ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ ଅଗଷ୍ଟ ୧୭ ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି “ମହଙ୍ଗାଇ ପର ଚର୍ଚ୍ଚା”

ଭୁବନେଶ୍ୱର : ବିଜେପି ନେତୃତ୍ୱାଧୀନ ମୋଦି ସରକାରଙ୍କ ଜନବିରୋଧି ନୀତି ତଥା ଆର୍ଥିକ ପରିଚାଳନା ବିଫଳତା ଯୋଗୁଁ ଦେଶରେ ଅହେତୁକ ଦରବୃଦ୍ଧି ଘଟି ଲୋକମାନେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଥିବା ବେଳେ ଉତ୍କଟ ବେକାରୀ ସମସ୍ୟା ଦେଶର ଯୁବସମାଜକୁ ହତାଶ ଓ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି । ୨୦୧୪ ମସିହାରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ଚାକିରୀ, ସମସ୍ତଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଜମା ତଥା ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବାପାଇଁ ଅନେକ ପ୍ରତିଶ୍ରୁତି ଦେଶବାସୀଙ୍କୁ ଦେଇଥିଲେ । ହେଲେ ସେ ସମସ୍ତ ପ୍ରତିଶ୍ରୁତିକୁ ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ମିଥ୍ୟା ପ୍ରଚାର ଓ ପ୍ରତାରଣାରେ ଆଜି ଦେଶବାସୀ ସନ୍ତୁଳି ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଏହି ପ୍ରତାରଣା ବିରୋଧରେ ଲୋକଙ୍କ ସ୍ୱାର୍ଥପାଇଁ କଂଗ୍ରେସ ଦଳ ଅବିଶ୍ରାନ୍ତ ଭାବରେ ସଂଗ୍ରାମ ଜାରି ରଖିଛି । ଏହିି ଜନମାରଣ ନୀତି ବିରୋଧରେ ଅଗଷ୍ଟ ୫ ତାରିଖ ଦିନ କଂଗ୍ରେସ ଦଳ ପକ୍ଷରୁ ରାଜଭବନ ଘେରାଉ ହୋଇଥିବା ବେଳେ ରାଜ୍ୟ ବ୍ୟାପି ପ୍ରତ୍ୟେକ ଜିଲ୍ଲାରେ ସଫଳତାର ସହ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି । ସେହିପରି ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ପଦଯାତ୍ରା କାର୍ଯ୍ୟକ୍ରମ ଜାରି ରହିଛି । ଏ ଦୁଇଟି କାର୍ଯ୍ୟକ୍ରମରେ ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ଲୋକଙ୍କ ପାଇଁ ଏ ଲଢ଼େଇ ଆଗକୁ ଯୋରଦାର କରିବାପାଇଁ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ସଂପର୍କରେ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିବାପାଇଁ ଆସନ୍ତା ୨୩ରୁ ରାଜ୍ୟବ୍ୟାପି “ମହଙ୍ଗାଇ ପର ଚର୍ଚ୍ଚା” ସହ ୨୮ ତାରିଖରେ ଦିଲ୍ଳୀ ଠାରେ “ମହଙ୍ଗାଇ ପର ହଲ୍ଲା ବୋଲ- ଦିଲ୍ଲୀ ଚଲୋ” ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶନିବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦେଶବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାର ସଂପୂର୍ଣ୍ଣ ଭାବରେ ଏବେ ଜନସ୍ୱାର୍ଥ ବିରୋଧି ପାଲଟିଯାଇଛନ୍ତି । ଦରଦାମ ବୃଦ୍ଧି ଏବେ ଲୋକଙ୍କ ଜୀବନକୁ ଦୁଃର୍ବିସହ କରିଦେଇଥିବା ବେଳେ ନିଯୁକ୍ତି ଅଭାବାରୁ ଯୁବ ସମାଜ ଗଭୀର ହତାଶ ଭିତରେ ଜୀବନ ଅତିବାହିତ କରୁଛନ୍ତି । ୨୦୧୪ ମସିହାରେ କେନ୍ଦ୍ରର ବିଜେପି ସରକାର ଆସିଲାପରେ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦରଦାମ ଏବଂ ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି । ୨୦୧୪ ମସିହା କଂଗ୍ରେସ ସରକାର ସମୟରେ ରନ୍ଧନଗ୍ୟାସର ମୂଲ୍ୟ ୪୧୦ ଟଙ୍କା ଥିବା ବେଳେ ଆଜି ୮ବର୍ଷପରେ ଏହାର ମୂଲ୍ୟ ୧୦୮୦ ଟଙ୍କାରେ ପହଞ୍ଚିଲାଣି । ପେଟ୍ରୋଲ ଲିଟର ପିଛା ୭୧ ଟଙ୍କାରୁ ଏହା ୧୦୩ ଟଙ୍କା ଓ ଡିଜେଲ ୫୭ ଟଙ୍କାରୁ ଆସି ଟ.୯୫.୧୫ ପଇସା ରେ ପହଞ୍ଚିଲାଣି । ସୋରିଷ ତେଲ ୯୦ ରୁ ଆସି ଏବେ ପାଖାପାଖି ୨୦୦ ଟଙ୍କା ଓ ଅଟା କେଜି ୨୨ ଟଙ୍କା ରୁ ୪୦ ଟଙ୍କା ହେଲାଣି । ପନିପରିବାର ମୂଲ୍ୟ ୩୫% ରୁ ଅଧିକ ବୃଦ୍ଧି ଘଟିଛି । ସାଧାରଣ ଲୁଣର ମୂଲ୍ୟ ୪୧ ଟଙ୍କା ବୃଦ୍ଧି ଘଟିଛି । କେନ୍ଦ୍ର ବିଜେପି ସରକାର ବର୍ତମାନ ଏକ ଲିଟର ପେଟ୍ରୋଲରୁ ୩୨ ଟଙ୍କା ୯୮ ପଇସା କେନ୍ଦ୍ରୀୟ ଶୁଳ୍କ ଆଦାୟ କରୁଥିଲା ବେଳେ କଂଗ୍ରେସ ସରକାର ସମୟରେ ମାତ୍ର ୯ଟଙ୍କା ୪୮ ପଇସା ଆଦାୟ କରାଯାଉଥିଲା । ଠିକ ସେହିଭଳି ଡିଜେଲ ଉପରେ ୩୧ଟଙ୍କା ୮୩ ପଇସା କେନ୍ଦ୍ରୀୟ ଶୁଳ୍କ ଆଦାୟ କରାଯାଉଛି । କିନ୍ତୁ କଂଗ୍ରେସ ସରକାର ସମୟରେ ଏହା ୩ଟଙ୍କା ୫୬ ପଇସା ଥିଲା । କେନ୍ଦ୍ର ସରକାର ଏହି ସଦ୍ୟତମ ଜିଏସଟି କାଉନଂସିଲ ବୈଠକରେ ଅଟା, ଗୁଡ଼,ଖଇ, ଉଖୁଡ଼ା, ଚାଉଳଚୂନା, ଚୁଡ଼ା, ମୂଢ଼ି, ପନିର, ଦହି, ପେନସିଲ କଟର ନୋଟ ଖାତା ଉପରେ ୫% ଜିଏସଟି ଟ୍ୟାକ୍ସ ବସାଇଛନ୍ତି । ଗ୍ୟାସ ଉପରେ ସବସିଡ ସଂପୂର୍ଣ୍ଣ ବନ୍ଦ କରିଦିଆଯାଉଛି । କେନ୍ଦ୍ର ସରକାର ୨୦୨୧ -୨୨ ଆର୍ଥିକ ବର୍ଷରେ ୨୭.୭ ଲକ୍ଷ କୋଟି ଟଙ୍କା କର ଆଦାୟ କରିଛନ୍ତି । କିନ୍ତୁ ଧାର୍ଯ୍ୟଥିଲା ମାତ୍ର ୨୨ଲକ୍ଷ କୋଟି ଟଙ୍କା । ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ଟିକସ କେନ୍ଦ୍ର ସରକାର ଆଦାୟ କରୁଥିବା ବେଳେ ଦରଦାମ କାହିଁକ ଉତ୍କଟ ହେଉଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେହିପରି ବେକାରୀ ସମସ୍ୟା ଦେଶରେ ଉତ୍କଟ ହେବାରେ ଲାଗିଛି । ବର୍ଷକୁ ୨ କୋଟି ଚାକିର ଦେବାପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲା ବେଳେ ତାହା ଏବେ ଯୁବ ସମାଜ ପାଇଁ ସ୍ୱପ୍ନ ପାଲଟିଛି । ୨୦୧୪ ମସିହାରୁ ୨୦୨୨ ବର୍ଷ ଭିତରେ ୧୪ କୋଟି ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ଗ୍ରାମାଞ୍ଚଳ ଅପକ୍ଷୋ ସହରାଞ୍ଚଳରେ ବେକାରୀ ସମସ୍ୟା ଅଧିକ ଉତ୍କଟ ଧାରଣ କରିଛି । ୨୦ରୁ ୨୪ ବର୍ଷ ବୟସର ଶିକ୍ଷିତ ଯୁବକଯୁବତୀ ମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଏହି ୮ବର୍ଷ ଭିତରେ । ଖୋଦ ସରକାରୀ ତଥ୍ୟ ଅନୁସାରେ ୪୨% ୨୦ରୁ ୨୪ ବର୍ଷ ଯୁବକଯୁବତୀ ମାନେ ଆଜି ବେକାର । ବିମୁଦ୍ରୀକରଣ ଓ ତରବରିଆ ଭାବେ ଜିଏସଟି ଲାଗୁ କରାଯିବା ଯୋଗୁଁ ୨ଲକ୍ଷ ୩୦ ହଜାର ଛୋଟ, କ୍ଷୁଦ୍ର ଶିଳ୍ପ ଭାରତବର୍ଷରେ ବନ୍ଦ ହୋଇଯାଇଛି । ଏହାର ପରିମାଣ ସ୍ୱରୂପ ଲକ୍ଷ ଲକ୍ଷ ଯୁବକଯୁବତୀ ଆଜି ନିଜର ରୋଜଗାର ହରାଇଛନ୍ତି । ୨୦୦୪ ରୁ ୨୦୧୪ ମସିହା ଭିତରେ ଅନ୍ୟୁନ ୧୨ କୋଟି ଲୋକଙ୍କୁ ଗରିବି ସୀମାରେଖାରୁ ଉପରକୁ ଅଣାଯାଇ ପାରିଥିଲା । କିନ୍ତୁ ୨୦୧୪ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଏ ସମସ୍ତେ ଗରିବି ସୀମାରେଖା ତଳକୁ ଚାଲିଯାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନରେ ୧୦ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଥିବାର ସୂଚନା ମିଳିଛି । କେନ୍ଦ୍ର ସରକାର ଯୁବକଯୁବତୀ ମାନଙ୍କର ଭବିଷ୍ୟତକୁ ମଧ୍ୟ ଖେଳୁଛନ୍ତି । କେନ୍ଦ୍ର ସରକାରଙ୍କର ଏ ସମସ୍ତ ଜନବିରୋଧି ନିଷ୍ପତିକୁ ଓଡ଼ିଶା ସରକାର ସଲାସୁତରାରେ ସମର୍ଥନ କରିଚାଲିଛନ୍ତି । ଜିଏସଟି ବୈଠକରେ ଯେତେବେଳେ ଚୂଡ଼ା, ଚିନି, ଗୁଡ଼ ଆଦି ଉପରେ ଜିଏସଟି ଲାଗୁ କରାଗଲା ସେତେବେଳେ ଓଡ଼ିଶା ସରକାର ଲୋକଙ୍କ ସ୍ୱାର୍ଥପାଇଁ ପଦୁଟିଏ କହିବାପାଇଁ ମଧ୍ୟ ଉଚିତ ମନେକଲେ ନାହିଁ । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଜନସାଧାରଣଙ୍କ ପ୍ରତି ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ତେଣୁ ମୁଦ୍ରାସ୍ପିତି, ଅହେତୁକ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଅଖିଳ ଭାରତ ଜାତୀୟ କଂଗ୍ରେସ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ଭିତରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀର ମଣ୍ଡି, ହାଟବଜାର, ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମହଙ୍ଗାଇ ପର ଚର୍ଚ୍ଚା କରିବା ସହ ଓ ପ୍ରଚାରପତ୍ର ବଣ୍ଟନ କରି ଜନସଚେତନା ସୃଷ୍ଟି କରିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହ ଆସନ୍ତା ୨୮ ତାରିଖ ଦିଲ୍ଲୀର ରାମଲୀଳା ମୈଦାନରେ ମହଙ୍ଗାଇ ପର ହାଲ୍ଲା ବୋଲ – ଚାଲୋ ଦିଲ୍ଲୀ ଅନୁଷ୍ଠଠିତ ହେବ ବୋଲି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଛନ୍ତି । ଏହି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ବେକାରୀ ଓ ଦରବୃଦ୍ଧିର ଚରମସୀମାରେ ପହଞ୍ଚିଥିଲା ବେଳେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଥିଲେ । ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

5 thoughts on “ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ ଅଗଷ୍ଟ ୧୭ ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି “ମହଙ୍ଗାଇ ପର ଚର୍ଚ୍ଚା””

  1. Bestandskunden profitieren von Aktionen wie dem Slot des Monats mit wöchentlichen Freispielen sowie einem
    wöchentlichen 50% Cashback. Dieser kann ganz einfach ohne Bonus
    Code im Kundenkonto aktiviert werden und ist mit fairen 40-fachen Umsatzbedingungen behaftet.
    Neukunden können mit einen geringen Einzahlung von einem 100% Bwin Einzahlungsbonusbis zu 100€ Gebrauch machen.
    Doch mit einem zusätzlichen E-Wallet oder Bankkonto lässt sich
    das leicht lösen. So stellst du sicher, dass dein Geld geschützt ist und du ein rundum positives Spielerlebnis hast.

    Wenn du später Gewinne abheben möchtest, musst du
    eine alternative Auszahlungsmethode wählen – beispielsweise Banküberweisung oder ein E-Wallet.

    Casinos ohne KYC (Know Your Customer) ermöglichen es dir, schneller zu
    spielen und auszuzahlen, ohne stundenlang auf Dokumente und Bestätigungen zu warten.
    So gehst du sicher, dass deine Einzahlung nicht nur anonym,
    sondern auch sicher ist. Kryptos bieten meist sehr niedrige Gebühren und
    super schnelle Einzahlungen. Neben Paysafecard bieten dir auch Kryptowährungen wie Bitcoin eine hohe
    Anonymität. Vergiss traditionelle Banküberweisungen und Kreditkarten im Casino, wenn du anonym spielen möchtest.

    Daher teilen wir hier mit dir unsere persönlichen Erfahrungen und
    Tipps, wie du sicher und anonym einzahlen kannst, ohne unnötige Risiken einzugehen.

    References:
    https://online-spielhallen.de/umfassender-einblick-in-den-stake-casino-cashback-und-pramien/

  2. The Complaints Team had reviewed the situation, but due to a lack of response from the player after multiple inquiries, the complaint was closed.
    Consequently, the complaint was closed, but the player retained the option to
    reopen it in the future. The Complaints Team was unable to proceed with the investigation or provide solutions due to the player’s lack of response to their inquiries.
    The Complaints Team marked the complaint as ‘Resolved’ in their system, thanking the player for their cooperation. He is
    requesting a refund of his original deposits under the casino’s
    Refund Policy (Section 10), has submitted all required KYC documents, and is willing to provide
    additional verification.
    The casino boasts a wide selection of games from
    pokies to live casino games. At the casino, you will find Rocket Play Casino no deposit bonus codes
    and deposit bonuses, free spins, and promo codes. We have over 700 premium casino games at Rocket, including online slots,
    table games, video poker, Live Casino titles and more.
    All new players at Rocket instantly qualify for our Welcome Bonus as soon as they open an account.
    When you’re ready to play for real money, simply upgrade your account and get gaming.

    References:
    https://blackcoin.co/king-johnnie-casino-australia-in-depth-review/

  3. However, slots, table games, and live dealer titles remain the core attraction. Multiple camera angles and clear audio ensure
    an immersive experience, while live chat keeps the social side of
    casino play alive. Rocketplay offers multiple versions, including
    Punto Banco and specialty tables with side bets and bonus options.
    With providers like Microgaming and Playtech, players can expect smooth gameplay,
    sharp visuals, and fair odds.
    RocketPlay Casino provides reliable customer support to ensure players get help whenever
    they need it. RocketPlay Casino Bonus offers a variety of promotions to keep players excited
    and engaged. It offers a wide range of slot games, including popular titles like Starburst and
    Gonzo’s Quest.

    References:
    https://blackcoin.co/casino-crypto-first-online-casino-review/

Leave a Reply

Your email address will not be published. Required fields are marked *