ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସ୍ୱାଧୀନତାର ଗୌରବ ଯାତ୍ରା ଆରମ୍ଭ କଲା

ଭୁବନେଶ୍ୱର : ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ଉପଲକ୍ଷେ ଅଖିଳ ଭାରତ କଂଗ୍ରେସ କମିଟି ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଦେଶବ୍ୟାପି ୭୫ କିଲୋମିଟର ସ୍ୱାଧୀନତା ଗୌରବ ଯାତ୍ରା ଅନୁଷ୍ଠିତ କରିବାପାଇଁ ନିଷ୍ପତି ନେଇଛନ୍ତି । ତଦନୁଯାୟୀ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମସ୍ତ ସାଂଗଠନିକ ଜିଲ୍ଲାରେ ଏହି ସ୍ୱାଧୀନତା ଗୌରବ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ଏହି କ୍ରମରେ ମଙ୍ଗଳବାର ଦିନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ସ୍ଥିତ ନାଲକୋ ଛକ ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ, ଏଆଇସିସି ସଂପାଦକ, ଓଡ଼ିଶା ସହ ପ୍ରଭାରୀ ଶ୍ରୀ ଜି. ରୁଦ୍ର ରାଜୁ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅଖିଳ ଭାରତ ମଜଦୁର କଂଗ୍ରେସ ସଭାପତି ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ବିଧାୟକ ଡ. ଲଲାଟେନ୍ଦୁ ମହାପାତ୍ର, ଯଞ୍ଜେଶ୍ଵର ବାବୁ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ଅଭିଷେକ ମହାନନ୍ଦ, ପ୍ରକାଶ ଜେନା, ଲୋକନାଥ ମହାରଥି, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ସୁବତ୍ର ମହାପାତ୍ର, ନିରଞ୍ଜନ ନାୟକ ଓ ବହୁ ମାନ୍ୟଗଣ୍ୟ କଂଗ୍ରେସ ନେତୃବର୍ଗ ପଦାଧିକାରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସ୍ୱାଧୀନତା ଗୌରବ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ପଦଯାତ୍ରା ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମେନେଜମେଣ୍ଟ, ମୁଣ୍ଡାସାହି, ସାଲିଆ ସାହି ମଧ୍ୟ ଦେଇ ନୟାପଲ୍ଳୀ ଏନ-୫ ହନୁମାନ ମନ୍ଦରି ପାଖରେ ସମାପ୍ତ ହୋଇଥିଲା । ରାମଧୁନ, ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ଶ୍ରଦ୍ଧାର ବଲ୍ଲଭାଇ ପଟେଲ, ସୁବାଷ ବୋଷ, ଗାନ୍ଧୀ, ଗୋପବନ୍ଧୁ, ମାଳତି ଚୌଧୁରୀ, ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟଧ୍ୱନୀ ଦେଇ ୫ କି.ମି ରୁ ଅଧିକ ରାସ୍ତା ଅତିକ୍ରମ କରିଥିଲେ । ଏହି ପଦଯାତ୍ରାରେ ହଜାର ହଜାର କଂଗ୍ରେସ କର୍ମୀ ମହିଳା ସଭାନେତ୍ରୀ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସେବାଦଳ ଏବଂ ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର କାର୍ଯ୍ୟକର୍ତା ସହିତ ଶହ ଶହ ସାଧାରଣ ଜନତା ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଦଶେ କଂଗ୍ରେସ ସଭାପତି ସମସ୍ତ ସହଯାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଏହି ପଦଯାତ୍ରାର ସହଯାତ୍ରୀ ମାନଙ୍କୁ ଭାରତ ଗୌରବ ଯାତ୍ରାର ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ । ବିଶିଷ୍ଟ କଂଗ୍ରେସ ନେତୃବୃନ୍ଦମାନଙ୍କ ମଧ୍ୟରେ ଦେବରାଜ ମିଶ୍ର, ଅଶୋକ ଦାସ, ଦୀପକ ସାହୁ, ରାଜୀବ ପଟ୍ଟନାୟକ, ସୌମରେନ୍ଦ୍ର ମହାନ୍ତି, ମୋହନ ଜେନା, ସେକ ତାକ୍ୱିନ, ମଣ୍ଟୁ ମଲ୍ଲିକ, ବ୍ରହ୍ମାନନ୍ଦ ସାହୁ, ଶ୍ରୀଧର ବଳିଆର ସିଂ, ଶ୍ରୀୟା ମହାନ୍ତି, ସ୍ୱାଧୀନବାଳା ଦାସ, ଶୁଭଦ୍ରା ମିଶ୍ର, ପ୍ରଭାବତି ପଟ୍ଟନାୟକ, କୁସୁମ ପ୍ରଧାନ, ଚୈତାଳୀ ପଟ୍ଟନାୟକ, ଜାନକୀ ମଲ୍ଲିକ, ଜ୍ୟୋତିଷ ସାହୁ, ମଧୁସ୍ମିତା ଆଚାର୍ଯ୍ୟ, ଅନିଲ ଦାସ, ନିହାର ବେହେରା, ଶିବା ରେଡି, ଜୟନ୍ତୀ ପାତ୍ର, ପ୍ରତିମା ମହାନ୍ତି, ବୈଲୋଚନ ସାହୁ, ପ୍ରଶ୍ନନ ପାଇକରାୟ, ଏମଡି ଶାହାଦୁଲ୍ଲା, କୁଳମଣି ସାହୁ, ରମେଶ ମଲ୍ଲିକ, ଝୁଲିଆ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *