ଗ୍ରାମାଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ୧୧ ଲକ୍ଷରୁ ଉର୍ଦ୍ଧ୍ଵ ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି

ଭୁବନେଶ୍ୱର:ବୁଧବାର ଦିନ  ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଲକ୍ଷ୍ୟ ଓ ସଫଳତା ଏବଂ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତି ପୂରଣ ନେଇ ସମୀକ୍ଷା କରିଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦିଆଯାଇଥିବା ସଫଳତାର ବିବରଣୀ ଏବଂ ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ରୂପାନ୍ତରୀକରଣ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲେ । ପରେ ଗୀତଗୋବିନ୍ଦ ସଦନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଗ୍ରାମୀଣ ବାସଗୃହ ଯୋଜନା ଅଧିନରେ ଗତ ୪ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ୧୧ ଲକ୍ଷରୁ ଉର୍ଦ୍ଧ୍ଵ ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି । ଏତଦବ୍ୟତୀତ, ୩୫ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ଘର ମରାମତି ଏବଂ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିଥିବା ବାବଦରେ ପ୍ରାୟ ୨୧୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆମ ଗାଁ ଆମ ବିକାଶ ଯୋଜନାରେ ୫୪,୦୦୦ ରୁ ଅଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହି ପ୍ରକଳ୍ପଗୁଡ଼ିକ ପାଇଁ ୧୫୦୦ କୋଟି ଟଙ୍କା ମଞ୍ଜୁର କରଯାଇଛି । ଏତଦବ୍ୟତୀତ, ଗ୍ରାମ ପଞ୍ଚାୟତ ସ୍ତରରେ ପାଖାପାଖି ୭୮୦୦ ଟି ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି । ମନ୍ତ୍ରୀ ଶ୍ରୀ ଅମାତ ପୁଣି କହିଲେ ଯେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ଟ୍ୟାପ ଦ୍ୱାରା ଦୈନିକ ମୁଣ୍ଡପିଛା ୭୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ୫୭୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୬ ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହିତ ୧୩୦୦୦ ସିଙ୍ଗଲ ଭିଲେଜ ପାଇପ ଜଳ ଯୋଗାଣ ପ୍ରକଳ୍ପ ଅନୁମୋଦନ କରାଯାଇଛି । ଅଦ୍ୟାବଧି, ଗ୍ରାମାଞ୍ଚଳର ପ୍ରାୟ ୬୧ ପ୍ରତିଶତ ପରିବାର ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତି । ୧୪,୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ରୋଜଗାରକ୍ଷମ କରାଇବା ନିମନ୍ତେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି । ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୭୭୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ୨୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଲାଭ ହୋଇଛି । ପ୍ରାୟ ୮୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ନର୍ସରୀ ପ୍ରସ୍ତୁତି, ପୁଷ୍ଟି ବଗିଚା ଆଦି କାର୍ଯ୍ୟରେ ସାମିଲ ହୋଇଥିବାବେଳେ, ସେମାନଙ୍କୁ ଆୟ କିମ୍ବା ସେବା ଶୁଳ୍କ ବାବଦରେ ୧୦୬୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଓରମାସ ଏବଂ ମିଶନ ଶକ୍ତି ବିଭାଗ ସହଯୋଗରେ କରାଯାଉଛି । ଗତ ୪ ବର୍ଷ ମଧ୍ୟରେ ୮୨ ହଜାର ଯୁବକଙ୍କୁ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଯୁବକମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ହାସଲ କରାଯାଇଛି । ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାରରୁ ଅଧିକ ଖେଳ ପଡ଼ିଆ ଏବଂ ମିନି ଷ୍ଟାଡିୟମର ନିର୍ମାଣ କରାଯାଇଛି । ଏଥି ସହ, ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରାୟ ୮ ହଜାର ଖେଳ ପଡ଼ିଆ ନିର୍ମାଣ ମଧ୍ୟ କରାଯାଇଛି । ୫-‘ଟି’ ହାଇସ୍କୁଲ ରୂପାନ୍ତରଣ ଅଭିଯାନରେ ୭,୮୦୦ରୁ ଉର୍ଦ୍ଧ୍ଵ ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି । ବିଭାଗ ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ନିଆଯାଇଥିବା ଅନ୍ୟାନ୍ୟ ପ୍ରମୁଖ ସଫଳତା ସମ୍ପର୍କରେ ମଧ୍ୟ ମାନ୍ୟବର ମନ୍ତ୍ରୀ ଆଲୋକପାତ କରି କହିଲେ ଯେ ମନରେଗା କାର୍ଯ୍ୟରେ ଓଡ଼ିଶା ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହୋଇଛି । ମନରେଗା ଏବଂ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ସମନ୍ୱୟରେ ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବା ଦିଗରେ ଆମର ପ୍ରୟାସକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି । ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ନିମନ୍ତେ ୧୨ ଲକ୍ଷରୁ ଉର୍ଦ୍ଧ୍ଵ ପ୍ରକଳ୍ପ କାମ ସମାପ୍ତ ହୋଇଛି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଜଳ ସଂରକ୍ଷଣ, ଜଳବିଭାଜିକା ଉନ୍ନୟନ, ପଶୁପାଳନ କେନ୍ଦ୍ର, ଫାର୍ମ ପୋଖରୀ, ଅଙ୍ଗନବାଡି କେନ୍ଦ୍ର, ଖେଳ ପିଆ, ଜମିର ଉନ୍ନତିକର ଣ ଇତ୍ୟାଦି ଅ;ର୍ଭୁକ୍ତ । ସିଏଫ ସି/ଏସଏଫ ସି ବା ରାଜ୍ୟ ଅର୍ଥ କ ମିଶନ / କେନ୍ଦ୍ର ଅର୍ଥ କମିଶନ ଗ୍ରାଣ୍ଟ ଅଧୀନରେ ୧୫ ,୫୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ୮ ଲକ୍ଷରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ, ଗ୍ରାମୀଣ ହାଟ, ବର୍ଷା ଜଳ ସଂରକ୍ଷଣ, ଜଳ ନିଷ୍କାସନ ବ୍ୟବସ୍ଥା, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଖେଳ ପଡିଆ, ଗ୍ରାମୀଣ ପାଠାଗାର, ଗୋଷ୍ଠୀ ଗୃହ ଆଦିର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଅନ୍ତର୍ଗତ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ୪,୧୭୬ ଟି ପ୍ରକଳ୍ପ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଏଥିରେ ସ୍ୱାସ୍ଥ୍ୟ ଉପ କେନ୍ଦ୍ର, ବ୍ଲକ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ ଓ ରକ୍ଷଣାବେକ୍ଷଣ, ବାୟୋ ମେଡିକାଲ ବର୍ଜ୍ୟ ପରିଚାଳନା କେନ୍ଦ୍ର ଆଦି ଅନ୍ତର୍ଭୁକ୍ତ । କୋଭିଡ-୧୯ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସଙ୍ଗରୋଦ୍ଧ ସୁବିଧା ଯୋଗାଇ ଦେବା ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ୧୭,୦୦୦ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ହକି ବିଶ୍ୱକପ୍‌କୁ ଗ୍ରାମାଞ୍ଚଳରେ ଲୋକପ୍ରିୟ କରାଇବା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଭିନ୍ନ ଗ୍ରାମୀଣ କ୍ରୀଡ଼ା ପ୍ରତିଯୋଗିତା ଏବଂ ପଲ୍ଲୀଶ୍ରୀ ମେଳା ଆଦି ଆୟୋଜନ ମଧ୍ୟ କରାଯାଇଥିଲା । ଏହି ବିଭାଗ, ଯୋଜନା କାର୍ଯ୍ୟକାରିତାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ସହ ବିଭାଗ ପକ୍ଷରୁ ପ୍ରକଳ୍ପ ଓ ହିତାଧିକାରୀଙ୍କ ସମସ୍ତ ତଥ୍ୟ ସର୍ବସାଧାରଣରେ ଉପଲବ୍ଧ ହେଉଛି । ବିଭାଗର ଏହି ଉଦ୍ୟମ ବିଭିନ୍ନ ସ୍ତରରେ ବିଧିବଦ୍ଧ ଭାବେ ସ୍ୱୀକୃତି ଲାଭ କରିଛି । ଶ୍ରେଷ୍ଠ ଜିଲ୍ଲା ଓ ଶ୍ରେଷ୍ଠ ବ୍ଲକ ପୁରସ୍କାର ସମେତ ୬ ଟି ପୁରସ୍କାର ଜିତି ଓଡ଼ିଶା ଜାତୀୟ ପଞ୍ଚାୟତ ପୁରସ୍କାର, ୨୦୨୩ ରେ ଦ୍ୱିତୀୟ ସ୍ଥାନରେ  ରହିଥିଲା । ଦକ୍ଷତା ବିକାଶ ତାଲିମରେ ମଧ୍ୟ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ଗ୍ରାମୀଣ ଗୃହ ନିର୍ମାଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ମଡେଲକୁ ଅନ୍ୟ ରାଜ୍ୟରେ ଅନୁକରଣ କରିବା ପାଇଁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳିଛି । ତୃଣମୂଳସ୍ତରରେ ସମସ୍ତ ସେବା ଯୋଗାଣକୁ ସୁନିଶ୍ଚିତ କରିବା ସହ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ହିତାଧିକାରୀଙ୍କ ପାଖରେ ସମସ୍ତ ସେବା ଉପଲବ୍ଧ କରିବା ପାଇଁ ଲାଗି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସର୍ବଦା ପ୍ରତିଶୃତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି । ମିଶନ ମୋଡ୍‌ରେ ରାଜ୍ୟର ପ୍ରତି ବ୍ଲକ୍‌ରେ ମାର୍କେଟିଂ ଲିଙ୍କେଜ୍‌ ସହିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା କରାଯିବ । ଏକ ବର୍ଷ ମଧ୍ୟରେ ମିଶନ ଶକ୍ତି କାଫେ ସମସ୍ତ ବ୍ଲକ୍‌ରେ ନିର୍ମାଣ ଓ କାର୍ଯ୍ୟକ୍ଷମ କରାଯିବ । ଅବ୍ୟବହୃତ ସରକାରୀ କ୍ୱାଟର ଓ ଅଟ୍ଟାଳିକାକୁ ମିଶନ ଶକ୍ତି ଏସ୍‌ଏଚ୍‌ଜିଙ୍କ ଉତ୍ପାଦନ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ । ଓର୍‌ମାସ୍‌କୁ ଗ୍ରାମାଞ୍ଚଳବାସୀଙ୍କ ଉପକାର ପାଇଁ ଅଧିକ କ୍ରିୟାଶୀଳ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବିଗତ ବର୍ଷମାନଙ୍କରେ ଜାତୀୟ ସ୍ତରରେ ଅନେକବାର ପୁରସ୍କୃତ ହୋଇ ରାଜ୍ୟ ପାଇଁ ସୁନାମ ଆଣିଛି । ଜାତୀୟ ସ୍ତରରେ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା ପରିଷଦ ଏବଂ ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ୍‌ ମନୋନୀତ ହୋଇ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଛି । ବିଭାଗରେ ଆଶାତୀତ ସ୍ୱଚ୍ଛତା ବୃଦ୍ଧି କରାଯାଇଛି । ୫- ‘ଟି’ ପଦକ୍ଷେପଗୁଡ଼ିକରେ ନିଆଯାଇଥିବା କାର୍ଯ୍ୟାନ୍ୱୟନ ସନ୍ତୋଷଜନକ ବୋଲି ମୁଖ୍ୟମନ୍ତ୍ରୀ ସମୀକ୍ଷା ଅବସରରେ
ପ୍ରକାଶ କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଥିଲେ ।

5 thoughts on “ଗ୍ରାମାଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ୧୧ ଲକ୍ଷରୁ ଉର୍ଦ୍ଧ୍ଵ ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି”

  1. Im lebhaften Zentrum gelegen bietet diese moderne Spielbank in Holland
    alles was man sich von einem Casino Besuch wünscht.
    Im Holland Casino Enschede stehen nicht tolle Automatenspiele ebenso wie sämtliche klassische Casinospiele
    für die Besucher bereit. Aus dem ursprünglichen Interesse an traditionellen Glücksspielen und Poker entstand ein Startup, das heute ein erfolgreiches
    Unternehmen im Glücksspiel-Bereich ist. Pokerfans kommen bei den regelmäßig stattfindenden Texas Hold’em Turnieren auf ihre Kosten. Die
    Lage im Herzen der Stadt macht es leicht zugänglich und bietet zudem die Möglichkeit, die
    kulturellen und gastronomischen Highlights
    von Enschede zu erkunden.
    Auch anspruchsvolle Genießer werden auf der reichhaltigen Speisekarte garantiert etwas Passendes finden. Abgesehen von den klassischen Walzenslots stehen außerdem Video Poker, Blackjack, Bingo sowie Multi-Roulette zur
    Verfügung. Nahezu lückenlos ist auch die Versorgung
    an Spielautomaten, von denen es über 130 in der
    Spielbank Hamburg Esplanade gibt. Casino-Besucher haben zudem die Möglichkeit, an einem Extra-Tisch gegen die
    Bank zu pokern (Ultimate Texas Hold’em). Gambler dürfen sich auf einen luxuriösen Ausflug in die Glücksspielwelt freuen, der keine Wünsche offen lässt.

    References:
    https://online-spielhallen.de/alles-uber-vegaz-casino-freispiele-ihr-umfassender-leitfaden/

  2. Rocketplay Casino operates under Curacao license 8048/JAZ,
    issued by Antillephone N.V.—a respected and proactive
    regulator in the iGaming industry. Players can set deposit or
    loss limits, restrict betting amounts, or activate cooling-off periods
    and full self-exclusion whenever needed. Firewalls and real-time intrusion detection add another layer of safety, monitoring
    suspicious activity and blocking threats instantly.

    Rocketplay employs secure server architecture, backup systems,
    and strict access controls so only authorized staff can access sensitive
    data.
    RocketPlay Casino provides reliable customer support to ensure players get help
    whenever they need it. RocketPlay Casino Bonus offers a variety
    of promotions to keep players excited and engaged.
    It offers a wide range of slot games, including popular titles like Starburst and Gonzo’s Quest.

    References:
    https://blackcoin.co/current-location-site-singapore-gambling-guide/

  3. Thus, when you play at a PAGCOR-regulated online casino, you’re contributing to
    a wider, more meaningful narrative – of social progress and development.
    We highlight platforms offering a broad array of games, attractive bonuses, and
    user-friendly interfaces, along with diverse and secure
    payment methods like GCash, GrabPay, and PayMaya.
    Always choose a licensed online casino that supports
    INR, offers secure payment methods, and has a good reputation. All in all, playing at an online casino site in India is generally very
    safe if you follow a few simple rules. A leader in India’s casino bonus scene, BC.Game Casino offers a massive 500% welcome package spread across your first four deposits and a huge
    8,000+ game collection. Rajabets offers one of India’s highest-rated mobile casino
    apps, with 600+ live games, smooth navigation, and exclusive mobile-only rewards.

    Online casinos should provide support through multiple channels like live chat
    and email, available around the clock. Regulated casinos undergo regular
    inspections to maintain fair play and transparent operations.
    Players can enjoy a variety of live dealer games, including Live Baccarat, Live Roulette,
    Live Poker, and Live Blackjack. Themed slots and progressive jackpots add to the excitement,
    offering substantial rewards and immersive gaming experiences.
    Touchscreen-friendly interfaces and tablet optimization enhance mobile gaming, making it accessible and enjoyable for players
    on the go. ThunderPick offers a unique and intuitive user interface, making
    navigation seamless for bettors and players
    alike.

    References:
    https://blackcoin.co/video-poker-rules-progressive-jackpot/

Leave a Reply

Your email address will not be published. Required fields are marked *