ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ

ଭୁବନେଶ୍ବର:ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ଦଶ ଜଣ ଓଡିଆ ଛାତ୍ରଛାତ୍ରୀମାନେ ରବିବାର ଦିନ ସୁରକ୍ଷିତ ଭାବରେ ଭୁବନେଶ୍ବର ରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ପରିବାର ପକ୍ଷରୁ ଜାତିଗତ ହିଂସାରେ କ୍ଷତିଗ୍ରସ୍ତ ମଣିପୁରରେ ପାଠ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡିଶା ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା ଶନିବାର ଦିନ ରାତିରେ ସେମାନଙ୍କୁ କୋଲକାତା ଅଣାଯାଇଥିଲା । ରବିବାର ଦିନ ପୂର୍ବାହ୍ନରେ ସେମାନେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ । ବିମାନବନ୍ଦରରେ ଓଡିଶା ପରିବାର ପକ୍ଷରୁ ଛାତ୍ରଛାତ୍ରୀମା ନଙ୍କୁ ସ୍ଵାଗତ କରାଯାଇଥିଲା । ପରେ ସେମାନେ ନବୀନ ନିବାସ ଯାଇ ମୁଖମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କୁ ଭେଟିଥିଲେ । ସୁରକ୍ଷିତ ଭାବରେ ସେମାନଙ୍କୁ ଭୁବନେଶ୍ବର ଫେରାଇଆଣି ଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ପାଠ ପଢା ବିଷୟରେ ପଚାରି ବୁଝିବା ସହ ଖୁବ ଶୀଘ୍ର ମଣିପୁରରେ ସ୍ୱାଭାବିକ ଅବସ୍ଥା ଫେରି ଆସିବ ବୋଲି ଆଶା ବ୍ୟକ୍ତ କରିଥିଲେ । ପିଲାମାନଙ୍କୁ ହକି Jersey ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ଵାଗତ କରିଥିଲେ ।

Leave a Reply

Your email address will not be published. Required fields are marked *