ଶ୍ରୀ ଶରତ ପଟ୍ଟନାୟକ କୋଲାବିରା ବ୍ଲକ ପତ୍ରାପାଲ୍ଲି ଗ୍ରାମରେ ଅଖିମୁଠି ଅନୁକୂଳ କଲେ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ଦିନ ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକର ପତରାପଲ୍ଲି ଗ୍ରାମରେ ଶ୍ରୀ ଶରତ ପଟ୍ଟନାୟକ ଅକ୍ଷିମୁଠି କ୍ଷେତରେ ବୁଣି କୃଷି କାର୍ଯ୍ୟର ଶୁଭ ଅନୁକୂଳ କରି ହଳ କଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଓଡ଼ିଶାର ସମସ୍ତ ଚାଷୀ କୂଳଙ୍କୁ ଏବଂ ଚାଷ କାର୍ଯ୍ୟ ସହିତ ସଂପୃକ୍ତ ସମସ୍ତ ପରିବାରବର୍ଗଙ୍କୁ ପବିତ୍ର ଅକ୍ଷୟ ତୃତୀୟର ଶୁଭେଚ୍ଛା ଓ ଶଦିଚ୍ଛା ଜଣାଇଛନ୍ତି । ଚଳିତ କୃଷି ବର୍ଷରେ କୃଷି ଉତ୍ପାଦନ ବୃଦ୍ଧି ଘଟିବା ସହିତ ରାଜ୍ୟର କୃଷକମାନଙ୍କର ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସ୍ମରଣ କରାଇ କହିଥିଲେ ଯେ, ୧୯୯୬ ମସିହାରେ ତତ୍‌କାଳୀନ କଂଗ୍ରେସ ସରକାର ପ୍ରଥମ ଥର ପାଇଁ ପବିତ୍ର ଅକ୍ଷୟ ତୃତୀୟାକୁ କୃଷି ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିବା ସହିତ ସରକାରୀ ସ୍ତରରେ ନିଷ୍ପତି ନେଇଥିଲେ । ରାଜ୍ୟର ୭୦ ପ୍ରତିଶତ ଜନସାଧାରଣ ଆଜି ମଧ୍ୟ କୃଷି ଉପରେ ନିର୍ଭର କରନ୍ତି । ଦୀର୍ଘ ୨୩ ବର୍ଷ ପରେ ମଧ୍ୟ ଆୟ ଭାରତ ବର୍ଷରେ ସର୍ବନିମ୍ନ । ଏପରିକି ଏ ରାଜ୍ୟର କୃଷକର ଆୟ ମାସକୁ ମାତ୍ର ୫ ହଜାର ୧୬୨ ଟଙ୍କା । କଂଗ୍ରେସ ସରକାର ସମୟରେ ରାଜ୍ୟରେ ବହୁ କୃଷିଭିତିକ ଶିଳ୍ପ ପ୍ରତ୍ୟେକ ଜିଲ୍ଲା ପ୍ରତିଷ୍ଠା କରାଯାଇଥିଲା । ତତ୍‌ଦ୍ୱାରା କୃଷକ ମାନଙ୍କର ଆୟକୁ ବୃଦ୍ଧି କରିବା ସହିତ ଉତ୍ପାଦନକୁ ବହୁଗୁଣରେ ବୃଦ୍ଧି କରାଯାଇପାରିଥିଲା । ସେ ସମୟରେ ଯାହାକିଛି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇଥିଲା ତା ବାଦ୍ ବିଜେଡ଼ି ସରକାର ୨୩ ବର୍ଷ ଭିତରେ ଗୋଟିଏ ବି ଶୀତଳ ଭଣ୍ଡା ପ୍ରତିଷ୍ଠା କରିପାରିନାହାନ୍ତି । ରାଜ୍ୟର କୃଷକମାନଙ୍କର ଆୟ ବୃଦ୍ଧି ଘଟୁ ବୋଲି ମୁଖ୍ୟମନ୍ତ୍ରୀ ଚାହାନ୍ତି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ବାଚନକୁ ପାର ହେବା ପାଇଁ ମିଛ ଯୋଜନାମାନ ପ୍ରଣୟନ କରାଯାଏ, କିନ୍ତୁ ପ୍ରକୃତ ସ୍ଥିତିର କୌଣସି ପରିବର୍ତନ ଘଟୁନାହିଁ । ଆଳୁ ମିଶନ, ପିଆଜ ମିଶନ ସଂପୂର୍ଣ୍ଣ ଫେଲ୍ ମାରିଲା । ଯାହାକିଛି କୃଷିଭିତିକ ଶିଳ୍ପ ଥିଲା ବିଜେଡ଼ି ସରକାର ସମୟରେ ବନ୍ଦ ହୋଇଗଲା । ଚାଷୀ ଆତ୍ମହତ୍ୟା ଭାରତ ବର୍ଷର ଓଡ଼ିଶାରେ ସବୁଠାରୁ ଅଧିକ । ଏହି ଅକ୍ଷି ଅନୁକୂଳରେ ଶ୍ରୀ ପଟ୍ଟନାୟକଙ୍କ ସହିତ ଝାରସୁଗୁଡ଼ାର ଉପନିର୍ବାଚନର ପ୍ରାର୍ଥୀ ଶ୍ରୀ ତରୁଣ ପାଣ୍ଡେ, ଦୁର୍ଗା ପାଢ଼ୀ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ବିଦୁଭୁଷଣ ତ୍ରିପାଠୀ, ବୁଲୁ ପଣ୍ଡା-ବେଲପାହାଡ଼ ବ୍ଲକ ଚେୟାରମ୍ୟାନ, ଦୀପକ କିଷାନ-କିର୍‌ମିରା ବ୍ଲକ, ମନୋଜ ଦେହୁରୀ, ଶ୍ରୀକର ସାହୁ-ପୂର୍ବତନ ବ୍ଲକ କଂଗ୍ରେସ ସଭାପତି କୋଲାବିରା, କୃଷ୍ଣଚନ୍ଦ୍ର ଭୋଇ-ଲାଇକେରା ବ୍ଲକ କଂଗ୍ରେସ ସଭାପତି, ରାଜେଶ ମାଫିଦାର, ଭିକାରୀ ସାହୁ ଓ ବହୁ ବ୍ଲକ ଓ ଜିଲ୍ଲା କଂଗ୍ରେସ ନେତୃବୃନ୍ଦ
ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *