍ରରେ ଓଡ଼ିଶା ବହୁ ପଛରେ । ଡାକ୍ତରଖାନା ଅଛି ଡାକ୍ତର ନାହାନ୍ତି, ସ୍କୁଲ ଅଛି, ଶିକ୍ଷକ ନାହାନ୍ତି ତେଣୁ ୭୫ ବର୍ଷର ସ୍ୱାଧୀନତା ପ୍ରାପ୍ତି ପରେ ଏ ସରକାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଆଜି ଦେଶକୁ ଜାତି ଧର୍ମ ନାମରେ ଭାଗ ଭାଗ କରାଯାଉଛି । ହିଂସା, ଦ୍ୱେଷ, ଘୃଣାର ମଞ୍ଜି ପୋତାଯାଉଛି । ଏଭଳି ଭାରତ ବର୍ଷର ସ୍ୱପ୍ନ ଆମର ମହା ମୁନିଷମାନେ ଦେଖିନଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆଜି ଅସମ୍ମାନିତ କରାଯାଉଛି । ତାଙ୍କ ଫଟୋ ଚିତ୍ର ରଖି ତା ଉପରକୁ ଗୁଳିବର୍ଷଣ କରୁଛନ୍ତି । ତିରଙ୍ଗା ଆମ ହୃଦୟ ଭିତରେ ରହିଛି ଏବଂ ତ୍ରିରଙ୍ଗା ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି । ତ୍ରିରଙ୍ଗା ଆମ ଜାତୀୟ ପତାକା ଆମେ ସବୁଦିନ ଏହାକୁ ଉଡାଉଛୁ କିନ୍ତୁ ୧୯୪୭ ମସିହା ପାଖରୁ ଦୀର୍ଘ ୫୨ ବର୍ଷ ଧରି ଆରଏସଏସ ଜାତୀୟ ପତାକାକୁ କେବେହେଲେ ନିଜ କାର୍ଯ୍ୟାଳୟ ମାନଙ୍କରେ ଉଡାଇ ନାହିଁ । ଜାତୀୟ ସଂଗୀତକୁ ମଧ୍ୟ କେବେ ଗାନ କରନ୍ତି ନାହିଁ । ଏମାନଙ୍କୁ ପାଖରୁ ଜାତୀୟତା ବାଦ କିଛି ଶିଖିବାର ଆବଶ୍ୟକତା ନାହିଁ । ମଙ୍ଗଳବାର ଦିନ ଅଗଷ୍ଟ କ୍ରାନ୍ତି ଦିବସ ଏବଂ ବିଶ୍ୱ ଜନଜାତି ଦିବସ । ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା ଏବଂ ହଜାର ହଜାର ଜନଜାତିମାନେ ଏହି ଭାରତକୁ ସ୍ୱାଧୀନ କରିବା ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ଏହି ଉପଲକ୍ଷେ ଓଡ଼ିଶାର ଜନଜାତିଙ୍କୁ ଶୁଭେଚ୍ଛା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ ଜାତୀୟ କଂଗ୍ରେସର ସଂପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଶ୍ରୀ ଜି. ରୁଦ୍ର ରାଜୁ, ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲର ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ ।  

Leave a Reply

Your email address will not be published. Required fields are marked *