ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ୱର  : ସାରା ରାଜ୍ୟରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍ ଏବଂ ଅହେତୁକ ବିଦ୍ୟୁତ୍ ଦର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଜୁନ୍ ୨୭ ତାରିଖ (ମଙ୍ଗଳବାର ଦିନ) ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନେତୃତ୍ୱରେ ଜିଲ୍ଲା ସଦର ମହକୁମାରେ ଥିବା ବିଦ୍ୟୁତ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକାରେ ଆରମ୍ଭ କରାଯିବ ।

ପ୍ରଦେଶ କଂଗ୍ରେସର ଦାବି
(୧) ବିଦ୍ୟୁତ କାଟ୍ ବନ୍ଦ, ଗ୍ରାହକଙ୍କୁ ନିରବିଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରାଯାଉ ।
(୨) ବିଦ୍ୟୁତ ଭିତିଭୂମିର ବିକାଶ ପାଇଁ ୨୦୧୦ ମସିହାରୁ ୨୦୨୨ ମସିହା ମଧ୍ୟରେ ଖର୍ଚ୍ଚ ହୋଇଥିବା ୧୫ ହଜାର କୋଟି ଟଙ୍କାର ଶ୍ୱେତପତ୍ର ସରକାର ତୁରନ୍ତ ପ୍ରକାଶ କରନ୍ତୁ ।
(୩) ବିଦ୍ୟୁତ ଦେୟ ୟୁନିଟ୍ ପିଛା ୨ ଟଙ୍କା କୁ ହ୍ରାସ କରାଯାଉ ଏବଂ ବିଦ୍ୟୁତ ଦେୟ ପୈଠ ଏକ ନିର୍ଦ୍ଦିଷ୍ଟ ତାରିଖରେ କରାଯାଉ ।
(୪) ପୂର୍ବ ବକେୟା ବିଲ୍ ଉପରେ ସୁଧ ସହ ଆଦାୟ ତୁରନ୍ତ ବନ୍ଦ କରାଯାଉ । ଯଦି ଟାଟା ପାୱାର କୌଣସି ଜୋର ଜୁଲମ୍ ଗ୍ରାହକଙ୍କ ଉପରେ କରୁଛନ୍ତି ତୁରନ୍ତ ଆମକୁ ଜଣାନ୍ତୁ ବୋଲି ପ୍ରଦେଶ କଂଗ୍ରେସ ସଭାପତି ସ୍ପଷ୍ଟ ଭାବେ କହିଛନ୍ତି ।
ଓଡ଼ିଶାବାସୀ କଂଗ୍ରେସର ଏହି ଆନ୍ଦୋଳନରେ ସାମିଲ ହେବାକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନିବେଦନ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଛନ୍ତି ।

 

Leave a Reply

Your email address will not be published. Required fields are marked *