ସମସ୍ତ ବୟନିକା ଶାଖାରେ ପାଖାପାଖି ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି

ଭୁବନେଶ୍ୱର:ବୟନିକା ୬୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମଇ ୫ ତାରିଖ ଦିନ ସମସ୍ତ ବୟନିକା ଶାଖାରେ ପାଖାପାଖି ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି । ସେଥି ମଧ୍ୟରୁ ବୟନିକା ମାର୍କେଟ ବିଲ୍‌ଡିଂ ଶାଖାରେ ୩୨ ଲକ୍ଷ ଟଙ୍କାର ବିକ୍ରି ହୋଇଛି, ଯାହା ଗୋଟିଏ ଦିନରେ ହୋଇଥିବା ବିକ୍ରିର ସର୍ବକାଳୀନ ରେକର୍ଡ ଅଟେ । ଆଗାମୀ ସାବିତ୍ରୀକୁ ଆଖି ଆଗରେ ରଖି ବୟନିକା ଏହାର ସମସ୍ତ ଶାଖାରେ ନୂଆ ଡିଜାଇନ୍‌ ତଥା ରଙ୍ଗର ଶାଢ଼ି, ଡ୍ରେନ୍‌ ସେଟ୍‌ ତଥା ଅନ୍ୟାନ୍ୟ ଜିନିଷ ଭରପୂର କରି ରଖିଛି । ଏଗୁଡ଼ିକ ଜାତୀୟ ତଥା ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ ବୁଣାକାର ତଥା ଓଡ଼ିଶାର ଛୋଟବଡ ପ୍ରାଥମିକ ବୁଣାକାର ସମବାୟ ସମିତିମାନଙ୍କ ଦ୍ୱାରା ବୁଣାଯାଉଛି । ବୟନିକାର ମାର୍କେଟ୍‌ ବିଲ୍‌ଡିଂ ଶାଖାରେ କିଛି ସନ୍ଥକବୀର ପୁରସ୍କାରର ପ୍ରାପ୍ତ ବୁଣାକାର ତଥା ଟାଟା ଅନ୍ତରନ୍ ମାଣିଆବନ୍ଧ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ଡିଜାଇନ୍‌ ଶାଢ଼ିମାନ ସୀମିତ ସମୟ ପାଇଁ ପ୍ରଦର୍ଶିତ ହେଉଛି ଓ ଏହାର ଅର୍ଡର ରଖାଯାଉଛି ବୋଲି ବୟନିକା ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *