କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତରଞ୍ଜନ ଦାଶଙ୍କୁ ନିଯୁକ୍ତି ମିଳିଛି । ଓଡ଼ିଶା ହାଇକୋର୍ଟର ଏହି ଦୁଇ ନୂଆ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ ଶୁକ୍ରବାର ଦିନ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶନିବାର ଦିନ ୩.୩୦ ମିନିଟ୍ ରେ ମାନ୍ୟବର ଗୌରୀଶଙ୍କର ଶତପଥୀ ଓ ମାନ୍ୟବର ଚିତରଞ୍ଜନ ଦାଶଙ୍କୁ କଟକଠାରେ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଶପଥ ପାଠ କରାଇବେ ।