ଭୁବନେଶ୍ୱର:ଉତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୧ ନମ୍ବର ୱାର୍ଡରେ ଶୁକ୍ରବାର ଦିନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ହାତସେ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ (୨) ସଭାପତି ତଥା ଉତର ପ୍ରଭାରୀ ଅଶୋକ ଦାସଙ୍କ ଅଧ୍ୟକ୍ଷତା କରି କହିଥିଲେ ବିଜେଡ଼ିର ୨୩ବର୍ଷ ଓ ବିଜେପିର ୮ବର୍ଷ ଶାସନ ସମୟରେ କୌଣସି ଉନ୍ନତି ହୋଇନାହିଁ । ଯାହା ଉନ୍ନତି ହୋଇଛି ତାହା କଂଗ୍ରେସ ସମୟରେ ହିଁ ହୋଇଛି । ଅର୍ଥାତ ଆପଣ ନିଜେ ଜାଣିଛନ୍ତି ବସ୍ତି ବାସିନ୍ଦାଙ୍କ ଥଇଥାନ କରିବାପାଇଁ କେବଳ କଂଗ୍ରେସ ସରକାର ପଟ୍ଟା ଦେଇ କିଛି ବସ୍ତିକୁ ଥଇଥାନ କରିଥିଲା । କିନ୍ତୁ ଏମାନେ ଆଜି ପର୍ଯ୍ୟନ୍ତ ଗୋଟେ ହେଲେ ପଟା ପ୍ରଦାନ କରିନାହାନ୍ତି । କେବଳ ଆପଣମାନଙ୍କୁ ମିଥ୍ୟ ପ୍ରତିଶ୍ରୁତି ଦେଇ ଦିବା ସ୍ୱପ୍ନ ଦେଖେଇ ଆପଣମାନଙ୍କ ଠାରୁ ଭୋଟ ନେଇ ଜିତିଲାପରେ ବଡ଼ ବଡ଼ କୋଟିପତିମାନଙ୍କୁ ବସ୍ତି ଜାଗାକୁ ଦେବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଏ ଦୁଇ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଏମାନେ ମିଳିମିଶି ଦେଶ ଓ ରାଜ୍ୟକୁ ଲୁଟୁଛନ୍ତି । କଂଗ୍ରେସର ଜନହିତକର ଯୋଜନାକୁ ନାମ ପରିବର୍ତନ କରି ବାଃ ବାଃ ନେବାକୁ ସର୍ବଦା ଚେଷ୍ଟା କରୁଛନ୍ତି । କିନ୍ତୁ ଏମାନଙ୍କର ନୂଆ ଯୋଜନା ନାହିଁ । ରାଜ୍ୟ ଛାତ୍ର କଂଗ୍ରେସ ସଭପତି ୟାସିର ନୱାଜ ଯୋଗଦେଇ ଯୁବ ଛାତ୍ର ସମାଜକୁ ଆହ୍ୱାନ ଦେଇ କହିଲେ ଆପଣମାନେ ଏକତ୍ରିତ ହେଲେ ଏ ମିଥ୍ୟା ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହଟେଇଲେ ରାଜ୍ୟ, ଦେଶ ଓ ବିଶେଷକରି ଗଣତନ୍ତ୍ର ବ୍ୟବସ୍ଥାକୁ ବଞ୍ଚାଇ ପାରିବା । ନିର୍ବାଚନ ବେଳେ ଦେଇଥିବା ଯୁବକମାନଙ୍କୁ ପ୍ରତିଶୃତି କୁଆଡ଼େ ଗଲା ଚାକରି ଓ ବେକାରୀ ଦୂରୀକରଣ, ଏମାନେ ସମସ୍ତେ ମିଥ୍ୟା ବାଦୀ । ଭାରତ ବର୍ଷର ଯୁବକମାନଙ୍କର ପ୍ରିୟ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାକୁ ଡରି ନରେନ୍ଦ୍ର ମୋଦି ତାଙ୍କୁ ଷଡ଼ଯନ୍ତ୍ର କରି ଗିରଫ କରିବା ପାଇଁ ଯୋଜନା କରୁଛନ୍ତି । ଏପରିକି ତାଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି । ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଲେ ବର୍ତମାନ ସାଲିଆସାହି ବସ୍ତି ରହିବକି ନାହିଁ ତାହା ସନ୍ଦେହ ଘେରରେ ରହିଛି । କାହିଁକି ଏ ପର୍ଯ୍ୟନ୍ତ ସାଲିଆ ସାହିରେ ସର୍ଭେକରି ହିତାଧିକାରୀଙ୍କ ତାଲିକା ପ୍ରକାଶ କରାଯାଇନାହିଁ । କିନ୍ତୁ ବିନା ଥଇଥାନରେ ଯଦି ବସ୍ତି ଉଠାଯାଏ ତାହାଲେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ବସ୍ତି ବାସିନ୍ଦାଙ୍କ ପାଇଁ ଲଢ଼େଇ ଜାରି ରଖିବ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାପତି ଗୀତାଞ୍ଜଳି ମହାନ୍ତି, ବସ୍ତି କଂଗ୍ରେସର ସଭାପତି ଶ୍ରୀ ଉମେଶ ଦାସ, ଲକ୍ଷ୍ମୀପ୍ରିୟା ଲେଙ୍କା, ପବିତ୍ର ଦାଶ, ସୁମିତ୍ରା ଭଞ୍ଜ, ଦେବାଶିଷ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।